-+91-9937148622 |

prerana_bgr@rediffmail.com |

  Friday 27th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା (୨୦୨୬-୨୭) ଅଧୀନରେ ଆଜି ସମ୍ବଲପୁରଠାରୁ ହରିଦ୍ୱାର ଓ ଋଷିକେଶ ଅଭିମୁଖେ ଯାତ୍ରା   (27-Nov-2026)       ||      ବିଜ୍ଞାନକୁ କେବଳ ପଢ଼ିବା ନୁହେଁ, ନିଜେ ଉଦ୍ଭାବନ କରିବାର ମନୋଭାବ ଗଢ଼ନ୍ତୁ ଯୁଯୁମୁରା ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ   (27-Nov-2026)       ||      ପଟୁଆବାହାଲରେ ନୂତନ ଧାନ ମଣ୍ଡି ଖୋଲିବାକୁ ଅନୁମତି, ପ୍ରସନ୍ନ ଆଚାର୍ଯ୍ୟଙ୍କୁ କୃତଜ୍ଞତା I   (27-Nov-2026)       ||      ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ନାଟ୍ୟକଳା ଉତ୍ସବ-୨୦୨୬ ll "ଏଭର ସମ୍ବଲପୁରୀ ନାଟକ ଥି ଲୋକ ଉପାଦାନ " ଶୀର୍ଷକ ଆଲୋଚନାଚକ୍ର ll ଲୋକ ଉପାଦନ ବିନା ସମ୍ବଲପୁରୀ ନାଟକ ର ଚିନ୍ତା କରାଯାଇନପରେ ବୋଲି ବକ୍ତା ଙ୍କ ମତ ll   (27-Nov-2026)       ||      ବଲାଙ୍ଗୀର ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ପ୍ରଥମ ମାସିକ ଅଂଶୀଦାରିତା ବୈଠକ ଅନୁଷ୍ଠିତ   (27-Nov-2026)       ||      ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   (27-Nov-2026)       ||      ବରିଷ୍ଠ ସାମ୍ବାଦିକ ଭବାନୀ ମହାପାତ୍ରଙ୍କୁ ବାର୍ତ୍ତାବହ ସମ୍ମାନ    (27-Nov-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର କାର୍ଯ୍ୟକ୍ରମ    (27-Nov-2026)       ||      ଠିକ୍ ସମୟରେ ହେବ ବଲାଙ୍ଗିର ଲୋକ ଉତ୍ସବ♦️ ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   (27-Nov-2026)       ||      ୩୨ କ୍ଵିଣ୍ଟାଲ ମହୁଲ ଫୁଲ ଜବତ ଜଣେ ଗିରଫ    (27-Nov-2026)       ||      ଭଣ୍ଡାରରେ ବିଘ୍ନରାଜ ପ୍ରତିଷ୍ଠା ଓ ଅଷ୍ଟାଦଶ ପୁରାଣ   (27-Nov-2026)       ||      ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   (27-Nov-2026)       ||      ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   (27-Nov-2026)       ||      ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   (27-Nov-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ   (27-Nov-2026)       ||      ଜାତୀୟ ସ୍ତରରେ ସମ୍ମାନିତ ହେଲେ ଟିଟିଲାଗଡ଼ ‘ହ୍ୟାଲୋ କିଡ୍ସ’ ପ୍ଲେ ସ୍କୁଲର ମୁଖ୍ୟ ଫୈଜ ମହମ୍ମଦ ଖାନ୍   (27-Nov-2026)       ||      ଉତ୍କଳ ବିଶ୍ୱବିଦ୍ୟାଳୟର ୮୪ତମ ପ୍ରତିଷ୍ଠା ସମାରୋହରେ ଯୋଗ ଦେଲେ ରାଜ୍ୟପାଳ   (27-Nov-2026)       ||      ରେଲୱେ ଫାଟକରେ ଘଣ୍ଟା ଘଣ୍ଟା ଅପେକ୍ଷା,ଓଭରବ୍ରିଜ୍ ନିର୍ମାଣ ପାଇଁ ଦାବି ଜୋରଦାର ମେଡିକାଲ ଓ ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକେ ହନ୍ତସନ୍ତ,    (27-Nov-2026)       ||      ଦେଓଗାଁ ବ୍ଲକ ଷ୍ଟ୍ରିଟ୍ ଲାଇଟ୍ ଘୋଟାଲା ଜିଲ୍ଲାପାଳଙ୍କ ତଦନ୍ତନିର୍ଦ୍ଦେଶକୁ ବି ବେଖାତିର୍ ! ଖବରପ୍ରକାଶପରେ ତନାଘନା    (27-Nov-2026)       ||      *ଶ୍ରୀ ନୃସିଂହ ମନ୍ଦିରରେ ୯ ଦିନ ଧରି ନବାହ ପରାୟଣ ସମ୍ପନ୍ନ*   (27-Nov-2026)       ||     

