-+91-9937148622 |
prerana_bgr@rediffmail.com |
Friday 27th November 2026 |
R.N.I. Regd No. ODIODI/2010/46693
Breaking News
27-Nov-2026
ସମ୍ବଲପୁର-(ସଂଜୀବ ପାଣିଗ୍ରାହୀ ): ଯୁଜୋମୁରା ବ୍ଲକ୍ର ଡଙ୍ଗରପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଟୁଆବାହାଲ ଠାରେ ନୂତନ ଧାନ କ୍ରୟ କେନ୍ଦ୍ର (ମଣ୍ଡି) ଖୋଲିବାକୁ ଜିଲ୍ଲାପାଳଙ୍କ ଅନୁମତି ମିଳିଛି। ଏହାକୁ ନେଇ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।
ପଟୁଆବାହାଲ, ହିରୋ, ଲଦଲଦି ଓ ଆଖପାଖ ଗ୍ରାମର ଚାଷୀମାନେ ସରକାରୀ ନିୟମ ଅନୁଯାୟୀ ଧାନ ବିକ୍ରି କରିବାରେ ସୁବିଧା ପାଇବା ନିମନ୍ତେ ଏଠାରେ ନୂତନ ମଣ୍ଡି ଖୋଲିବାକୁ ଦାବି କରିଥିଲେ। ଏ ସମ୍ପର୍କରେ ଗ୍ରାମବାସୀ ଓ ପଞ୍ଚାୟତ ପ୍ରତିନିଧିମାନେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହାକୁ ଆଧାର କରି ଶ୍ରୀ ଆଚାର୍ଯ୍ୟ ଗତ ୧୫ ନଭେମ୍ବର ୨୦୨୬ରେ ସମ୍ବଲପୁର ଉପନିବନ୍ଧକ, ସମବାୟ ସମିତିଙ୍କୁ ପତ୍ର ଲେଖି ସ୍ମାରକପତ୍ର ପଠାଇବା ସହ ମଣ୍ଡି ଖୋଲିବା ଦାବିର ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ତାଙ୍କ ଉଦ୍ୟମ ଓ ଅଞ୍ଚଳବାସୀଙ୍କ ଦାବି ପରେ ପଟୁଆବାହାଲରେ ଧାନ ମଣ୍ଡି ଖୋଲିବାକୁ ଜିଲ୍ଲାପାଳ ଅନୁମତି ଦେଇଛନ୍ତି। ଏହି ମଣ୍ଡି ପ୍ରତିଷ୍ଠା ପାଇଁ ଡଙ୍ଗରପଡ଼ା ଗ୍ରାମ ପଞ୍ଚାୟତର ଚାଷୀ, ଭଦ୍ରବ୍ୟକ୍ତି ଓ ଉପଦେଷ୍ଟାମାନଙ୍କ ସହଯୋଗରେ ସମିତିର ଆଇଡି ନମ୍ବର ପ୍ରକ୍ରିୟା ମଧ୍ୟ ସମ୍ପନ୍ନ ହୋଇଥିବା ଜଣାଯାଇଛି। ଏହି ଅବସରରେ ଅଞ୍ଚଳର ଉନ୍ନତି ପାଇଁ ଆଗାମୀ ଦିନରେ ମଧ୍ୟ ସମସ୍ତଙ୍କ ସହଯୋଗ ଓ ସମନ୍ୱୟ ଜାରି ରହିବାକୁ ଆଶା ପ୍ରକାଶ କରାଯାଇଛି।
ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ହୀରାଲାଲ ବେହେରା, ବିଜେଡି ବ୍ଲକ ସଭାପତି ବିନୋଦ ବଡ଼ପଣ୍ଡା, ସରପଞ୍ଚ ଅୟସକାନ୍ତ ବଡ଼ପଣ୍ଡା, ବିଜେଡି ଜ଼ିଲ୍ଲା ସମ୍ପାଦକ ପ୍ରତାପ ନାଏକ,ଦୟାସାଗର ପ୍ରଧାନ, ଦିପେନ୍ଦ୍ର ବଘାର,
ଗୌରହରି ମିର୍ଦ୍ଧା, ଘନଶ୍ୟାମ ସାହୁ, ଲାଲା ମିର୍ଦ୍ଧା ଓ ପିଣ୍ଟୁ ପଣ୍ଡା ପ୍ରମୁଖ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।