-+91-9937148622 |
prerana_bgr@rediffmail.com |
Monday 23rd November 2026 |
R.N.I. Regd No. ODIODI/2010/46693
Breaking News
23-Nov-2026
ବିନିକା(ହିମାଂଶୁ ଶେଖର ପୁଟେଲ)୨୪୩ବର୍ଷରେ ପଦାର୍ପଣ କରିଥିବା ବିନିକା ଗୋକୁଲାଷ୍ଟମୀ ମହୋତ୍ସବ ଆୟୋଜନ ନେଇ ଆଜି କାର୍ତ୍ତିକ ଚତୁର୍ଦ୍ଦଶୀ ସୋମବାର ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି ।ପ୍ରକାଶ ଥାଉ କି ଯେ ବିନିକା କନସାରିପଡା ବ୍ରଜ ବିହାରୀ ନୃତ୍ୟ କଳା ପରିଷଦ ତରଫରୁ ଚଳିତ ମାର୍ଗଶିର ମାସ ୨୮ତାରିଖରୁ ଡିସେମ୍ବର ୫ତାରିଖ ପର୍ଯ୍ୟନ୍ତ ଗୋକୁଲାଷ୍ଟମୀ ଯାତ୍ରା ମହୋତ୍ସବ ଅନୁଷ୍ଟିତ ହେବ ।ଏଥିପାଇଁ ଆଜି ସକାଳେ ଯାତ୍ରା କମିଟିର ସଦସ୍ୟ ଓ ପଡ଼ାବାସୀ ଶ୍ରୀ ଶ୍ରୀ ବ୍ରଜବିହାରୀ ପୂର୍ଣ୍ଣମାସି ମନ୍ଦିରରୁ ଆଜ୍ଞାମାଳ ଆଣି ଦଧିବାମନ ମନ୍ଦିର ସମ୍ଭୂଖରେ ଘଣ୍ଟ ଶଙ୍ଖ ହୁଳହୁଳି ଧ୍ବନିରେ ଶୁଭସ୍ତମ୍ଭକୁ ସ୍ଥାପନ କରିଥିଲେ।ଏଥିରେ ପୂଜକ ଭାବେ ମାନଭଞ୍ଜନ ପୂଜାରୀ ଦାୟିତ୍ଵ ନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯାତ୍ରା କମିଟି ସଭାପତି ମନୋଜ ଦାସ,ସମ୍ପାଦକ ପଦ୍ମଲୋଚନ ସାହୁ,ବିଶିଷ୍ଟ କଳାକାର ରାମଚନ୍ଦ୍ର ଦାସ,କୃଷ୍ଣଚନ୍ଦ୍ର ଦାସ,ବ୍ରଜବିହାରୀ ମାହାଣା,ପୂର୍ବତନ ସଭାପତି ସୀତାରାମ ଦାସ,ପ୍ରସନ୍ନ ଦାସ,ସଞ୍ଜୟ ଦାସ,ଘଡିଗୋପାଳ ଦାସ,ଜୟ ନାରାୟଣ ସାହୁ,ସଞ୍ଜୟ ସାହୁ,ଦେବାନଶୁ ସାହୁ,ବବୁଲୁ ସାହୁ ପ୍ରମୁଖଙ୍କ ସମେତ ପରିଷଦର ସମସ୍ତ କଳାକାର ଉପସ୍ଥିତ ଥିଲେ।ପ୍ରକାଶ ଥାଉକି ଏହି ମହୋତ୍ସବର ଦଧିବାମନ ମନ୍ଦିର ସମ୍ଭୂଖ ପରିସରକୁ ଗୋପପୁର ଆଖ୍ୟା ଦିଆଯାଇଥିବା ବେଳେ ଯୋଗେଶ୍ୱର ମନ୍ଦିର ବନଦୁର୍ଗା ପ୍ରାଙ୍ଗଣକୁ ମଥୁରା ନଗରୀ ଆଖ୍ୟା ଦିଆଯାଇଛି ।