-+91-9937148622 |

prerana_bgr@rediffmail.com |

  Wednesday 25th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଦରଦାମ୍ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ଜନତା କଂଗ୍ରେସର ବିଧାନସଭା ଘେରାଉ ଇଂ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ବିକ୍ଷୋଭ; ଦରଦାମ୍ ନିୟନ୍ତ୍ରଣ ଦାବିରେ ସରକାରଙ୍କ ବିରୋଧରେ ଗର୍ଜିଲା ଓଜେସି   (25-Nov-2026)       ||      ଧାନ ସଂଗ୍ରହରୁ ଚାଉଳ ଯୋଗାଣ ପର୍ଯ୍ୟନ୍ତ ସମସ୍ୟାରେ ଘାଣ୍ଟି ହେଉଛନ୍ତି ମିଲର୍ସ♦️ ମିଲର୍ସଙ୍କ ୧୨ ଦଫା ଦାବି ପୂରଣ ପାଇଁ ଦାବି    (25-Nov-2026)       ||      ବଡଦେଓ ଦେବ ଲୋକ ନାଟକ ମ‌ହୋସବ- ୨୦୨୬ କାର୍ଯ୍ୟକ୍ରମ   (24-Nov-2026)       ||      ୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬   (24-Nov-2026)       ||      ଓଡ଼ିଶାକୁ ଋଣରେ ବୁଡ଼ାଇ ଦେଉଛନ୍ତି ମୋହନ ମାଝୀ ସରକାର: କଂଗ୍ରେସ   (24-Nov-2026)       ||      ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ   (24-Nov-2026)       ||      ପର୍ଲିମାଲ ବିରାଟ ବାଲିଯାତ୍ରା ପାଇଁ କଳସ ଯାତ୍ରା   (24-Nov-2026)       ||      କୋକସରା ବଡ଼ ପଡା ଠାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ପାଳିତ   (24-Nov-2026)       ||      *କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେଲିଆ ଝାଡେଶ୍ବର ଶୈବପୀଠ ରେ ଭକ୍ତଙ୍କ ଭିଡ଼*   (24-Nov-2026)       ||      ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତୀ ପାଳିତ    (24-Nov-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ: ଭାଲୁ ଆକ୍ରମଣ ଦ୍ଵାରା ଆହତ ଦୁଇ ପୀଡ଼ିତଙ୍କୁ ମିଳିଲା କ୍ଷତିପୂରଣ   (24-Nov-2026)       ||      ହରଡ଼ାଟାଳରେ ତ୍ରିଦିବସୀୟ ପୁରୋହିତ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ♦️ବୈଦିକ ଜ୍ଞାନର ପ୍ରସାର ଓ ନୂତନ ପୁରୋହିତ ସୃଷ୍ଟି ଉପରେ ଗୁରୁତ୍ୱ   (24-Nov-2026)       ||      ନୂଆପଡ଼ାରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–ଯୁବୋତ୍ସବ ୨୦୨୭ ଅନ୍ତର୍ଗତ PPT Challenge ପ୍ରତିଯୋଗିତା ଆୟୋଜିତ   (24-Nov-2026)       ||      ଭକ୍ତି ଆଗରେ ହାରିଲା ଜ୍ଞାନ, ଉଦ୍ଧବ-ମାଧବ ସମ୍ବାଦ ଶୁଣି ନାଚ ଗୀତରେ କମ୍ପି ଉଠିଲା ପାରାୟଣ ସ୍ଥଳ(ଫୁଲମୁଠି ସପ୍ତାହ ପାରାୟଣ ଉଦଯାପିତ)   (24-Nov-2026)       ||      ଭାତହାଣ୍ଡିରୁ ଗୋଟିଏ♦️ ବ୍ଲକ୍ ର ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି, ଦେଓଗାଁ ରେ ଲକ୍ଷାଧିକ ଟଙ୍କାର ନିମ୍ନମାନର ସରଞ୍ଜାମ    (24-Nov-2026)       ||      ଝଲପ ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ   (24-Nov-2026)       ||      ସାଗରପଡା ସୋସିଓ କଲ୍ଚରାଲ ଆସୋସିଏସନ୍ ତରଫରୁ ଶ୍ରଦ୍ଧାଳୁମାନଙ୍କ ପାଇଁ କାନିକା ପ୍ରସାଦ ବଣ୍ଟନ   (24-Nov-2026)       ||      ଯୁବୋଦୟ ଲିଡ୍ ସ୍କୁଲରେ ବାର୍ଷିକ ବିଜ୍ଞାନ ମହୋତ୍ସବ    (23-Nov-2026)       ||        ବଲାଙ୍ଗୀର ପାଇଁ  ରହିଛି ୨୫୦୦ କୋଟିର ୧୫ ଶିଳ୍ପ    (23-Nov-2026)       ||      ଶିକ୍ଷାଦାନ ଏକ ଉତ୍ପାଦନ ପ୍ରକ୍ରିୟା; ଏହାପ୍ରତି ଅବହେଳା ଆତ୍ମଘାତୀ: ଭକ୍ତ♦️ଆମ ରାଜ୍ୟରେ ଶିକ୍ଷା ସବୁଠୁ ଅବହେଳିତ କ୍ଷେତ୍ର   (23-Nov-2026)       ||     

