-+91-9937148622 |
prerana_bgr@rediffmail.com |
Friday 27th November 2026 |
R.N.I. Regd No. ODIODI/2010/46693
Breaking News
27-Nov-2026
ବଲାଙ୍ଗୀର (ପ୍ରେରଣା ଖବର) ପିଏମ୍ ଶ୍ରୀ ପୃଥ୍ଵୀରାଜ ହାଇସ୍କୁଲ ଖେଳପଡ଼ିଆଠାରେ ଦୁଇ ଦିନିଆ ଆଥିଲେଟିକ୍ ମିଟ୍ ର ଆଜି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପି.ଆର୍ ହାଇସ୍କୁଲ ତରଫରୁ ଆୟୋଜିତ ଏହି ବାର୍ଷିକ ଆଥିଲେଟିକ୍ ମିଟ୍ ର ସ୍କୁଲର ବହୁ ଛାତ୍ର ଯୋଗ ଦେଇ ବିଭିନ୍ନ ଖେଳକୁଦରେ ଅଂଶଗ୍ରହଣ କରିଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ସ୍କୁଲର ପି.ଇ.ଟି ସୌରଭ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙଗୀର ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ମିଶ୍ର ଯୋଗ ଦେଇ ପାଠପଡ଼ା ସହ ଖେଳକୁଦ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଏକତା ଓ ଶୃଙ୍ଖଳା ମନୋଭାବ ସୃଷ୍ଟି କରେ ଓ ଛାତ୍ରଛାତ୍ରୀ ମାନଙ୍କ ଶରୀରକୁ ସୁସ୍ଥ ଓ ସତେଜ ରଖେ ବୋଲି କହିଥିଲେ । ଶ୍ରୀ ମିଶ୍ର ଛାତ୍ର ମାନଙ୍କ ଦ୍ୱାରା ମାର୍ଚ୍ ପାଷ୍ଟକୁ ଉଦ୍ଘାଟନ କରିଵା ସହ ଓ କ୍ରୀଡା ପତାକାକୁ ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ସଦର ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ କୁମାର ଯୋଶୀ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ସଭାକୁ ଶିକ୍ଷକ ବିକାଶ କୁମାର ସାହୁ ସଞ୍ଚାଳନ କରିଥିବା ବେଳେ ଶିକ୍ଷୟିତ୍ରୀ ମିଲିମୟୀ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ । କ୍ରୀଡା ଉତ୍ସବକୁ ପରିଚାଳନା କରିବାରେ ପି.ଆର୍ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏସ୍.ଏମ୍.ସି ର ସଭାପତି ଯଶୋବନ୍ତ ସାଗର ପ୍ରମୁଖ ସହଯୋଗ କରିଥିଲେ ।