-+91-9937148622 |
prerana_bgr@rediffmail.com |
Thursday 26th November 2026 |
R.N.I. Regd No. ODIODI/2010/46693
Breaking News
26-Nov-2026
ବରଗଡ଼(ତୁଳସୀ ଚରଣ ଦାଶ): ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ, ବରଗଡ଼ର କ୍ୟାରିୟର କାଉନସେଲିଂ ସେଲ୍ ପକ୍ଷରୁ ଛାତ୍ରୀମାନଙ୍କ ଭବିଷ୍ୟତ ଜୀବିକା ଓ ନିଯୁକ୍ତି ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡା ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଏଥିରେ ଫିନ୍ ଏଜ୍ ଏକାଡେମୀର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ବିଶ୍ୱାଳ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ "ବ୍ଯାଙ୍କିଂ, ଆର୍ଥିକ ସେବା ଓ ବୀମା କ୍ଷେତ୍ରରେ କ୍ଯାରିୟର ସୁଯୋଗ" ଶୀର୍ଷକ ବିଷୟରେ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ବିସ୍ତୃତ ଆଲୋକପାତ କରିଥିଲେ।
ସେ ବ୍ୟାଙ୍କିଂ, ଆର୍ଥିକ ସେବା ଓ ବୀମା କ୍ଷେତ୍ରରେ ଉପଲବ୍ଧ ବିଭିନ୍ନ ନିଯୁକ୍ତି ସୁଯୋଗ, ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା, ଦକ୍ଷତା ବିକାଶ, ପ୍ରତିଯୋଗିତାମୂଳକ ପରୀକ୍ଷା ଏବଂ ଭବିଷ୍ୟତରେ ଆତ୍ମନିଯୁକ୍ତିର ସମ୍ଭାବନା ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଏହି କ୍ଷେତ୍ରରେ ଉପଯୁକ୍ତ ଯୋଜନା, ଜ୍ଞାନ ଓ ଦକ୍ଷତା ହାସଲ କରି ଛାତ୍ରୀମାନେ ନିଜ ପାଇଁ ଏକ ଉଜ୍ଜ୍ୱଳ କ୍ୟାରିୟର ଗଢ଼ିପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମଟିକୁ ମହାବିଦ୍ୟାଳୟର କ୍ୟାରିୟର କାଉନସେଲିଂ ସେଲ୍ର ଆବାହିକା ଡଃ. ଗାୟତ୍ରୀ ମିଶ୍ର ସଂଯୋଜନା କରିଥିବାବେଳେ ଡଃ.ପ୍ରଶାନ୍ତ କୁମାର ଦାଶ ଓ ସୁଶ୍ରୀ ଅନୁପମା ଚାନ୍ଦ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ସୋନାଲି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।