HOME   ରାଜ୍ୟ

ଦରଦାମ୍ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ଜନତା କଂଗ୍ରେସର ବିଧାନସଭା ଘେରାଉ ଇଂ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ବିକ୍ଷୋଭ; ଦରଦାମ୍ ନିୟନ୍ତ୍ରଣ ଦାବିରେ ସରକାରଙ୍କ ବିରୋଧରେ ଗର୍ଜିଲା ଓଜେସି

25-Nov-2026



ଭୁବନେଶ୍ୱର(ମୁରଲୀଧର ମିଶ୍ର): ରାଜ୍ୟରେ ଅହେତୁକ ଦରଦାମ୍ ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଥିବା ବେଳେ ଏହାର ପ୍ରତିବାଦରେ ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ବିଶାଳ ପ୍ରତିବାଦ ଶୋଭାଯାତ୍ରା ସହ ବିଧାନସଭା ଘେରାଉ କରାଯାଇଛି। ୫ ହଜାରରୁ ଉର୍ଦ୍ଧ୍ବ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମାବେଶରେ ଓଜେସି ସଭାପତି  ଇଂ ମହମ୍ମଦ ମୋକିମ୍ ଓଡ଼ିଶାରେ ବେଲଗାମ୍ ବଜାର ଦର ପ୍ରତିବାଦରେ ଓ ମୋହନ ମାଝୀଙ୍କ ମହଙ୍ଗା ସରକାର ବିରୁଦ୍ଧରେ ବିଧାନସଭା ଘେରାଉ କରିଥିଲେ । ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ସମସ୍ତ ଜନତାଙ୍କ ଉପସ୍ଥିତିରେ ସେ କହିଥିଲେ ଯେ, ସାଧାରଣ ପରିବାରରୁ ଆସିଥିବା ମୁଖ୍ୟମନ୍ତ୍ରୀ ଆଜି ଗରିବ, ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ପରିବାରର କଥା ସଂପୂର୍ଣ୍ଣ ରୂପେ ଭୁଲିଯାଇଛନ୍ତି । କ୍ୟାବିନେଟ୍ ପରେ କ୍ୟାବିନେଟ୍ ବୈଠକ ବସୁଛି କିନ୍ତୁ ଲୋକଙ୍କ ସରକାର ଓଡ଼ିଆବାସୀଙ୍କ ସମସ୍ୟାର ସମାଧାନ କରିପାରିଲେ ନାହିଁ । ଦରଦାମ୍ କୁ ନିୟନ୍ତ୍ରଣରେ ରଖିବା ଏକ ନିର୍ବାଚିତ ସରକାରର ପ୍ରଥମ କର୍ତ୍ତବ୍ୟ ହୋଇଥିଲେ ମଧ୍ୟ ମୋହନ ମାଝୀଙ୍କ ସରକାର ଯେଭଳି ଭାବରେ ଦରଦାମ ବୃଦ୍ଧିକୁ ନେଇ ନିରବତା ଅବଲମ୍ବନ କରୁଛନ୍ତି ଏବଂ କଳାବଜାରୀଙ୍କ ବିରୁଦ୍ଧରେ କୈାଣସି ପଦକ୍ଷେପ ନେଉନାହାନ୍ତି, ତାହା ଏ ସରକାରର ଅପାରଗତାକୁ ପଦାରେ ପକାଉଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ବିଶେଷ କରି ପନିପରିବା, ରୋଷେଇ ଗ୍ୟାସ୍, ଡାଲି, ଚାଉଳ, ତେଲ ଏବଂ ଔଷଧ ପରି ସାମଗ୍ରୀର ଦରଦାମ ଆକାଶଛୁଆଁ ହେବାଫଳରେ ଲୋକଙ୍କ ପେଟକୁ କାଟୁଛି ଓ ପକେଟ କଟୁଛି । ଦରଦାମ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କର କୈାଣସି ଆଭିମୁଖ୍ୟ ଥିଲା ଭଳି ମନେହେଉନାହିଁ । ସେ ପ୍ରଶ୍ନ କରିଥିଲେ ଯେ,  ବିଧାନସଭାରେ କାହିଁକି ଦରଦାମ ବିଷୟରେ ଆଲୋଚନା ହେଉନାହିଁ ? ଓଡ଼ିଶାକୁ ଭାରତବର୍ଷରେ