HOME   ଜିଲ୍ଲା

ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା (୨୦୨୬-୨୭) ଅଧୀନରେ ଆଜି ସମ୍ବଲପୁରଠାରୁ ହରିଦ୍ୱାର ଓ ଋଷିକେଶ ଅଭିମୁଖେ ଯାତ୍ରା

27-Nov-2026



 

ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ )

 

 ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା (୨୦୨୬-୨୭) ଅଧୀନରେ ଆଜି ସମ୍ବଲପୁରଠାରୁ ହରିଦ୍ୱାର ଓ ଋଷିକେଶ ଅଭିମୁଖେ ୮ଟି ଜିଲ୍ଲାର ମୋଟ ୭୭୫ ଜଣ ବରିଷ୍ଠ ନାଗରିକ ଏବଂ ୨୫ ଜଣ ଏସ୍କର୍ଟ (Escort) ଅଧିକାରୀ ତୀର୍ଥଯାତ୍ରାରେ ଯାତ୍ରା କରିଛନ୍ତି। ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ତୀର୍ଥଯାତ୍ରା ଆସନ୍ତା ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ।  

 

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।ଏହି ଅବସରରେ ସେ ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇ ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଭାରତୀୟ ରେଳବାଇ (IRCTC) ର ମିଳିତ ସହଯୋଗରେ ଚାଲିଥିବା ଏହି ଯୋଜନା ମାଧ୍ୟମରେ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ଦେବଗଡ଼, ଅନୁଗୁଳ ଓ ସୁବର୍ଣ୍ଣପୁର ଆଦି ଜିଲ୍ଲାର ୭୭୫ ଜଣ ବରିଷ୍ଠ ନାଗରିକ ତୀର୍ଥ ଭ୍ରମଣର ସୁଯୋଗ ପାଉଛନ୍ତି । ସେମାନଙ୍କ ଯାତାୟାତ, ରହଣି, ଖାଦ୍ୟପେୟ, ବୀମା ଓ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯିବା ସହ ସେମାନଙ୍କ ସେବା ଓ ସହାୟତା ପାଇଁ ୨୫ ଜଣ ଏସ୍କର୍ଟ ଅଫିସରଙ୍କୁ ନିୟୋଜିତ କରାଯାଇଛି । ବରିଷ୍ଠ ନାଗରିକମାନଙ୍କ ସେବା କରିବା ଶ୍ରବଣ କୁମାରଙ୍କ ଭଳି ଏକ ମହତ କାର୍ଯ୍ୟ ବୋଲି ଉଲ୍ଲେଖ କରିବା ସହ ମନ୍ତ୍ରୀ ସମସ୍ତ ଯାତ୍ରୀଙ୍କ ନିରାପଦ ଯାତ୍ରା ଓ ମଙ୍ଗଳ କାମନା କରିଛନ୍ତି।   

 

ଏହି କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (RDC) ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର (ଭା.ପ୍ର.ସେ.) ଯୋଗଦେଇ ସମସ୍ତ ତୀର୍ଥଯାତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନଙ୍କର ଆଧ୍ୟାତ୍ମିକ ଇଚ୍ଛା ପୂରଣ ହେଉଥିବାରୁ ସେ ସନ୍ତୋଷ ପ୍ରକାଶ କରିବା ସହ ସମସ୍ତଙ୍କ ଯାତ୍ରା ମଙ୍ଗଳମୟ, ଆନନ୍ଦଦାୟକ ଓ ସୁଖସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ହେଉ ବୋଲି ମହାପ୍ରଭୁ ଓ ମହାଦେବଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। 

