-+91-9937148622 |

prerana_bgr@rediffmail.com |

  Thursday 26th November 2026 |

| | | |

R.N.I. Regd No. ODIODI/2010/46693

Breaking News

୮ ଲକ୍ଷ ଟଙ୍କା ଚୋରି ଅଭିଯୋଗ ମିଛ! ସେଲୁନ୍ ମାଲିକଙ୍କ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି, ୨ ଅଭିଯୁକ୍ତ ଗିରଫ   (26-Nov-2026)       ||      *ଚନ୍ଦାହାଣ୍ଡିରେ ସମ୍ବିଧାନ ଦିବସ ପାଳିତ*   (26-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   (26-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   (26-Nov-2026)       ||      ଜନ କଲ୍ୟାଣ ପାଠାଗାର, ଧାନଘରା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ   (26-Nov-2026)       ||      *ହୋମିଓପ୍ୟାଥିକ ସ୍ବାସ୍ଥ୍ୟ ସେବା ଶିବିର*   (26-Nov-2026)       ||      ବଲାଙ୍ଗୀର-ଲଖନା ଭାୟା ପାଟଣାଗଡ-ହରିଶଙ୍କର ରେଳଲାଇନ ସ୍ୱତନ୍ତ୍ରପ୍ରକଲ୍ପ ଘୋଷଣା   (26-Nov-2026)       ||      ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ମେଧାବୀ ସାଙ୍ଗଙ୍କ ଜୀବନ   (26-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଫାଇନାଲ ମ୍ୟାଚ, ସମ୍ବଲପୁର ଆଶିଷ ଏକାଦଶ ବିଜୟ   (26-Nov-2026)       ||      ନୂଆପଡ଼ା ଜିଲ୍ଲାରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ   (26-Nov-2026)       ||      ବରଗଡ଼ ପୁସ୍ତକ ମେଳା ମଞ୍ଚରେ ଉନ୍ମୋଚିତ ହେଲା ମିଟ୍‌ର ବାର୍ଷିକ କ୍ୟାଲେଣ୍ଡର    (26-Nov-2026)       ||      ବେଲପଡା: ୨୫ ବର୍ଷର ସ୍ମୃତି, ବନ୍ଧୁତ୍ୱ ଓ ଗୁରୁଶିଷ୍ୟ ପରମ୍ପରାକୁ ପୁନର୍ଜୀବିତ କରିଥିଲା ବନ୍ଧୁ ମିଳନ କାର୍ଯ୍ୟକ୍ରମ    (26-Nov-2026)       ||      ୭ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ   (26-Nov-2026)       ||      *ବହୁଚର୍ଚ୍ଚିତ ଡାବୁଗାଁ ଲ୍ୟାମ୍ପସ୍ ସାର ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ପାଇଁ ଦାବି*   (26-Nov-2026)       ||      ବ୍ୟାଙ୍କିଂ, ଆର୍ଥିକ ସେବା ଓ ବୀମା କ୍ଷେତ୍ରରେ ରହିଛି ଅସୀମ କ୍ୟାରିୟର ସୁଯୋଗ   (26-Nov-2026)       ||      ବରମକେଲାରେ ୫୯ ତମ ରାସ ପୂର୍ଣ୍ଣିମା ଉଦଘାଟନ   (26-Nov-2026)       ||      ସରପଞ୍ଚ ଙ୍କ ଦ୍ୱାରା ବରୀ ପଞ୍ଚାୟତ ରେ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ   (25-Nov-2026)       ||      ବରପାଲି ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ ଓକିଲ ସଂଘ ର ବିରୋଧ   (25-Nov-2026)       ||      ସିକିର୍ଡି ରେ ଅଷ୍ଟ ପ୍ରହରୀ ନାମଯଜ୍ଞ   (25-Nov-2026)       ||      ଦେଓଗାଁ ବ୍ଲକ ରେ ଷ୍ଟ୍ରିଟ ଲାଇଟ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି    (25-Nov-2026)       ||     

HOME   ଅପରାଧ

୮ ଲକ୍ଷ ଟଙ୍କା ଚୋରି ଅଭିଯୋଗ ମିଛ! ସେଲୁନ୍ ମାଲିକଙ୍କ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି, ୨ ଅଭିଯୁକ୍ତ ଗିରଫ