 

ପଞ୍ଚମ ବୃହତ ମହଙ୍ଗା ବଜାର କରିବା ପଛରେ ଡବଲ ଇଞ୍ଜିନ ସରକାରଙ୍କର ନୀତିଗତ ସ୍ଥାଣୁତା ଓ ପ୍ରଶାସନିକ ଅପାରଗତା ହିଁ ମୁଖ୍ୟତଃ ଦାୟୀ । ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇପାର୍ଶ୍ବ ପରି ତେଣୁ ଦରଦାମ ପୂର୍ବ ସରକାର ସମୟରେ ନିୟନ୍ତ୍ରଣରେ ରହୁନଥିଲା  ଏବଂ ବର୍ତ୍ତମାନ ସରକାର ସମୟରେ ବି ନିୟନ୍ତ୍ରଣ ଭିତରେ ରହୁନାହିଁ । ସେ ସରକାରକୁ ଚେତାବନୀ ଦେଇ କହିଥିଲେ ଯେ, ଯଦି ଦରଦାମକୁ ନିୟନ୍ତ୍ରଣକୁ ଆଣିବାରେ ସରକାର ସଫଳ ନ ହୁଅନ୍ତି ଓ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ କଥା ନ ବୁଝିଛନ୍ତି, ଆଗାମୀ ଦିନରେ ପ୍ରତ୍ୟେକ ଜିଲ୍ଲାରେ ଓଜେସି ପକ୍ଷରୁ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରାଯିବ ଏବଂ ସରକାରକୁ ନିଦରେ ଶୁଆଇ ଦିଆଯିବ ନାହିଁ ।
ଆଜିର ଏହି ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ଓଜେସି ପକ୍ଷରୁ ଅଭିନବ ଉପାୟରେ ଗ୍ୟାସ୍ ସିଲିଣ୍ଡର, ପିଆଜ ମାଳ ଏବଂ ପନିପରିବା ଟୋକେଇ ଧରି କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ବିରୋଧ ପ୍ରଦର୍ଶନ କରାଯାଇଥିଲା । ଓଜେସି ଉପସଭାପତି ତଥା ଭୁବନେଶ୍ବର ଜିଲ୍ଲା ସଭାପତି ବଦ୍ରିନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କଟକ ସହର ସଭାନେତ୍ରୀ ଗିରିବାଳା ବେହେରା, ଉପସଭାପତି ନଜିବୁର ରେହମାନ ଖାନ୍, ପ୍ରଦୀପ ପ୍ରଧାନ, କଟକ ଜିଲ୍ଲା ସଭାପତି ଅନିଲ ବେଉରା, ଯାଜପୁର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି, ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟଦୀପ ବିଶ୍ବାଳ, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଅଶୋକ ପ୍ରତିହାରୀ, କୋରାପୁଟ ଜିଲ୍ଲା ସଭାପତି ମନୋଜ କୁମାର ବାଘ, ବଲାଙ୍ଗିର ଜିଲ୍ଲା ସଭାପତି ରୂପେଶ କୁମାର ବେହେରା, କନ୍ଧମାଳ ଜିଲ୍ଲା ସଭାପତି ଆନନ୍ଦେଶ୍ବର କହଁର, ବାଲେଶ୍ବର ଜିଲ୍ଲା ସଭାପତି

