-+91-9937148622 |

prerana_bgr@rediffmail.com |

  Monday 23rd November 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷାଦାନ ଏକ ଉତ୍ପାଦନ ପ୍ରକ୍ରିୟା; ଏହାପ୍ରତି ଅବହେଳା ଆତ୍ମଘାତୀ: ଭକ୍ତ♦️ଆମ ରାଜ୍ୟରେ ଶିକ୍ଷା ସବୁଠୁ ଅବହେଳିତ କ୍ଷେତ୍ର   (23-Nov-2026)       ||      ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏସ୍‌.ପି. ଙ୍କ ସହ ଆଲୋଚନା କଲେ ନରସିଂହ ଓ ନାଗରିକ ସମାଜ   (23-Nov-2026)       ||      ବାପା ଆରପାରିରେ♦️ସ୍ତ୍ରୀ ଗଲା ଜେଲ, ଅନାଥ ହେଲେ ଦୁଇ ପିଲା I ଅସମୟରେ ସାହାରା ପାଲଟିଲା ଜିଲ୍ଲା ଚାଇଲଡ ହେଲ୍ପ ଲାଇନ   (23-Nov-2026)       ||      ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   (23-Nov-2026)       ||      ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   (23-Nov-2026)       ||      ଆଦିବାସୀ ଙ୍କ ଜନ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ଙ୍କ ସ୍ମାରକୀ ଦାବୀ ଉଠିଲା   (23-Nov-2026)       ||      ‘ନୂଆପଡ଼ା ଉନ୍ମେଷ’ର ଶୁଭାରମ୍ଭ: ଦାଦନ ସମସ୍ୟାର ମୁକାବିଲା ଓ ସ୍ଥାନୀୟ ଜୀବିକା ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ   (23-Nov-2026)       ||      ସୁଦାମା-କୃଷ୍ଣ ଭେଟ ଶୁଣି ଲୁହ ଝରାଇଲେ ଶ୍ରଦ୍ଧାଳୁ,ଭାବ ବିହ୍ଵଳ ହେଲା ପୁରା ପାରାୟଣ ସ୍ଥଳ(ଫୁଲମୁଠିରେ ସପ୍ତାହ ପାରାୟଣ)   (23-Nov-2026)       ||      ନବକୃଷ୍ଣ ଚୌଧୁରୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳନ   (23-Nov-2026)       ||      ଚଳିତବର୍ଷର ଖରିଫ୍ ଧାନକିଣାରେ ଆଗୁଆ ଦୁର୍ନୀତି ମଣ୍ଡି ଖୋଲିନାହିଁ : ମିଲ୍ କୁ ପଶୁଛି ଟ୍ରକ୍ ଟ୍ରକ୍ ଧାନ !   (23-Nov-2026)       ||      ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   (23-Nov-2026)       ||      ବିନିକା ଗୋକୁଲାଷ୍ଟମି ଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ   (23-Nov-2026)       ||      କୋକସରାରେ ଯାଦବ ସମିତିର ମହାସମ୍ମିଳନୀ   (23-Nov-2026)       ||      ବଙ୍ଗୋମୁଣ୍ଡାରେ ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ   (23-Nov-2026)       ||      କୋସଲି ଛୁଆ ସାହିତ୍ୟ ସଂସଦ ବଲାଙ୍ଗିରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (23-Nov-2026)       ||      ସମ୍ବଲପୁର ମହୋତ୍ସବ, ୨୦୨୬ ରେ ବଲାଙ୍ଗୀର ର ଝିଅଙ୍କ କୃତିତ୍ୱ    (23-Nov-2026)       ||      ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରରେ ଏନ୍‌ସିସି ରାଙ୍କ୍ ପ୍ରଦାନ ସମାରୋହ ଅନୁଷ୍ଠିତ   (23-Nov-2026)       ||      ଟିଟିଲାଗଡ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ     (22-Nov-2026)       ||      ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   (22-Nov-2026)       ||      ପୁଣି ଅସୁସ୍ଥ ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ : ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ    (22-Nov-2026)       ||     

HOME   ଜିଲ୍ଲା

ଶିକ୍ଷାଦାନ ଏକ ଉତ୍ପାଦନ ପ୍ରକ୍ରିୟା; ଏହାପ୍ରତି ଅବହେଳା ଆତ୍ମଘାତୀ: ଭକ୍ତ♦️ଆମ ରାଜ୍ୟରେ ଶିକ୍ଷା ସବୁଠୁ ଅବହେଳିତ କ୍ଷେତ୍ର