26-Nov-2026



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ସହରର ପାଟଣା ଛକ ନିକଟସ୍ଥ ଏକ ହେୟାର ଆଣ୍ଡ କେୟାର ସେଲୁନ୍‌ରୁ ୮ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ଘଟଣାରେ ଆସିଛି ନୂଆ ମୋଡ଼। ଚୋରି ଅଭିଯୋଗ ଆଣିଥିବା ସେଲୁନ୍ ମାଲିକଙ୍କ ଅଭିଯୋଗ ମିଥ୍ୟା ବୋଲି ପୋଲିସର ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ଟାଉନ୍ ଥାନା ପୋଲିସ।
ପୋଲିସର ସୂଚନା ଅନୁସାରେ, ଗତ ୨୪ ନଭେମ୍ବର ରାତି ପ୍ରାୟ ୯ଟାରେ ପାଟଣା ଛକ ନିକଟରେ ଥିବା ହେୟାର ଆଣ୍ଡ କେୟାର ସେଲୁନ୍‌କୁ ବନ୍ଦ କରି ମାଲିକ ଏମ୍. ଆଜମ୍ ବେହେରାପାଲିସ୍ଥିତ ହରରାମ କଲୋନୀକୁ

ଯାଇଥିଲେ। ପରଦିନ ସକାଳ ପ୍ରାୟ ୮ଟାରେ ଆସି ଦେଖିବା ବେଳକୁ ସେଲୁନ୍‌ର ଦୁଇଟି ତାଲା ଭଙ୍ଗା ଯାଇଥିବା ସହ ଡ୍ରୟର ଖୋଲା ଥିଲା। ଏଥିରୁ ୮ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ସେ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ।
ଏହି ଅଭିଯୋଗ ଆଧାରରେ ଟାଉନ୍ ଥାନା କେସ୍ ନଂ ୫୩୪, ତାରିଖ ୨୫.୧୧.୨୦୨୬ରେ ବିଏନ୍‌ଏସ୍‌ର ଧାରା ୩୩୧(୪) ଓ ୩୦୫(ଏ) ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ। ସିସିଟିଭି ଫୁଟେଜ୍ ଯାଞ୍ଚ ଓ ବିଭିନ୍ନ ସୂତ୍ରରୁ ମିଳିଥିବା ତଥ୍ୟ ଆଧାରରେ ଘଟଣାରେ ସମ୍ପୃକ୍ତ ଦୁଇଜଣଙ୍କୁ ଚିହ୍ନଟ କରିଥିଲା

ପୋଲିସ। ସେମାନେ ହେଲେ ତୁଷୁରା ଥାନା ଅନ୍ତର୍ଗତ ସରଗଡ଼ା ଗ୍ରାମର ସୁଜିତ ସାହୁ (୨୨) ଏବଂ ପୁଇଁତଳା ଥାନା ଅନ୍ତର୍ଗତ ଦାଶପୁର ଗ୍ରାମର ସରୋଜ ସାହୁ (୩୫)। ସୁଜିତ ବଲାଙ୍ଗୀରସ୍ଥିତ ହୋଟେଲ କମ୍ଫର୍ଟ ଇନ୍‌ରେ ମ୍ୟାନେଜର ଭାବେ କାମ କରୁଥିଲେ। ଉଭୟଙ୍କୁ ୨୬ ନଭେମ୍ବରରେ ଗିରଫ କରାଯାଇଛି।
ପୋଲିସର ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ଗତ ୨୫ ନଭେମ୍ବର ରାତି ପ୍ରାୟ ୨ଟାରେ ହୋଟେଲ କମ୍ଫର୍ଟ ଇନ୍‌ର ୧୦୨ ନମ୍ବର କୋଠରୀରେ ରହି ସେଲୁନ୍‌ରେ ଚୋରି କରିବାକୁ ଷଡ଼ଯନ୍ତ୍ର କରିଥିବା ସ୍ୱୀକାର କରିଥିଲେ। ତେବେ ସେମାନେ ସେଲୁନ୍‌ରୁ କୌଣସି ଟଙ୍କା ପାଇନଥିବା ବେଳେ କେବଳ କଇଁଚି ଓ ଅନ୍ୟାନ୍ୟ ସେଭିଂ ସାମଗ୍ରୀ ଥିବା ଏକ କଳା ରଙ୍ଗର ପର୍ସ ନେଇଥିଲେ।
ଏହି ଘଟଣାରେ ପୋଲିସ ଗୋଟିଏ ଲୁହା କରତ, ଦୁଇଟି ଭଙ୍ଗା ତାଲା ଏବଂ କଇଁଚି ଓ ସେଭିଂ ସାମଗ୍ରୀ ଥିବା ପ୍ରାୟ ୧୩୦୦ ଟଙ୍କା ମୂଲ୍ୟର ଏକ ପର୍ସ ଜବତ କରିଛି।
ତେବେ ତଦନ୍ତ ସମୟରେ ସେଲୁନ୍ ମାଲିକ ଏମ୍. ଆଜମ୍ ସେଠାରେ କୌଣସି ନଗଦ ଟଙ୍କା ନଥିବା ସ୍ୱୀକାର କରିଥିଲେ। ଲୋକଙ୍କ ସହାନୁଭୂତି ହାସଲ କରିବା ଏବଂ ପୋଲିସ ମାଧ୍ୟମରେ ଅଭିଯୁକ୍ତଙ୍କଠାରୁ ବିପୁଳ ଟଙ୍କା ଆଦାୟ କରିବା ଉଦ୍ଦେଶ୍ୟରେ ୮ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ମିଥ୍ୟା ତଥ୍ୟ ପ୍ରଚାର କରିଥିବା ପୋଲିସ ପ୍ରେସ୍ ନୋଟ୍‌ରେ ଉଲ୍ଲେଖ କରିଛି।


