-+91-9937148622 |

prerana_bgr@rediffmail.com |

  Tuesday 24th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶାକୁ ଋଣରେ ବୁଡ଼ାଇ ଦେଉଛନ୍ତି ମୋହନ ମାଝୀ ସରକାର: କଂଗ୍ରେସ   (24-Nov-2026)       ||      ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ   (24-Nov-2026)       ||      ପର୍ଲିମାଲ ବିରାଟ ବାଲିଯାତ୍ରା ପାଇଁ କଳସ ଯାତ୍ରା   (24-Nov-2026)       ||      କୋକସରା ବଡ଼ ପଡା ଠାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ପାଳିତ   (24-Nov-2026)       ||      *କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେଲିଆ ଝାଡେଶ୍ବର ଶୈବପୀଠ ରେ ଭକ୍ତଙ୍କ ଭିଡ଼*   (24-Nov-2026)       ||      ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତୀ ପାଳିତ    (24-Nov-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ: ଭାଲୁ ଆକ୍ରମଣ ଦ୍ଵାରା ଆହତ ଦୁଇ ପୀଡ଼ିତଙ୍କୁ ମିଳିଲା କ୍ଷତିପୂରଣ   (24-Nov-2026)       ||      ହରଡ଼ାଟାଳରେ ତ୍ରିଦିବସୀୟ ପୁରୋହିତ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ♦️ବୈଦିକ ଜ୍ଞାନର ପ୍ରସାର ଓ ନୂତନ ପୁରୋହିତ ସୃଷ୍ଟି ଉପରେ ଗୁରୁତ୍ୱ   (24-Nov-2026)       ||      ନୂଆପଡ଼ାରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–ଯୁବୋତ୍ସବ ୨୦୨୭ ଅନ୍ତର୍ଗତ PPT Challenge ପ୍ରତିଯୋଗିତା ଆୟୋଜିତ   (24-Nov-2026)       ||      ଭକ୍ତି ଆଗରେ ହାରିଲା ଜ୍ଞାନ, ଉଦ୍ଧବ-ମାଧବ ସମ୍ବାଦ ଶୁଣି ନାଚ ଗୀତରେ କମ୍ପି ଉଠିଲା ପାରାୟଣ ସ୍ଥଳ(ଫୁଲମୁଠି ସପ୍ତାହ ପାରାୟଣ ଉଦଯାପିତ)   (24-Nov-2026)       ||      ଭାତହାଣ୍ଡିରୁ ଗୋଟିଏ♦️ ବ୍ଲକ୍ ର ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି, ଦେଓଗାଁ ରେ ଲକ୍ଷାଧିକ ଟଙ୍କାର ନିମ୍ନମାନର ସରଞ୍ଜାମ    (24-Nov-2026)       ||      ଝଲପ ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ   (24-Nov-2026)       ||      ସାଗରପଡା ସୋସିଓ କଲ୍ଚରାଲ ଆସୋସିଏସନ୍ ତରଫରୁ ଶ୍ରଦ୍ଧାଳୁମାନଙ୍କ ପାଇଁ କାନିକା ପ୍ରସାଦ ବଣ୍ଟନ   (24-Nov-2026)       ||      ଯୁବୋଦୟ ଲିଡ୍ ସ୍କୁଲରେ ବାର୍ଷିକ ବିଜ୍ଞାନ ମହୋତ୍ସବ    (23-Nov-2026)       ||        ବଲାଙ୍ଗୀର ପାଇଁ  ରହିଛି ୨୫୦୦ କୋଟିର ୧୫ ଶିଳ୍ପ    (23-Nov-2026)       ||      ଶିକ୍ଷାଦାନ ଏକ ଉତ୍ପାଦନ ପ୍ରକ୍ରିୟା; ଏହାପ୍ରତି ଅବହେଳା ଆତ୍ମଘାତୀ: ଭକ୍ତ♦️ଆମ ରାଜ୍ୟରେ ଶିକ୍ଷା ସବୁଠୁ ଅବହେଳିତ କ୍ଷେତ୍ର   (23-Nov-2026)       ||      ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏସ୍‌.ପି. ଙ୍କ ସହ ଆଲୋଚନା କଲେ ନରସିଂହ ଓ ନାଗରିକ ସମାଜ   (23-Nov-2026)       ||      ବାପା ଆରପାରିରେ♦️ସ୍ତ୍ରୀ ଗଲା ଜେଲ, ଅନାଥ ହେଲେ ଦୁଇ ପିଲା I ଅସମୟରେ ସାହାରା ପାଲଟିଲା ଜିଲ୍ଲା ଚାଇଲଡ ହେଲ୍ପ ଲାଇନ   (23-Nov-2026)       ||      ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   (23-Nov-2026)       ||      ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   (23-Nov-2026)       ||     

