-+91-9937148622 |
prerana_bgr@rediffmail.com |
Monday 23rd November 2026 |
R.N.I. Regd No. ODIODI/2010/46693
Breaking News
23-Nov-2026
ବଲାଙ୍ଗିର(ପ୍ରେରଣା ଖବର): ଆଜି ଅପରାହ୍ନ ଘ.୪ ସମୟରେ ସ୍ଥାନୀୟ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ବଲାଙ୍ଗିରର ବିଭିନ୍ନ ଅଗ୍ରଣୀ ସଂଗଠନର ନେତୃବୃନ୍ଦ ମାନେ ବଲାଙ୍ଗିରରେ ବିଗିଡିଯାଉଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଲାଷ ଜୀ. ଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ କରି ବର୍ତ୍ତମାନ ନିଶାଯୁକ୍ତ କଫସିିରଫ, ଡ୍ରଗ୍ସ, ନକଲି ମଦ ଯୋଗୁଁ ସହର ମଧ୍ୟରେ ଅସମାଜିକ କାର୍ଯ୍ୟକଳାପ ବଢିଯାଉଥିବାର ଦେଖିବାକୁ ମିଳୁଛି । ତା ସହ ଜମି ମାଫିଆ, ଚୋରୀ ରାହାଜାନି, ଡକାୟତି ମଧ୍ୟ ସହର ମଧ୍ୟରେ ବଢୁଛି । ସହର ମଧ୍ୟରେ ଟ୍ରାଫିକ୍ ସମସ୍ୟା ଏବଂ ବେଆଇନ ପାର୍କିଂ ଯୋଗୁଁ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ସହର ଉପାନ୍ତରେ ଯାଇଥିବା ରିଂଗ ରୋଡ୍ ଏବଂ ବାଇପା ରାସ୍ତାରେ ସନ୍ଧ୍ୟା ସମୟରେ ଅସମାଜିକ କାର୍ଯ୍ୟକଳାପ ବଢୁଥିବାରୁ ରାସ୍ତାରେ ଯାଉ ଥିବା ଲୋକେ ନିଜକୁ ନିରାପଦ ମନେ କରୁନାହାନ୍ତି । ସାଇବର କ୍ରାଇମ୍ ଦ୍ୱାରା ମଧ୍ୟ ନିରୀହ ଜନସାଧାରଣ ନିଜ ବହୁ କଷ୍ଟ ଉପାର୍ଜିତ ଧନ ହରାଉଛନ୍ତି ଏହାକୁ ନେଇ ଯେତେ ଅଭିଯୋଗ କଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ପଂଚାୟତରୁ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ମଧ୍ୟରେ ଯେଉଁଆଡେ ଦେଖିଲେ ଦୁର୍ନୀତି ହେଉଛି । ସ୍ପିଡ୍ ବାଇକର୍ ମାନଙ୍କ ଯୋଗୁଁ ରାସ୍ତାରେ ଯାଉଥିବା ସ୍କୁଲ ଛାତ୍ରଛାତ୍ରୀ, ବୃଦ୍ଧ, ବୃଦ୍ଧା ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ତେଣୁ ଏ ସବୁ ସମସ୍ୟା ସମାଧାନ ପାଇଁ ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ମିଶ୍ର ଏବଂ ନାଗରିକ ସମାଜର ଏକ ପ୍ରତିନିଧି ମଣ୍ଡଳି ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରିଥିଲେ । ସହର ମଧ୍ୟରେ କଫସିରଫ, ନକଲି ମଦ, ଡ୍ରଗ୍ସ ଯେପରି ପ୍ରବେଶ କରି ନ ପରିବ ଏବଂ ଏସବୁରେ ସପୃକ୍ତ ବେପାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ସେ ଦିଗରେ ଆରକ୍ଷୀ ଅଧିକ୍ଷକ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ । ତା ସହ ପୋଲିସ ପେଟ୍ରୋଲିଂ ଏବଂ ଆଗରୁ ହେଉଥିବା ବାଇକ୍ ପୋଲିସ ପେଟ୍ରୋଲିଂକୁ ଆହୁରି ସୁଦ୍ରୁଢ କରାଗଲେ ଅସମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣକୁ ଆସିବ ବୋଲି ପ୍ରସ୍ତାବ ଦିଆଯାଇଥିଲା । ଅଣ୍ଟି ଡ୍ରଗ୍ସ ସଚେତନତା କାର୍ଯ୍ୟକ୍ରମ, ଏକ ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ପୋଲିସ ଓ ପବ୍ଲିକଙ୍କ ମଧ୍ୟରେ ଆଲୋଚନା, ରାତ୍ରୀକାଳୀନ ପେଟ୍ରୋଲିଂକୁ ତ୍ୱରାନ୍ୱିତ କରିବା ଓ ଦୁର୍ନୀତିଖୋରଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଆଲୋଚନା ସମୟରେ ପ୍ରତିଶୃତି ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଦୁଇ ଦିନ ପୂର୍ବରୁ ବଲାଙ୍ଗିର ସହରର ସମସ୍ତ ନାଗରିକ ସମାଜ ଓ ସଂଗଠନକୁ ନେଇ ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ମିଶ୍ର ଏକ ମତବିନିମୟ କାର୍ଯ୍ୟକ୍ରମ କରିଥିଲେ ଯେଉଁଥିରେ କି ବିଭିନ୍ନ ସମସ୍ୟା ସମାଧାନ ପାଇଁ ଏକ ପ୍ରତିନିଧି ମଣ୍ଡଳ ଗଠନ ସହ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି
ହୋଇଥିଲା । ସେହି କ୍ରମରେ ଆଜି ଶ୍ରୀ ମିଶ୍ରଙ୍କ ନେତୃତ୍ୱ ରେ ଜିଲ୍ଲା ସିଭିଲ ସୋସଇାଟି ସଭାପତି ବେଲାର ସିଂ ଭୋଇ, ବଣିକ ସଂଘ ସାଧାରଣ ସଂପାଦକ ଲଳିତ ଚୌଧୁରି, ବରିଷ୍ଠ ସଭ୍ୟ କିଶୋର ରଥ, ଓକିଲ ସଂଘ ସଭାପତି ବାସୁଦେବ ରଥ, ବରିଷ୍ଠ ଓକିଲ ରତନ ମହାରଣା, ପ୍ରଶାନ୍ତ ସେନାପତି, ସାମାଜିକ କର୍ମୀ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ସଂଗଠକ ବିରେନ୍ଦ୍ର ବନଛୋର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।