 

 

ତୀର୍ଥଯାତ୍ରୀଙ୍କ ସୁବିଧା ଓ ସୁରକ୍ଷା ନିମନ୍ତେ ଆଇ.ଆର.ସି.ଟି.ସି (IRCTC), ରେଳବାଇ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିବାରୁ ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ତୀର୍ଥଯାତ୍ରାରେ ସାମିଲ ହୋଇଥିବା ୮ଟି ଜିଲ୍ଲାର ମୋଟ ୮୦୦ ଜଣଙ୍କ (୭୭୫ ତୀର୍ଥଯାତ୍ରୀ ଓ ୨୫ ଏସ୍କର୍ଟ) ମଧ୍ୟରୁ ସମ୍ବଲପୁରରୁ ୮୯ ଜଣ ତୀର୍ଥଯାତ୍ରୀ ଓ ୩ ଜଣ ଏସ୍କର୍ଟ ପାନ୍ଥନିବାସରେ ରହିଥିବା ବେଳେ ବଲାଙ୍ଗୀରରୁ ୧୪୧ ତୀର୍ଥଯାତ୍ରୀ ଓ ୪ ଏସ୍କର୍ଟ, ସୁବର୍ଣ୍ଣପୁରରୁ ୫୨ ତୀର୍ଥଯାତ୍ରୀ ଓ ୨ ଏସ୍କର୍ଟ ଏବଂ ଦେବଗଡ଼ରୁ ୨୭ ତୀର୍ଥଯାତ୍ରୀ ଓ ଜଣେ ଏସ୍କର୍ଟ କ୍ଷେତରାଜପୁରସ୍ଥିତ ଅଗ୍ରସେନ ଭବନରେ ଅବସ୍ଥାନ କରିଥିଲେ। ସେହିପରି ଝାରସୁଗୁଡ଼ାର ୫୦ ତୀର୍ଥଯାତ୍ରୀ ଓ ୨ ଏସ୍କର୍ଟ ଏବଂ ସୁନ୍ଦରଗଡ଼ର ୧୮୦ ତୀର୍ଥଯାତ୍ରୀ ଓ ୬ ଏସ୍କର୍ଟଙ୍କ ପାଇଁ କ୍ଷେତରାଜପୁରସ୍ଥିତ ରେଲୱେ କମ୍ୟୁନିଟି ସେଣ୍ଟରଠାରେ, ଅନୁଗୁଳର ୧୦୯ ତୀର୍ଥଯାତ୍ରୀ ଓ ୩ ଏସ୍କର୍ଟଙ୍କ ପାଇଁ ରେଲୱେ ଇନଷ୍ଟିଚ୍ୟୁଟ୍ ହଲ୍‌ଠାରେ ଏବଂ ବରଗଡ଼ର ୧୨୭ ତୀର୍ଥଯାତ୍ରୀ ଓ ୪ ଏସ୍କର୍ଟଙ୍କ ପାଇଁ ମାରୱାଡ଼ି ପଞ୍ଚାୟତି ଧର୍ମଶାଳାଠାରେ ରହଣି ବ୍ୟବସ୍ଥା କରାଯାଇଥିଲା।  

 

