-+91-9937148622 |
prerana_bgr@rediffmail.com |
Wednesday 25th November 2026 |
R.N.I. Regd No. ODIODI/2010/46693
Breaking News
25-Nov-2026
ବରପାଲି, (ସୁଦାମ ଦୀପ) : ବରପାଲି ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବ କୁ ଓକିଲ ସଂଘ ବିରୋଧର ସ୍ବର ଉଠାଇଛନ୍ତି। ସମସ୍ୟାର ସଠିକ ଯୁକ୍ତିକୁ ନେଇ ବରଗଡ଼ ଜିଲ୍ଲାପାଳ ଓ ବିଜେପୁର ବିଧାୟକ ଙ୍କୁ ଦାବିପତ୍ର ପ୍ରଦାନ ମାଧ୍ୟମରେ ଆଲୋଚନା କରିଥିଲେ।
ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ବିଚାର ବିଭାଗୀୟ ଅଦାଲତ ଓ ତହସିଲ କାର୍ଯ୍ୟାଳୟ ଗୋଟିଏ କେମ୍ପସରେ ମୁଳରୁ ସ୍ଥାପିତ ହେବା ସହିତ ବର୍ତ୍ତମାନ ମଧ୍ୟ କାର୍ଯ୍ୟରତ ରହିଆସୁଛି । ତହସିଲ କାର୍ଯ୍ୟାଳୟ କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସରକାର ଙ୍କ ଯୋଜନା ଥିବା ଖବର ପାଇ ସ୍ଥାନିୟ ଓକିଲ ସଂଘ ର ବହୁ ଆଇନଜୀବୀ ବରଗଡ଼ ଜିଲ୍ଲାପାଳ ତଥା ବିଜେପୁର ବିଧାୟକ ସନତ କୁମାର ଗଡତିଆ ଙ୍କୁ ସାକ୍ଷାତ କରି ଆଲୋଚନା କରି ସ୍ଥାନାନ୍ତରିତ ପ୍ରସ୍ତାବ କୁ ବିରୋଧ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଓକିଲ ସଂଘ ର ଯୁକ୍ତି ହେଲା ଯେ ଏବେ ଗୋଟିଏ ପରିସର ରେ ଉଭୟ ତହସିଲ କାର୍ଯ୍ୟାଳୟ ଓ ବିଚାର ବିଭାଗୀୟ ଅଦାଲତ ଚାଲୁଥିବାରୁ ସାଧାରଣ ଜନତା ବେଶ୍ ଉପକୃତ ହେଉଛନ୍ତି। ତହସିଲ କାର୍ଯ୍ୟାଳୟ ରେ ମଧ୍ୟ ସାଧାରଣ ଜନତା ଙ୍କ ଓକିଲ ଙ୍କ ପରାମର୍ଶ ନେବା ପାଇଁ ପଡ଼େ ଓ ବିଚାର ବିଭାଗୀୟ ଅଦାଲତ ରେ ମଧ୍ୟ ଓକିଲ ଙ୍କ ସାହାଯ୍ୟ ଦରକାର ପଡିଥାଏ । ଏପରି କେତେକ କେସ ଥାଏ ଯେଉଁଥିରେ ଉଭୟ କାର୍ଯ୍ୟାଳୟ ର ଆବଶ୍ୟକତା ରହି ଥାଏ । ଯଦି କୋର୍ଟ ଓ ତହସିଲ କାର୍ଯ୍ୟାଳୟ ଅଲଗା ରୁହେ ତେବେ ଜନସାଧାରଣ ବହୁ ସମସ୍ୟା ପଡ଼ିବା ସହ ନାହିଁ ନ ଥିବା ହଇରାଣ ହେବାକୁ ପଡ଼ିବ । ତେଣୁ କରି ବିଚାର ବିଭାଗୀୟ ଅଦାଲତ ଓ ତହସିଲ କାର୍ଯ୍ୟାଳୟ ଗୋଟିଏ ପରିସର ରେ ରହିବା ପାଇଁ ଓକିଲ ସଂଘ ପକ୍ଷରୁ ଦୃଢ଼ ଦାବୀ ଜଣାଇଛନ୍ତି । ଏନେଇ ବିଧାୟକ ଆଜି ଆଲୋଚନା ବେଳେ ଜନସାଧାରଣ ଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଏ ନେଇ ସେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ପ୍ରଦାନ କରିଥିଲେ । ପ୍ରକୃତ ରେ ଜନସାଧାରଣ ଙ୍କ ସ୍ୱାର୍ଥ ଦୃଷ୍ଟି ରୁ ରାଜ୍ୟ ସରକାର ଏନେଇ ସ୍ଥାନାନ୍ତରିତ ପଦକ୍ଷେପ କୁ ପୁନଃ ବିଚାର ପାଇଁ ସାଧାରଣ ରେ ଦାବି ହୁଏ ।