ଅରିଜିତ ଘୋଷାଲ, ମୟୂରଭଞ୍ଜ ଜିଲ୍ଲା ସଭାପତି ଅଂଶୁମାନ ଦାସ, କୃଷକ ଜନତା କଂଗ୍ରେସ ଅଧ୍ୟକ୍ଷ ସଂଗ୍ରାମ କିଶୋର ମାଝୀ, ମିଡିଆ ସେଲ୍ ଚେୟାରମ୍ୟାନ ପ୍ରଶାନ୍ତ ଶତପଥି, ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, ଛାତ୍ର ଜନତା କଂଗ୍ରେସ ସଭାପତି ଆଦିତ୍ୟ ପ୍ରସାଦ ପରିଡ଼ା, ରାକେଶ ବେହେରା, କୃଷକ ନେତା ଶେଷଦେବ ନନ୍ଦ, ନିମାଇଁ ରାୟ, ଉମାକାନ୍ତ ଭାରତ, ଯୁବ ନେତ୍ରୀ ସୀତା ସାହୁ, ସୋନାଲି ମହାପାତ୍ର, ପୂଜା ରାୟ ପ୍ରମୁଖ ଉପସ୍ଥିତ ରହି ଦରବୃଦ୍ଧି ବିରୁଦ୍ଧରେ ସରକାରଙ୍କ ଆଭିମୁଖ୍ୟକୁ କଠୋର ସମାଲୋଚନା କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଦରଦାମ୍ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ଜନତା କଂଗ୍ରେସର ବିଧାନସଭା ଘେରାଉ ଇଂ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ବିକ୍ଷୋଭ; ଦରଦାମ୍ ନିୟନ୍ତ୍ରଣ ଦାବିରେ ସରକାରଙ୍କ ବିରୋଧରେ ଗର୍ଜିଲା ଓଜେସି   25-Nov-2026
  ଜିଲ୍ଲା  
ଧାନ ସଂଗ୍ରହରୁ ଚାଉଳ ଯୋଗାଣ ପର୍ଯ୍ୟନ୍ତ ସମସ୍ୟାରେ ଘାଣ୍ଟି ହେଉଛନ୍ତି ମିଲର୍ସ♦️ ମିଲର୍ସଙ୍କ ୧୨ ଦଫା ଦାବି ପୂରଣ ପାଇଁ ଦାବି   25-Nov-2026
  ଜିଲ୍ଲା  
ବଡଦେଓ ଦେବ ଲୋକ ନାଟକ ମ‌ହୋସବ- ୨୦୨୬ କାର୍ଯ୍ୟକ୍ରମ   24-Nov-2026
  ଜିଲ୍ଲା  
୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬   24-Nov-2026
  ଜିଲ୍ଲା  
ଓଡ଼ିଶାକୁ ଋଣରେ ବୁଡ଼ାଇ ଦେଉଛନ୍ତି ମୋହନ ମାଝୀ ସରକାର: କଂଗ୍ରେସ   24-Nov-2026
  ଜିଲ୍ଲା  
ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ   24-Nov-2026
  ଜିଲ୍ଲା  
ପର୍ଲିମାଲ ବିରାଟ ବାଲିଯାତ୍ରା ପାଇଁ କଳସ ଯାତ୍ରା   24-Nov-2026
  ଜିଲ୍ଲା  
କୋକସରା ବଡ଼ ପଡା ଠାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ପାଳିତ   24-Nov-2026
  ଜିଲ୍ଲା  
*କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେଲିଆ ଝାଡେଶ୍ବର ଶୈବପୀଠ ରେ ଭକ୍ତଙ୍କ ଭିଡ଼*   24-Nov-2026
  ଜିଲ୍ଲା  
ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତୀ ପାଳିତ   24-Nov-2026
  ଜିଲ୍ଲା  
ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ: ଭାଲୁ ଆକ୍ରମଣ ଦ୍ଵାରା ଆହତ ଦୁଇ ପୀଡ଼ିତଙ୍କୁ ମିଳିଲା କ୍ଷତିପୂରଣ   24-Nov-2026
  ଜିଲ୍ଲା  
ହରଡ଼ାଟାଳରେ ତ୍ରିଦିବସୀୟ ପୁରୋହିତ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ♦️ବୈଦିକ ଜ୍ଞାନର ପ୍ରସାର ଓ ନୂତନ ପୁରୋହିତ ସୃଷ୍ଟି ଉପରେ ଗୁରୁତ୍ୱ   24-Nov-2026

You Might Also Like