-+91-9937148622 |
prerana_bgr@rediffmail.com |
Monday 23rd November 2026 |
R.N.I. Regd No. ODIODI/2010/46693
Breaking News
23-Nov-2026
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଗଜବନ୍ଦ ପଞ୍ଚାୟତ ବ୍ରାହ୍ମଣୀପାଲି ଗାଁକୁ ଜିଲ୍ଲା ଚାଇଲଡ ହେଲ୍ପ ଲାଇନ ଡି ପି ସି ସୁଜିତ ମିଶ୍ର, ଚାଇଲଡ ହେଲ୍ପ ଲାଇନ କାଉନସିଲର ସୁଧିର ଦାଶ,ଡୁଙ୍ଗୁରିପାଲି ଥାନା ଅଧିକାରୀ ରୋଜାଲିନ ପଟେଲ ଓ ରାମପୁର ଥାନା ଅଧିକାରୀ ବିନୋଦିନୀ ବରିହା ପହଂଚି ଗ୍ରାମବାସୀଙ୍କ ଉପସ୍ଥିତିରେ ଦୁଇ ପୁଅଝିଅଙ୍କୁ ଉଦ୍ଧାର କରିବା ସହିତ ତାଙ୍କ ଘରୁ ୯୯ ହଜାର ୪ଶହ ଟଙ୍କା, ୧ଗୋଲଡି Nacklese, ୦୪.Gold ବାଙ୍ଗଳେଶ, ୦୨ Gold Earrings, ୦୩ Gold Nose Pins, ୦୧ Mangalsutra , Silver Arnaments , ୦୨ Silver Toie Rings, ୦୧ Silver Ring, ୦୨ Silver Toe Rings ଆଦିକୁ ଜବତ କରାଯାଇଥିଲା I ତେବେ ସ୍ତ୍ରୀ ମଙ୍ଗଳସୂତ୍ର ବନ୍ଧକ ପକାଇ ବନ୍ଧୁକ କିଣି ଦୁଇ ପ୍ରେମିକଙ୍କ ସହ ହତ୍ୟା ଷଡଯନ୍ତ୍ର କରି ସ୍ୱାମୀ ସୁଦାମ ନାଗକୁ ଗତ ୧୭ତାରିଖ ରାତି ୮ ଟାରେ ସାଲେପାଲି-ଅଇଁଲାସାରି ରାସ୍ତା ପାଙ୍କେଲ ଗାଁ ନିକଟରେ ଚାରି ରାଉଣ୍ଡ ଗୁଳିମାରୀ ହତ୍ୟା କରିବା ଘଟଣା ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଥିଲା I ତେବେ ସୁଦାମ ଆରପାରିକୁ ଚାଲିଗଲା ପରେ ସ୍ତ୍ରୀ କବିତା ଜେଲ ଯାଇଛି I ଯେଉଁଥିପାଇଁ ସୁଦାମଙ୍କ ୨ ପୁଅଝିଅ ଅନାଥ ହୋଇଥିବାରୁ ଖବର ପାଇଁ ଜିଲ୍ଲା ଚାଇଲଡ ହେଲ୍ପ ଲାଇନ ପହଂଚି ଗାଁରୁ ଉଦ୍ଧାର କରି ସିଡବ୍ଲୁସିରେ ଉପସ୍ଥାନ କରିଛି I