-+91-9937148622 |
prerana_bgr@rediffmail.com |
Saturday 28th November 2026 |
R.N.I. Regd No. ODIODI/2010/46693
Breaking News
28-Nov-2026
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା କଂସାରୀପଡ଼ା ପୂର୍ଣ୍ଣମାସୀ ନୃତ୍ୟ କଳା ପରିଷଦ ପକ୍ଷରୁ ଐତିହାସିକ ୨୪୩ତମ ଗୋକୁଲାଷ୍ଟମି ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ଏହି ମହୋତ୍ସବ ୮ ଦିନ ଧରି ଚାଲିବ।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ମହୋତ୍ସବରେ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାର ବିଭିନ୍ନ ଝଲକ ଦେଖିବାକୁ ମିଳିବ। ବିଭିନ୍ନ ଦିବସରେ ଅଧିବାସ, କୃଷ୍ଣ ଜନ୍ମ, କୃଷ୍ଣ-ବଳରାମଙ୍କୁ ଗୋବର୍ଦ୍ଧନ ମଲ୍ଲଙ୍କ ଦ୍ୱାରା ଗୋ ଚାରଣ ବିଦ୍ୟା ପ୍ରଦାନ, କୃଷ୍ଣ-ବଳରାମଙ୍କ ବନ ଗମନ, ଷଣ୍ଢାସୁର ବଧ, କଂସ ଦରବାର, ବକାସୁର ବଧ, ଦୋଳଲୀଳା, ଅର୍ଘାସୁର ବଧ, କୃଷ୍ଣ-ବଳରାମଙ୍କ ନଗର ପରିକ୍ରମା ଓ କଳାମାଣିକ ମଞ୍ଚସ୍ଥ ପରି ଆକର୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି ମହୋତ୍ସବ କେବଳ ଏକ ପର୍ବ ନୁହେଁ, ଏହା ବିନିକା ଅଞ୍ଚଳର ୨୪୩ ବର୍ଷର ପୁରୁଣା ପରମ୍ପରା ଓ ସଂସ୍କୃତିର ପରିଚୟ। କଳାକାରମାନଙ୍କ ଜୀବନ୍ତ ଅଭିନୟ ଓ ନୃତ୍ୟ ଦେଖିବା ପାଇଁ ପ୍ରତିଦିନ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମୁଛି।
ଆୟୋଜକ କମିଟି ପକ୍ଷରୁ ସମସ୍ତ ଭକ୍ତ ଓ ଦର୍ଶକଙ୍କୁ ଏହି ମହୋତ୍ସବରେ ଯୋଗ ଦେଇ ଭଗବାନଙ୍କ ଲୀଳା ଦର୍ଶନ କରିବାକୁ ଅନୁରୋଧ କରାଯାଇଛି।