 ତୀର୍ଥଯାତ୍ରୀମାନଙ୍କୁ ନିଜ ନିଜ ବ୍ଲକ୍ ମୁଖ୍ୟାଳୟରୁ ସମ୍ବଲପୁର ପର୍ଯ୍ୟନ୍ତ ଆଣିବା ଏବଂ ରହଣି ସ୍ଥଳୀରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ନେବା ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରାଯାଇଥିଲା। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) ପକ୍ଷରୁ ତୀର୍ଥଯାତ୍ରୀମାନଙ୍କ ପାଇଁ ଖାଦ୍ୟପେୟର ସୁବନ୍ଦୋବସ୍ତ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହା ସହିତ ରହଣି ସ୍ଥଳୀ ଓ ରେଳ ଷ୍ଟେସନରେ ପରିମଳ, ସୁରକ୍ଷା ତଥା ପ୍ରଶାସନିକ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇ ସମ୍ପୂର୍ଣ୍ଣ ଯାତ୍ରାକୁ ସୁବ୍ୟବସ୍ଥିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁମୁଦିନୀ ନାୟକ, ଉତ୍ତରାଞ୍ଚଳ ଡି.ଆଇ.ଜି (DIG) ଶ୍ରୀ ଚରଣ ସିଂହ ମୀନା, ରେଳବାଇ ର DCM ଶ୍ରୀ ଅଙ୍କିତ ଶଙ୍କର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ (ADM) ଶ୍ରୀ ଅଶୋକ ଭୋଇ, ଉପ-ଜିଲ୍ଲାପାଳ ଡ ପୁଷ୍ପାଞ୍ଜଳି ପଣ୍ଡା, ବରିଷ୍ଠ ପୋଲିସ ଅଧିକାରୀ, ରେଳବାଇ ବିଭାଗର ବରିଷ୍ଠ ଅଧିକାରୀଗଣ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା (୨୦୨୬-୨୭) ଅଧୀନରେ ଆଜି ସମ୍ବଲପୁରଠାରୁ ହରିଦ୍ୱାର ଓ ଋଷିକେଶ ଅଭିମୁଖେ ଯାତ୍ରା   27-Nov-2026
  ଜିଲ୍ଲା  
ବିଜ୍ଞାନକୁ କେବଳ ପଢ଼ିବା ନୁହେଁ, ନିଜେ ଉଦ୍ଭାବନ କରିବାର ମନୋଭାବ ଗଢ଼ନ୍ତୁ ଯୁଯୁମୁରା ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ   27-Nov-2026
ପଟୁଆବାହାଲରେ ନୂତନ ଧାନ ମଣ୍ଡି ଖୋଲିବାକୁ ଅନୁମତି, ପ୍ରସନ୍ନ ଆଚାର୍ଯ୍ୟଙ୍କୁ କୃତଜ୍ଞତା I   27-Nov-2026
  ଜିଲ୍ଲା  
ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ନାଟ୍ୟକଳା ଉତ୍ସବ-୨୦୨୬ ll "ଏଭର ସମ୍ବଲପୁରୀ ନାଟକ ଥି ଲୋକ ଉପାଦାନ " ଶୀର୍ଷକ ଆଲୋଚନାଚକ୍ର ll ଲୋକ ଉପାଦନ ବିନା ସମ୍ବଲପୁରୀ ନାଟକ ର ଚିନ୍ତା କରାଯାଇନପରେ ବୋଲି ବକ୍ତା ଙ୍କ ମତ ll   27-Nov-2026
  ଜିଲ୍ଲା  
ବଲାଙ୍ଗୀର ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ପ୍ରଥମ ମାସିକ ଅଂଶୀଦାରିତା ବୈଠକ ଅନୁଷ୍ଠିତ   27-Nov-2026
  ଜିଲ୍ଲା  
ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   27-Nov-2026
  ଜିଲ୍ଲା  
ବରିଷ୍ଠ ସାମ୍ବାଦିକ ଭବାନୀ ମହାପାତ୍ରଙ୍କୁ ବାର୍ତ୍ତାବହ ସମ୍ମାନ    27-Nov-2026
  ଜିଲ୍ଲା  
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର କାର୍ଯ୍ୟକ୍ରମ   27-Nov-2026
  ଜିଲ୍ଲା  
ଠିକ୍ ସମୟରେ ହେବ ବଲାଙ୍ଗିର ଲୋକ ଉତ୍ସବ♦️ ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   27-Nov-2026
  ଜିଲ୍ଲା  
୩୨ କ୍ଵିଣ୍ଟାଲ ମହୁଲ ଫୁଲ ଜବତ ଜଣେ ଗିରଫ   27-Nov-2026
  ଜିଲ୍ଲା  
ଭଣ୍ଡାରରେ ବିଘ୍ନରାଜ ପ୍ରତିଷ୍ଠା ଓ ଅଷ୍ଟାଦଶ ପୁରାଣ   27-Nov-2026
  ଜିଲ୍ଲା  
ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   27-Nov-2026

You Might Also Like