HOME   ଜିଲ୍ଲା

ଓଡ଼ିଶାକୁ ଋଣରେ ବୁଡ଼ାଇ ଦେଉଛନ୍ତି ମୋହନ ମାଝୀ ସରକାର: କଂଗ୍ରେସ

24-Nov-2026



ଭୁବନେଶ୍ୱର (ପ୍ରେରଣା ଖବର): କଂଗ୍ରେସ କହିଛି, ମୋହନ ମାଝୀ ସରକାରଙ୍କ ଅବିବେକପୂର୍ଣ୍ଣ ଋଣ ନେବା ନୀତି ଯୋଗୁଁ ରାଜ୍ୟର ମୋଟ ଋଣ ଏବେ ୧ ଲକ୍ଷ ୩୦ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଆଉ ୨୦୨୭ ମାର୍ଚ୍ଚ ସୁଦ୍ଧା ଏହା ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ହେବାର ଆଶଙ୍କା ରହିଛି।

ମଙ୍ଗଳବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ନକୁଳ ନାୟକ ଏବଂ କଂଗ୍ରେସର ଜାତୀୟ ମୁଖପାତ୍ର ଡଃ ହମିଦ ହୁସେନ୍ ରାଜ୍ୟ ସରକାରଙ୍କ ଋଣ ସ୍ଥିତିକୁ ନେଇ ଏଭଳି ଅଭିଯୋଗ କରିଛନ୍ତି।

ନକୁଳ ନାୟକ କହିଛନ୍ତି, ରାଜ୍ୟ ସରକାରଙ୍କ ବଜେଟ୍ ହେଉଛି ୩ ଲକ୍ଷ ୧୦ ହଜାର କୋଟି ଟଙ୍କା। କିନ୍ତୁ ଏଥିରୁ ୨୫ ପ୍ରତିଶତ ଟଙ୍କା ମଧ୍ୟ ସରକାର ଖର୍ଚ୍ଚ କରିପାରିନାହାନ୍ତି। ତାହାହେଲେ ଆଉ ଅଧିକ ଋଣ କରିବାର ଆବଶ୍ୟକତା କ’ଣ?

ସେ ଆହୁରି କହିଛନ୍ତି, ଋଣର ସୁଧ ବାବଦରେ ପ୍ରତିବର୍ଷ ପ୍ରାୟ ୨୫ ହଜାର କୋଟି ଟଙ୍କା ଦେବାକୁ ପଡ଼ିବ। ଚଳିତ ବର୍ଷ ଏପର୍ଯ୍ୟନ୍ତ ପ୍ରାୟ ୫ ହଜାର କୋଟି ଟଙ୍କା ସୁଧ ଦିଆଯାଇଥିବା ବେଳେ ଆହୁରି ୨୦ ହଜାର କୋଟି ଟଙ୍କା ଦେବା ବାକି ରହିଛି।

ଏହା ସହିତ MMDR ଆଇନର ସଂଶୋଧନ ଯୋଗୁଁ ରାଜ୍ୟର ଖଣିଜ ରାଜସ୍ୱ ମଧ୍ୟ କମିବ। ଏହାର ପ୍ରଭାବ ସିଧାସଳଖ ରାଜ୍ୟ ରାଜକୋଷ ଉପରେ ପଡ଼ିବ।