23-Nov-2026



ଭୁବନେଶ୍ୱର(ପ୍ରେରଣା ଖବର): ଶିକ୍ଷାଦାନ ହେଉଛି ଦେଶର ସବୁଠୁ ବଡ଼ ଉତ୍ପାଦନ କେନ୍ଦ୍ର। ଆଉ ଏହି ଉତ୍ପାଦନ କେନ୍ଦ୍ରକୁ ଅବହେଳା ପ୍ରଦର୍ଶନ ଆତ୍ମଘାତୀ ଅଟେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ଲୋଅର ପିଏମଜିରେ ଧାରଣାରତ ଏସଏସବି ଦ୍ୱାରା ଚୟନ ହୋଇ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ଗୁଡିକର ଅଧ୍ୟାପକ ମାନଙ୍କୁ ସୋମବାର ମଧ୍ୟାହ୍ନରେ ଉଦବୋଧନ ଦେଇ ଶ୍ରୀ ଦାସ କହିଥିଲେ, ରଚନାତ୍ମକ ଉପାୟରେ ଏହି ଶିକ୍ଷିତ ଅବହେଳିତ ଅଧ୍ୟାପକ ବର୍ଗ ଆନ୍ଦୋଳନ କଲେ ସରକାର ତାଙ୍କ ଦାବି ମାନିବାକୁ ବାଧ୍ୟ ହେବେ।

ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ଆନ୍ଦୋଳନ ବିଷୟରେ ଶ୍ରୀ ଦାସ କହିଥିଲେ, ଆମ ରାଜ୍ୟରେ ସବୁଠାରୁ ଅବହେଳିତ କ୍ଷେତ୍ରଟି ହେଲା ଶିକ୍ଷା। ଦିନ ଥିଲା, ଗୁଣିଜ୍ଞାନୀ ମୁଖ୍ୟମନ୍ତ୍ରୀମାନେ ଗୁଣିଜ୍ଞାନୀ ମନ୍ତ୍ରୀମାନଙ୍କୁ ଶିକ୍ଷା ବିଭାଗର ଦାୟିତ୍ବ ଦେଉଥିଲେ।
କେବଳ ଚାରିପାଞ୍ଚୋଟି ଉଦାହରଣ ଯଥେଷ୍ଟ। ଦିନ ଥିଲା, ପଣ୍ଡିତ ଗୋଦାବରୀଶ ମିଶ୍ର, ଲିଙ୍ଗରାଜ ମିଶ୍ର, ଡ.ରାଧାନାଥ ରଥ, ପବିତ୍ରମୋହନ ପ୍ରଧାନ, ଶରତ କର ଓ ଯଦୁନାଥ ଦାସ ମହାପାତ୍ରଙ୍କ ପରି ବିଶିଷ୍ଟ ବୁଦ୍ଧିଜୀବୀ ମାନେ ରାଜ୍ୟର ଶିକ୍ଷାମନ୍ତ୍ରୀ ପଦବୀରେ ବସୁଥିଲେ। ଆଉ ଏବେ?
ଗତ ବିଜେଡି ସରକାରରେ କୋଉମାନଙ୍କୁ ଶିକ୍ଷାମନ୍ତ୍ରୀ କରାଯାଉଥିଲା, ମନେ ପକାନ୍ତୁ।
ଏମାନେ କଲେଜ ଓ ଅଧ୍ୟାପକମାନଙ୍କ ମଧ୍ୟରେ ଥିବା ଜାତିଭେଦ ପ୍ରଥାକୁ ଦୂର କରିପାରିବ ତ ବୋଲି ସେ ପ୍ରଶ୍ନ କରିଥିଲେ।ଶ୍ରୀ ଦାସ ଆହୁରି କହିଥିଲେ, "ଓଡ଼ିଶାରେ କେତ ପ୍ରକାର/ବର୍ଗର କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି ଯେ ତା’ର ହିସାବ ନାହିଁ। ସରକାରୀ-ବେସରକାରୀ, ବେସରକାରୀରେ ପୁଣି ଅନୁଦାନପ୍ରାପ୍ତ-ଅଣଅନୁଦାନପ୍ରାପ୍ତ।
ଅନୁଦାନପ୍ରାପ୍ତରେ ପୁଣି ୪୮୮ ଓ ୬୬୨ । ଏତେ ପାତର-ଅନ୍ତର କାହିଁକି? ଶିକ୍ଷା ସମସ୍ତଙ୍କ ପାଇଁ ସମାନ ନୁହେଁ କାହିଁକି? ପ୍ରଥମତଃ, ସରକାରୀ ଡିଗ୍ରି କଲେଜ କଥା ଧରାଯାଉ। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ମନୋନୀତ ହେଉଥିବାରୁ ଅଧ୍ୟାପକମାନଙ୍କୁ ‘ଲେକ୍‌ଚରର୍’ ବଦଳରେ ନୂଆ ନିୟମ ଅନୁସାରେ ଆସିଷ୍ଟାଣ୍ଟ ପ୍ରଫେସର କହି ୟୁଜିସି ସ୍କେଲ୍

ଦିଆଗଲା। ଭଲ କଥା। କିନ୍ତୁ ଅନୁଦାନପ୍ରାପ୍ତ ଜେନେରାଲ ଡିଗ୍ରି କଲେଜ ବେଳକୁ ପାତର ଅନ୍ତର କାହିଁକି? ଏହି କଲେଜଗୁଡ଼ିକର ଅଧ୍ୟାପକମାନେ ବି ତ ଏସ୍‌ଏସ୍‌ବି ପରି ସରକାରଙ୍କର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଦ୍ବାରା ଚୟନ ହୋଇ ଆସିଛନ୍ତି! ସେମାନଙ୍କୁ କାହିଁକି ଆସିଷ୍ଟାଣ୍ଟ ପ୍ରଫେସର କୁହାଯିବନି ଓ କାହିଁକି ୟୁଜିସି ସ୍କେଲ୍ ଦିଆଯିବନି?"

