-+91-9937148622 |
prerana_bgr@rediffmail.com |
Tuesday 24th November 2026 |
R.N.I. Regd No. ODIODI/2010/46693
Breaking News
24-Nov-2026
ବଲାଙ୍ଗିର(ପ୍ରେରଣା ଖବର): ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ ର ସୁବର୍ଣ୍ଣ ଜୟନ୍ତି ପାଳନ ପରିପ୍ରେକ୍ଷିରେ ହାଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ପଂଚାୟତ ହାଇସ୍କୁଲ ଚନ୍ଦନଭାଟି ସଡନଡେଥ୍ ରେ ପଲ୍ଲିଶ୍ରୀ ହାଇସ୍କୁଲ ସଦାଇପାଲିକୁ ହରାଇ ଚମ୍ପିୟାନ ହୋଇଛି । ଡା. ସିଦ୍ଧେଶ୍ୱର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଯାପନି ସମାରୋହରେ ସଂଘ ସଭାପତି ମୋହନ ଗୋପାଳ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥି ଭାବେ ସାଗୁଆ ବଲାଙ୍ଗିର ସଭାପତି ଜୟପ୍ରକାଶ ପୁରୋହିତ, ସଂପାଦକ କୂଳମଣି ସାହୁ, ଫୁଟବଲ କୋଚ ପରାସର ବାଗ, ଏଡିଟର ଏକ୍ସନ ନ୍ୟୁଜ ଶ୍ରୀମନ୍ତ ପଣ୍ଡା ଓ ଏଡିଟର କୋସଲ ପ୍ଲସ ପବିତ୍ର ଦାଶ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଉପସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ସଂପାଦକ ଡା. ସୁକାନ୍ତ ପୁରୋହିତ, ସହ ସଂପାଦକ ପ୍ରଦୀପ କୁମାର ମିଶ୍ର, କୋଷାଧ୍ୟକ୍ଷ ବ୍ରଜବନ୍ଧୁ ସାଏ, ସଦସ୍ୟ ବିରେନ୍ଦ୍ର କୁମାର ମିଶ୍ର, ନରେନ୍ଦ୍ର ଆଚାର୍ଯ୍ୟ, ରାଜ କିଶୋର ଦାଶ, ସଲିମ ଖାନ, ଜୟ ପ୍ରକାଶ ପଣ୍ଡା, ବିଜୟ ଶତପଥି, ବୁଦ୍ଧିଆ ବାଗ, ସତ୍ୟନାରାୟଣ ପଣ୍ଡା, ଭଗବାନ ବଗର୍ତ୍ତି, ଶରତ ଶ୍ରୀଚନ୍ଦନ, ନବୀନ ମିଶ୍ର, ଆଦିତ୍ୟ ପଟ୍ଟନାୟକ, ଅନ୍ତର୍ଜାମି ବେହେରା, ଅଶୋକ ରଣା, ହରେରାମ ପାଣିଗ୍ରାହୀ, ସୁରେନ୍ଦ୍ର ସେଠ, ଉତ୍ତମ ଗୁରୁ, କିଶୋର ପୁରୋହିତ, ସୁବାଷ ଶତପଥୀ, ଜଗଦିଶ ନାଥ ଓ ଅମରଦିପ ପାଣିଗ୍ରାହୀ ମଂଚାସିନ ଥିଲେ । ଖେଳକୁ ସୁଦର୍ଶନ ସେଠ, ପ୍ରଫୁଲ୍ଲ ବଗର୍ତ୍ତି, ବୈକୁଣ୍ଠ ଜେନା ଓ ନରସିଂ ସ୍ୱାମୀ ନାଇଡୁ ପରିଚାଳନା କରିଥିଲେ ।