କଂଗ୍ରେସର ଆକଳନ ଅନୁସାରେ, ଏହି ହିସାବରେ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ମୁଣ୍ଡରେ ପ୍ରାୟ ୩୧ ହଜାର ଟଙ୍କାର ଋଣ ବୋଝ ପଡ଼ିବ। ଏପରିକି ରାଜ୍ୟର ମୋଟ ଋଣ ପରିମାଣ ବାର୍ଷିକ ବଜେଟ୍‌ର ପ୍ରାୟ ଅଧା ହୋଇଗଲାଣି।

ଅନ୍ୟପଟେ ଡଃ ହମିଦ ହୁସେନ୍ କହିଛନ୍ତି, କଂଗ୍ରେସ ସରକାର ସମୟରେ ୧୯୯୯-୨୦୦୦ ମସିହାରେ ଓଡ଼ିଶାର ମୋଟ ଋଣ ମାତ୍ର ୭ ହଜାର କୋଟି ଟଙ୍କା ଥିଲା। ପରେ ବିଜେଡି ସରକାର ସମୟରେ ୨୦୨୩-୨୪ ମସିହାରେ ଏହା ୯୬ ହଜାର କୋଟି ଟଙ୍କାରେ ପହଞ୍ଚିଥିଲା।

କିନ୍ତୁ ଏବେ ମାତ୍ର ଦୁଇ ବର୍ଷ ମଧ୍ୟରେ ଋଣ ପରିମାଣ ଆଉ ୫୦ ପ୍ରତିଶତ ବଢ଼ିବାକୁ ଯାଉଛି। ଅର୍ଥାତ୍ ୨୦୨୭ ମାର୍ଚ୍ଚ ସୁଦ୍ଧା ଏହା ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ହେବ। ଏହା କଂଗ୍ରେସ ସରକାର ସମୟର ଋଣଠାରୁ ପ୍ରାୟ ୨୦ ଗୁଣ ଅଧିକ ବୋଲି ସେ କହିଛନ୍ତି।

MMDR ଆଇନ ସଂଶୋଧନକୁ ନେଇ ମଧ୍ୟ ଡଃ ହୁସେନ୍ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ତାଙ୍କ କହିବା ଅନୁସାରେ, ଏହି ଆଇନ ସମ୍ବିଧାନର ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରୁଛି। ସମ୍ବିଧାନର ସପ୍ତମ ଅନୁସୂଚୀ ଅନୁସାରେ ଖଣିଜ ସମ୍ପଦ ଉପରେ ଟିକସ ଲଗାଇବା ସମେତ ୬୬ଟି ବିଷୟରେ ରାଜ୍ୟମାନଙ୍କର ନିଜସ୍ୱ ଅଧିକାର ରହିଛି।

ତେଣୁ ଏହି ଆଇନକୁ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରାଯାଇପାରିବ ଏବଂ ଏହା ଆଇନଗତ ଯାଞ୍ଚରେ ତିଷ୍ଠି ପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଏହି ଆଇନ ଯୋଗୁଁ ଓଡ଼ିଶାର ପ୍ରାୟ ୧ ଲକ୍ଷ ୬୦ ହଜାର କୋଟି ଟଙ୍କାର ପୁରୁଣା ବକେୟା ଖଣିଜ ରାଜସ୍ୱ କ୍ଷତି ହେବା ସହ ପ୍ରତିବର୍ଷ ପ୍ରାୟ ୧୨ ହଜାର କୋଟି ଟଙ୍କାର ରାଜସ୍ୱ ହାନି ହେବ। ଏହି ଅର୍ଥ ମିଳିଥିଲେ ଓଡ଼ିଶାକୁ ଋଣମୁକ୍ତ କରିବା ସମ୍ଭବ ହୋଇପାରିଥାନ୍ତା ବୋଲି ସେ କହିଛନ୍ତି।

