-+91-9937148622 |
prerana_bgr@rediffmail.com |
Monday 23rd November 2026 |
R.N.I. Regd No. ODIODI/2010/46693
Breaking News
23-Nov-2026
କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ ଆୟୋଜିତ ଧନୁଯାତ୍ରା ମହୋତ୍ସବ ସମୟରେ ଏକ ଦୁଃଖଦ ଅଘଟଣ ଘଟିଛି। ହାତୀ ଆକ୍ରମଣରେ ଜଣେ ମାହୁନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ କଳ୍ପନା ଦୁବେ ବୋଲି ଜଣାପଡ଼ିଛି। ସେ ବନାରସ-ଆହ୍ଲାବାଦ ଅଞ୍ଚଳରୁ ଧନୁଯାତ୍ରା ମହୋତ୍ସବରେ ଯୋଗଦେବା ପାଇଁ ଆସିଥିଲେ।
ସୂଚନା ଅନୁସାରେ, ମହୋତ୍ସବରେ ସାମିଲ ହୋଇଥିବା ହାତୀଟି ହଠାତ୍ ନିଜ ମାହୁନ୍ତଙ୍କୁ ଆକ୍ରମଣ କରିଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଅଭାବନୀୟ ଘଟଣା ପରେ ଧନୁଯାତ୍ରା ମହୋତ୍ସବର ଉତ୍ସବମୁଖର ପରିବେଶ ଶୋକାକୁଳ ହୋଇପଡ଼ିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ସମେତ ମହୋତ୍ସବ ଆୟୋଜକ ଓ ଉପସ୍ଥିତ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।