-+91-9937148622 |
prerana_bgr@rediffmail.com |
Wednesday 25th November 2026 |
R.N.I. Regd No. ODIODI/2010/46693
Breaking News
25-Nov-2026
(ରଂଜିତ ମହାନ୍ତି )
ବରୀ ବ୍ଲକ ଅଧୀନ ବରୀ ପଞ୍ଚାୟତ କାର୍ଯ୍ୟାଳୟ ରେ ୧୨୪ ଜଣ ନୂତନ ହିତାଧିକାରୀ ଙ୍କୁ ପଞ୍ଚାୟତ ର ସରପଞ୍ଚ ସୋନାଲି ସିଂ ଭତ୍ତା ବଣ୍ଟନ କରିଛନ୍ତି। ରାଜ୍ୟ ସରକାର ଙ୍କ ଦ୍ୱାରା ସମଗ୍ର ରାଜ୍ୟରେ ନୂତନ ଭାବରେ ବିକଳାଙ୍ଗ, ବାର୍ଦ୍ଧକ୍ୟ ଓ ବିଧବା ମାନଙ୍କୁ ଯେଉଁ ମାନେ ଭତ୍ତା ପାଇବାକୁ ଯୋଗ୍ୟ ସେମାନଙ୍କୁ ଭତ୍ତା ବଣ୍ଟନ କରାଯାଉଛି। ଏହି କାର୍ଯ୍ୟକ୍ରମ ଅନୁଯାଇ ଆଜୀ ବରୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ଏପରିକି ଯେଉଁ ହିତାଧିକାରୀ ନିଜେ ଆସି ଭତ୍ତା ନେଇପାରିବେ ନାହିଁ ସେମାନଙ୍କ ନିକଟକୁ ଯାଇ ତାଙ୍କୁ ତାଙ୍କ ଘରେ ଭତ୍ତା ଦେବୁ ବୋଲି ପଞ୍ଚାୟତ ର ସରପଞ୍ଚ ସୋନାଲି ସିଂ ପ୍ରକାଶ କରିଥିଲେ। ଅନ୍ୟ ଯେଉଁ ହିତାଧିକାରୀ ମାନେ ଭତ୍ତା ପାଇବାକୁ ଯୋଗ୍ୟ ସେମାନଙ୍କୁ କିପରି ଯଥାଶୀଘ୍ର ଏହି ସରକାରୀ ସୁବିଧା ଯୋଗାଇ ଦିଆଯିବ ସେଥିପ୍ରତି କାର୍ଯ୍ୟ କରାଯାଉଥିବାର ମଧ୍ୟ ସରପଞ୍ଚ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ବରୀ ସରପଞ୍ଚ ସୋନାଲି ସିଂ, ପିଓ ପୂର୍ଣଚନ୍ଦ୍ର ନାୟକ ସରପଞ୍ଚ ଙ୍କ ପ୍ରତିନିଧି ମନୋଜ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ।