-+91-9937148622 |

prerana_bgr@rediffmail.com |

  Friday 27th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଣ୍ଡାରରେ ବିଘ୍ନରାଜ ପ୍ରତିଷ୍ଠା ଓ ଅଷ୍ଟାଦଶ ପୁରାଣ   (27-Nov-2026)       ||      ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   (27-Nov-2026)       ||      ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   (27-Nov-2026)       ||      ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   (27-Nov-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ   (27-Nov-2026)       ||      ଜାତୀୟ ସ୍ତରରେ ସମ୍ମାନିତ ହେଲେ ଟିଟିଲାଗଡ଼ ‘ହ୍ୟାଲୋ କିଡ୍ସ’ ପ୍ଲେ ସ୍କୁଲର ମୁଖ୍ୟ ଫୈଜ ମହମ୍ମଦ ଖାନ୍   (27-Nov-2026)       ||      ଉତ୍କଳ ବିଶ୍ୱବିଦ୍ୟାଳୟର ୮୪ତମ ପ୍ରତିଷ୍ଠା ସମାରୋହରେ ଯୋଗ ଦେଲେ ରାଜ୍ୟପାଳ   (27-Nov-2026)       ||      ରେଲୱେ ଫାଟକରେ ଘଣ୍ଟା ଘଣ୍ଟା ଅପେକ୍ଷା,ଓଭରବ୍ରିଜ୍ ନିର୍ମାଣ ପାଇଁ ଦାବି ଜୋରଦାର ମେଡିକାଲ ଓ ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକେ ହନ୍ତସନ୍ତ,    (27-Nov-2026)       ||      ଦେଓଗାଁ ବ୍ଲକ ଷ୍ଟ୍ରିଟ୍ ଲାଇଟ୍ ଘୋଟାଲା ଜିଲ୍ଲାପାଳଙ୍କ ତଦନ୍ତନିର୍ଦ୍ଦେଶକୁ ବି ବେଖାତିର୍ ! ଖବରପ୍ରକାଶପରେ ତନାଘନା    (27-Nov-2026)       ||      *ଶ୍ରୀ ନୃସିଂହ ମନ୍ଦିରରେ ୯ ଦିନ ଧରି ନବାହ ପରାୟଣ ସମ୍ପନ୍ନ*   (27-Nov-2026)       ||      ପିଏମ୍ ଶ୍ରୀ ପୃଥ୍ଵୀରାଜ ହାଇସ୍କୁଲ ଖେଳପଡ଼ିଆ ଠାରେ ଦୁଇ ଦିନିଆ ଆଥିଲେଟିକ୍ ମିଟ୍    (27-Nov-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ   (27-Nov-2026)       ||      ସମ୍ବଲପୁର ଜିଲ୍ଲାରେ ଭୋଟର ତାଲିକା ପ୍ରସ୍ତୁତି ଓ ଘରକୁ ଘର ସର୍ଭେକ୍ଷଣ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ   (26-Nov-2026)       ||      ସୁନ୍ଦରଗଡ଼ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ   (26-Nov-2026)       ||      ମା ଲଷ୍ମୀ ଙ୍କ ଘରେ ଘରେ ପୂଜା    (26-Nov-2026)       ||      ୮ ଲକ୍ଷ ଟଙ୍କା ଚୋରି ଅଭିଯୋଗ ମିଛ! ସେଲୁନ୍ ମାଲିକଙ୍କ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି, ୨ ଅଭିଯୁକ୍ତ ଗିରଫ   (26-Nov-2026)       ||      *ଚନ୍ଦାହାଣ୍ଡିରେ ସମ୍ବିଧାନ ଦିବସ ପାଳିତ*   (26-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   (26-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   (26-Nov-2026)       ||      ଜନ କଲ୍ୟାଣ ପାଠାଗାର, ଧାନଘରା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ   (26-Nov-2026)       ||     

HOME   ରାଜ୍ୟ

ଉତ୍କଳ ବିଶ୍ୱବିଦ୍ୟାଳୟର ୮୪ତମ ପ୍ରତିଷ୍ଠା ସମାରୋହରେ ଯୋଗ ଦେଲେ ରାଜ୍ୟପାଳ

27-Nov-2026



ଭୁବନେଶ୍ୱର:  ଶିକ୍ଷା, ନବସୃଜନ ଓ ନୂତନ ଚିନ୍ତାଧାରାକୁ ଜୀବନର ମୂଳମନ୍ତ୍ର କରିବା ସହ ଶିକ୍ଷାକୁ କେବଳ ବ୍ୟକ୍ତିଗତ ସଫଳତାର ମାଧ୍ୟମ ନକରି ସମାଜ ଓ ଦେଶର ସେବାରେ ବିନିଯୋଗ କରିବାକୁ ମାନ୍ୟବର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

ଶୁକ୍ରବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟର ୮୪ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ଶୃଙ୍ଖଳା, କଠିନ ପରିଶ୍ରମ ଓ ସାଧୁତାକୁ ଜୀବନର ଆଧାର କରି ଛାତ୍ରଛାତ୍ରୀମାନେ ନିଜକୁ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ପାଇଁ ପ୍ରସ୍ତୁତ କରିବା ଆବଶ୍ୟକ।

ଉତ୍କଳ ବିଶ୍ୱବିଦ୍ୟାଳୟକୁ ଓଡ଼ିଶାର ଅସ୍ମିତା, ଭାଷା ଓ ଶିକ୍ଷାଗତ ଆକାଂକ୍ଷାର ପ୍ରତୀକ ଭାବେ ଅଭିହିତ କରି ରାଜ୍ୟପାଳ କହିଥିଲେ ଯେ, ଏକ ଛୋଟ କୋଠରୀରୁ ଯାତ୍ରା ଆରମ୍ଭ କରିଥିବା ଏହି ଅନୁଷ୍ଠାନ ଆଜି ଓଡ଼ିଶାର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ତଥା ଉଚ୍ଚଶିକ୍ଷାର ଏକ ପ୍ରମୁଖ କେନ୍ଦ୍ର ଭାବେ ପ୍ରତିଷ୍ଠିତ ହୋଇଛି। ଏହି ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରି ଅନେକ ଶିକ୍ଷକ, ବୈଜ୍ଞାନିକ, ପ୍ରଶାସକ, ସାହିତ୍ୟିକ ଓ ଜନସେବକ ଭାବେ ରାଜ୍ୟ ତଥା ଦେଶର ବିକାଶରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି।

ବିଶ୍ୱବିଦ୍ୟାଳୟର NAAC A+ ମାନ୍ୟତା ଏହାର ଉଚ୍ଚ ଶୈକ୍ଷିକ ମାନଦଣ୍ଡର ପ୍ରତିଫଳନ ହୋଇଥିବାବେଳେ, ଅଧ୍ୟାପକମାନଙ୍କ ମଧ୍ୟରୁ ଅନେକଙ୍କୁ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ମିଳିବା ଏହାର ଗବେଷଣା କ୍ଷେତ୍ରରେ ସଫଳତାକୁ ପ୍ରମାଣିତ କରୁଛି ବୋଲି ସେ କହିଥିଲେ।

ପରିଜା ପାଠାଗାରରେ ହଜାର ହଜାର ଦୁର୍ଲଭ ତାଳପତ୍ର ପୋଥିର ଡିଜିଟାଇଜେସନ୍ ଏବଂ ସାମାଜିକ ବିକାଶ ଉଦ୍ଦେଶ୍ୟରେ ୧୦ଟି ଗ୍ରାମକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୋଷ୍ୟ ଭାବେ ଗ୍ରହଣ କରାଯିବା ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏହା ଆମର ସମୃଦ୍ଧ ଐତିହ୍ୟର ସଂରକ୍ଷଣ ସହ ସମାଜ ପ୍ରତି ଶିକ୍ଷାନୁଷ୍ଠାନର ଦାୟିତ୍ୱବୋଧକୁ ପ୍ରତିଫଳିତ କରୁଛି ବୋଲି ସେ ମତବ୍ୟକ୍ତ କରିଥିଲେ।