ଆଉ ଏକ ପ୍ରଶ୍ନ, ସରକାରୀ ଡିଗ୍ରି କଲେଜଗୁଡ଼ିକର ନନ୍-ଟିଚିଂ ଷ୍ଟାଫ୍‌ଙ୍କ ପରି ଏହି ଏଡେଡ୍ କଲେଜମାନଙ୍କର ନନ-ଟିଚିଂ ଷ୍ଟାଫ୍‌ମାନଙ୍କୁ ତ ସମାନ ଦରମା ଦେଉଛ? ଅଧ୍ୟାପକମାନଙ୍କ କ୍ଷେତ୍ରରେ କାହିଁକି ଏ ବୈଷମ୍ୟ?

କଂଗ୍ରେସର ଦାବି, ସରକାର ତୁରନ୍ତ ଏ ପାତରଅନ୍ତର ନୀତି ଦୂର କରନ୍ତୁ। ଆମ ଦଳ ସରକାରକୁ ଆସିଲେ ଶିକ୍ଷା କ୍ଷେତ୍ରରେ ଥିବା ସମସ୍ତ ଅସଙ୍ଗତି ଦୂର କରିବ ବୋଲି ଶ୍ରୀ ଦାସ ଗଣମାଧ୍ୟମକୁ କହିଥିଲେ। ଏହି ଆଲୋଚନା ବେଳେ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ବିଭୂତି ଭୂଷଣ ମହାପାତ୍ର ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷାଦାନ ଏକ ଉତ୍ପାଦନ ପ୍ରକ୍ରିୟା; ଏହାପ୍ରତି ଅବହେଳା ଆତ୍ମଘାତୀ: ଭକ୍ତ♦️ଆମ ରାଜ୍ୟରେ ଶିକ୍ଷା ସବୁଠୁ ଅବହେଳିତ କ୍ଷେତ୍ର   23-Nov-2026
  ରାଜ୍ୟ  
ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏସ୍‌.ପି. ଙ୍କ ସହ ଆଲୋଚନା କଲେ ନରସିଂହ ଓ ନାଗରିକ ସମାଜ   23-Nov-2026
  ଜିଲ୍ଲା  
ବାପା ଆରପାରିରେ♦️ସ୍ତ୍ରୀ ଗଲା ଜେଲ, ଅନାଥ ହେଲେ ଦୁଇ ପିଲା I ଅସମୟରେ ସାହାରା ପାଲଟିଲା ଜିଲ୍ଲା ଚାଇଲଡ ହେଲ୍ପ ଲାଇନ   23-Nov-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   23-Nov-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   23-Nov-2026
  ଜିଲ୍ଲା  
ଆଦିବାସୀ ଙ୍କ ଜନ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ଙ୍କ ସ୍ମାରକୀ ଦାବୀ ଉଠିଲା   23-Nov-2026
  ଜିଲ୍ଲା  
‘ନୂଆପଡ଼ା ଉନ୍ମେଷ’ର ଶୁଭାରମ୍ଭ: ଦାଦନ ସମସ୍ୟାର ମୁକାବିଲା ଓ ସ୍ଥାନୀୟ ଜୀବିକା ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ   23-Nov-2026
  ଜିଲ୍ଲା  
ସୁଦାମା-କୃଷ୍ଣ ଭେଟ ଶୁଣି ଲୁହ ଝରାଇଲେ ଶ୍ରଦ୍ଧାଳୁ,ଭାବ ବିହ୍ଵଳ ହେଲା ପୁରା ପାରାୟଣ ସ୍ଥଳ(ଫୁଲମୁଠିରେ ସପ୍ତାହ ପାରାୟଣ)   23-Nov-2026
  ଜିଲ୍ଲା  
ନବକୃଷ୍ଣ ଚୌଧୁରୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳନ   23-Nov-2026
  ଜିଲ୍ଲା  
ଚଳିତବର୍ଷର ଖରିଫ୍ ଧାନକିଣାରେ ଆଗୁଆ ଦୁର୍ନୀତି ମଣ୍ଡି ଖୋଲିନାହିଁ : ମିଲ୍ କୁ ପଶୁଛି ଟ୍ରକ୍ ଟ୍ରକ୍ ଧାନ !   23-Nov-2026
  ଜିଲ୍ଲା  
ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   23-Nov-2026
  ଜିଲ୍ଲା  
ବିନିକା ଗୋକୁଲାଷ୍ଟମି ଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ   23-Nov-2026

You Might Also Like