-+91-9937148622 |
prerana_bgr@rediffmail.com |
Friday 27th November 2026 |
R.N.I. Regd No. ODIODI/2010/46693
Breaking News
27-Nov-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଅନ୍ତର୍ଗତ ଭଣ୍ଡାର ହନୁମାନ ମଠରେ ଆଜି ବିଘ୍ନରାଜଙ୍କ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମଚାରି ସୁଶିଲ ଚୈତନ୍ୟ ବାବାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବୁଧବାର ସନ୍ଧ୍ୟାରେ କଳସ ସ୍ଥାପନ ଅନୁଷ୍ଠିତ ହୋଇଥିଲା l ବିଘ୍ନରାଜ ପ୍ରତିଷ୍ଠା ଯଥାରିତ ପୂଜାର୍ଚ୍ଚନା ପରେ ଚାରିଗ୍ରନ୍ଥ ଅଷ୍ଟାଦଶ ପୁରାଣ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ୪୭୦ ଜଣ ବ୍ରାହ୍ମଣ ଚାରିଗ୍ରନ୍ଥ,୧୦ ଜଣ ଗୀତା,୧୫ ଜଣ ହନୁମାନ ଚାଳିଶା ପଠନ କରିଥିଲେ l ଏଥିରେ ପୂଜକ ଭାବେ ଅଶ୍ୱିନୀ ମିଶ୍ର,ରୁପେଶ ନାୟକ,ଆଦିତ୍ୟ ପାଢ଼ୀ ଓ କର୍ତ୍ତା ଭାବେ ମୁନତାଜ ପଣ୍ଡା ତାଙ୍କ ପତ୍ନୀ ନିହାରିକା ପଣ୍ଡା,ଜୟରାମ ତ୍ରିପାଠୀ ତାଙ୍କ ପତ୍ନୀ ପ୍ରମିତା ତ୍ରିପାଠୀ ଦାୟିତ୍ୱ ତୁଲାଇଥିଲେ l ଏହି ଅବସରରେ ଅଡ଼ାକସା ମଠର ମହନ୍ତ ବାବାଜୀ ଚରଣ ଦାସ,ପୁରୀ ରାମଜୀ ମଠର କାମରାଜ ଶର୍ମା ଙ୍କ ସମେତ ପ୍ରାୟ ୭ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗଦେଇଥିଲେ l ପରିଚାଳନାରେ ଭଣ୍ଡାର ଗ୍ରାମବାସୀ ତଥା ଅଞ୍ଚଳବାସୀ ସହଯୋଗ କରିଥିଲେ l