ପରିବର୍ତ୍ତିତ ଶିକ୍ଷା ବ୍ୟବସ୍ଥା ଓ ବୈଷୟିକ ଜ୍ଞାନକୌଶଳର ପ୍ରସାର ସମ୍ପର୍କରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, କୃତ୍ରିମ ବୁଦ୍ଧିମତ୍ତା (AI), ଡିଜିଟାଲ ଶିକ୍ଷା ଓ ଆଧୁନିକ ପ୍ରଯୁକ୍ତିବିଦ୍ୟା ନୂତନ ସୁଯୋଗ ସୃଷ୍ଟି କରିଛି। ବିଶ୍ୱବିଦ୍ୟାଳୟଗୁଡ଼ିକ କେବଳ ଡିଗ୍ରୀ ପ୍ରଦାନରେ ସୀମିତ ନରହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟବହାରିକ ଦକ୍ଷତା, ସୃଜନଶୀଳତା, ନୈତିକ ମୂଲ୍ୟବୋଧ ଓ ସାମାଜିକ ଦାୟିତ୍ୱବୋଧର ବିକାଶ ଉପରେ ଗୁରୁତ୍ୱ ଦେବା ଉଚିତ।

ଜାତୀୟ ଶିକ୍ଷାନୀତି-୨୦୨୦ସମ୍ପର୍କରେ ଉଲ୍ଲେଖ କରି ସେ ବହୁବିଷୟଭିତ୍ତିକ ଓ ନିଯୁକ୍ତିଭିତ୍ତିକ ଶିକ୍ଷାର ଆବଶ୍ୟକତା ଉପରେ ଜୋର ଦେବା ସହ ମାତୃଭାଷା ଓ ଅନ୍ୟ ଭାରତୀୟ ଭାଷାରେ ଶିକ୍ଷା ଗ୍ରହଣକୁ ଉତ୍ସାହିତ କରିଥିଲେ।

୨୦୩୬ରେ ଓଡ଼ିଶାର ଶତବାର୍ଷିକୀ ଏବଂ ୨୦୪୩ରେ ଉତ୍କଳ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଦେଶର ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ଦିଗରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ ବୋଲି ରାଜ୍ୟପାଳ କହିଥିଲେ। ବିକଶିତ ଭାରତ ଗଠନ ପାଇଁ ବିକଶିତ ଓଡ଼ିଶା ଅପରିହାର୍ଯ୍ୟ ଏବଂ ଏହି ଲକ୍ଷ୍ୟ ହାସଲରେ ଗୁଣାତ୍ମକ ଶିକ୍ଷାର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।

କୃଷି, ସ୍ୱାସ୍ଥ୍ୟସେବା, ପରିବେଶ, ମତ୍ସ୍ୟଚାଷ ଓ ଜନଜାତି ବିକାଶ ଭଳି କ୍ଷେତ୍ରରେ ବାସ୍ତବ ସମସ୍ୟାର ସମାଧାନ ପାଇଁ ଗବେଷଣା ଓ ଶିଳ୍ପାନୁଷ୍ଠାନ ମଧ୍ୟରେ ଅଧିକ ସମନ୍ୱୟ ଓ ସହଯୋଗ ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ଏଥିସହ ଗ୍ରାମାଞ୍ଚଳ, ଜନଜାତି ବହୁଳ ଅଞ୍ଚଳ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀଙ୍କୁ ସମାନ ଶିକ୍ଷା ସୁଯୋଗ ପ୍ରଦାନ ଏବଂ ମହିଳାଙ୍କ ପାଇଁ ନିରାପଦ ଓ ସମାବେଶୀ ଶିକ୍ଷା ପରିବେଶ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ରାଜ୍ୟପାଳ The Taste of the Hills: Foodways and Identity Among the Bonda and Didayi of Malkangiri ପୁସ୍ତକ ଉନ୍ମୋଚନ କରିଥିଲେ।  ଉତ୍କଳ ବିଶ୍ୱବିଦ୍ୟାଳୟ ଓ NLC ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା I ଏହି  ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳ ସ୍ୱର୍ଣ୍ଣପଦକ ପ୍ରଦାନ କରିଥିଲେ।