News Comment




Photo in News

Advertisment
Lastest News
  ଅପରାଧ  
୮ ଲକ୍ଷ ଟଙ୍କା ଚୋରି ଅଭିଯୋଗ ମିଛ! ସେଲୁନ୍ ମାଲିକଙ୍କ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି, ୨ ଅଭିଯୁକ୍ତ ଗିରଫ   26-Nov-2026
  ଜିଲ୍ଲା  
*ଚନ୍ଦାହାଣ୍ଡିରେ ସମ୍ବିଧାନ ଦିବସ ପାଳିତ*   26-Nov-2026
  ଜିଲ୍ଲା  
ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   26-Nov-2026
  ଜିଲ୍ଲା  
ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   26-Nov-2026
  ଜିଲ୍ଲା  
ଜନ କଲ୍ୟାଣ ପାଠାଗାର, ଧାନଘରା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ   26-Nov-2026
  ଜିଲ୍ଲା  
*ହୋମିଓପ୍ୟାଥିକ ସ୍ବାସ୍ଥ୍ୟ ସେବା ଶିବିର*   26-Nov-2026
  ଜିଲ୍ଲା  
ବଲାଙ୍ଗୀର-ଲଖନା ଭାୟା ପାଟଣାଗଡ-ହରିଶଙ୍କର ରେଳଲାଇନ ସ୍ୱତନ୍ତ୍ରପ୍ରକଲ୍ପ ଘୋଷଣା   26-Nov-2026
  ଜିଲ୍ଲା  
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ମେଧାବୀ ସାଙ୍ଗଙ୍କ ଜୀବନ   26-Nov-2026
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଫାଇନାଲ ମ୍ୟାଚ, ସମ୍ବଲପୁର ଆଶିଷ ଏକାଦଶ ବିଜୟ   26-Nov-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲାରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ   26-Nov-2026
  ଜିଲ୍ଲା  
ବରଗଡ଼ ପୁସ୍ତକ ମେଳା ମଞ୍ଚରେ ଉନ୍ମୋଚିତ ହେଲା ମିଟ୍‌ର ବାର୍ଷିକ କ୍ୟାଲେଣ୍ଡର   26-Nov-2026
  ରାଜ୍ୟ  
ବେଲପଡା: ୨୫ ବର୍ଷର ସ୍ମୃତି, ବନ୍ଧୁତ୍ୱ ଓ ଗୁରୁଶିଷ୍ୟ ପରମ୍ପରାକୁ ପୁନର୍ଜୀବିତ କରିଥିଲା ବନ୍ଧୁ ମିଳନ କାର୍ଯ୍ୟକ୍ରମ   26-Nov-2026

You Might Also Like