ଏହାସହ ରାଜ୍ୟରେ ସାଂସଦ ଓ ବିଧାୟକମାନଙ୍କୁ ଉଚିତ୍ ସମ୍ମାନ ଏବଂ ପ୍ରୋଟୋକଲ୍ ଦିଆଯାଉନଥିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ଡଃ ହୁସେନ୍ କହିଛନ୍ତି, ନିୟମ ୪୭ ଅନୁସାରେ ସାଂସଦ ଓ ବିଧାୟକମାନଙ୍କୁ ଯେଉଁ ସମ୍ମାନ ଓ ଶିଷ୍ଟାଚାର ମିଳିବା କଥା, ତାହା ଠିକ୍ ଭାବରେ ପାଳନ କରାଯାଉନାହିଁ। ଅଧିକାରୀମାନେ ଜନପ୍ରତିନିଧିଙ୍କ ସମସ୍ୟା ଶୁଣୁନାହାନ୍ତି କିମ୍ବା ସେମାନଙ୍କ ଅଭିଯୋଗର ସମାଧାନ କରୁନାହାନ୍ତି।

ଏହା ଗଣତନ୍ତ୍ର ଓ ସଂସଦୀୟ ପରମ୍ପରାର ବିରୋଧୀ। ଏହା ପ୍ରଶାସନିକ ଅହଂକାରର ପରିଚୟ ବୋଲି ସେ ଅଭିଯୋଗ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡ଼ିଶାକୁ ଋଣରେ ବୁଡ଼ାଇ ଦେଉଛନ୍ତି ମୋହନ ମାଝୀ ସରକାର: କଂଗ୍ରେସ   24-Nov-2026
  ଜିଲ୍ଲା  
ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ   24-Nov-2026
  ଜିଲ୍ଲା  
ପର୍ଲିମାଲ ବିରାଟ ବାଲିଯାତ୍ରା ପାଇଁ କଳସ ଯାତ୍ରା   24-Nov-2026
  ଜିଲ୍ଲା  
କୋକସରା ବଡ଼ ପଡା ଠାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ପାଳିତ   24-Nov-2026
  ଜିଲ୍ଲା  
*କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେଲିଆ ଝାଡେଶ୍ବର ଶୈବପୀଠ ରେ ଭକ୍ତଙ୍କ ଭିଡ଼*   24-Nov-2026
  ଜିଲ୍ଲା  
ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତୀ ପାଳିତ   24-Nov-2026
  ଜିଲ୍ଲା  
ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ: ଭାଲୁ ଆକ୍ରମଣ ଦ୍ଵାରା ଆହତ ଦୁଇ ପୀଡ଼ିତଙ୍କୁ ମିଳିଲା କ୍ଷତିପୂରଣ   24-Nov-2026
  ଜିଲ୍ଲା  
ହରଡ଼ାଟାଳରେ ତ୍ରିଦିବସୀୟ ପୁରୋହିତ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ♦️ବୈଦିକ ଜ୍ଞାନର ପ୍ରସାର ଓ ନୂତନ ପୁରୋହିତ ସୃଷ୍ଟି ଉପରେ ଗୁରୁତ୍ୱ   24-Nov-2026
  ଜିଲ୍ଲା  
ନୂଆପଡ଼ାରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–ଯୁବୋତ୍ସବ ୨୦୨୭ ଅନ୍ତର୍ଗତ PPT Challenge ପ୍ରତିଯୋଗିତା ଆୟୋଜିତ   24-Nov-2026
  ଜିଲ୍ଲା  
ଭକ୍ତି ଆଗରେ ହାରିଲା ଜ୍ଞାନ, ଉଦ୍ଧବ-ମାଧବ ସମ୍ବାଦ ଶୁଣି ନାଚ ଗୀତରେ କମ୍ପି ଉଠିଲା ପାରାୟଣ ସ୍ଥଳ(ଫୁଲମୁଠି ସପ୍ତାହ ପାରାୟଣ ଉଦଯାପିତ)   24-Nov-2026
  ରାଜ୍ୟ  
ଭାତହାଣ୍ଡିରୁ ଗୋଟିଏ♦️ ବ୍ଲକ୍ ର ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି, ଦେଓଗାଁ ରେ ଲକ୍ଷାଧିକ ଟଙ୍କାର ନିମ୍ନମାନର ସରଞ୍ଜାମ   24-Nov-2026
  ଜିଲ୍ଲା  
ଝଲପ ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ   24-Nov-2026

You Might Also Like