ଏହି ଅବସରରେ ବେଦାନ୍ତ ଆଲୁମିନି ମେଟାଲ୍ ଲିମିଟେଡର ନନ ଏଗଜିକ୍ୟୁଟିଭ ଇଣ୍ଡିପେନଡେଣ୍ଟ  ଡ଼ାଇରେକ୍ଟର ତଥା ନାଲ୍‌କୋର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ଼. ତପନ କୁମାର ଚାନ୍ଦ ଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଯଜ୍ଞେସ୍ୱର ଦଣ୍ଡପାଟ ସ୍ୱାଗତ ଭାଷଣ ଦେଇଥିବାବେଳେ କୁଳସଚିବ ଶ୍ରୀମତୀ ସ୍ୱାତୀ ମିଶ୍ର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଣ୍ଡାରରେ ବିଘ୍ନରାଜ ପ୍ରତିଷ୍ଠା ଓ ଅଷ୍ଟାଦଶ ପୁରାଣ   27-Nov-2026
  ଜିଲ୍ଲା  
ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   27-Nov-2026
  ଜିଲ୍ଲା  
ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   27-Nov-2026
  ଜିଲ୍ଲା  
ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   27-Nov-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ   27-Nov-2026
  ଜିଲ୍ଲା  
ଜାତୀୟ ସ୍ତରରେ ସମ୍ମାନିତ ହେଲେ ଟିଟିଲାଗଡ଼ ‘ହ୍ୟାଲୋ କିଡ୍ସ’ ପ୍ଲେ ସ୍କୁଲର ମୁଖ୍ୟ ଫୈଜ ମହମ୍ମଦ ଖାନ୍   27-Nov-2026
  ରାଜ୍ୟ  
ଉତ୍କଳ ବିଶ୍ୱବିଦ୍ୟାଳୟର ୮୪ତମ ପ୍ରତିଷ୍ଠା ସମାରୋହରେ ଯୋଗ ଦେଲେ ରାଜ୍ୟପାଳ   27-Nov-2026
  ଜିଲ୍ଲା  
ରେଲୱେ ଫାଟକରେ ଘଣ୍ଟା ଘଣ୍ଟା ଅପେକ୍ଷା,ଓଭରବ୍ରିଜ୍ ନିର୍ମାଣ ପାଇଁ ଦାବି ଜୋରଦାର ମେଡିକାଲ ଓ ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକେ ହନ୍ତସନ୍ତ,   27-Nov-2026
  ଜିଲ୍ଲା  
ଦେଓଗାଁ ବ୍ଲକ ଷ୍ଟ୍ରିଟ୍ ଲାଇଟ୍ ଘୋଟାଲା ଜିଲ୍ଲାପାଳଙ୍କ ତଦନ୍ତନିର୍ଦ୍ଦେଶକୁ ବି ବେଖାତିର୍ ! ଖବରପ୍ରକାଶପରେ ତନାଘନା   27-Nov-2026
  ଜିଲ୍ଲା  
*ଶ୍ରୀ ନୃସିଂହ ମନ୍ଦିରରେ ୯ ଦିନ ଧରି ନବାହ ପରାୟଣ ସମ୍ପନ୍ନ*   27-Nov-2026
  ଜିଲ୍ଲା  
ପିଏମ୍ ଶ୍ରୀ ପୃଥ୍ଵୀରାଜ ହାଇସ୍କୁଲ ଖେଳପଡ଼ିଆ ଠାରେ ଦୁଇ ଦିନିଆ ଆଥିଲେଟିକ୍ ମିଟ୍    27-Nov-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ   27-Nov-2026

You Might Also Like