-+91-9937148622 |
prerana_bgr@rediffmail.com |
Saturday 28th November 2026 |
R.N.I. Regd No. ODIODI/2010/46693
Breaking News
28-Nov-2026
(ପ୍ରିୟଦର୍ଶିନୀ ପାତ୍ର,)
ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜାମ୍ବଗୁଡ଼ାଠାରେ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଓ ଶପଥ ପାଠ ଗ୍ରହଣ କରାଯାଇଥିଲା।
ଏହି ଅବସରରେ ଆଦର୍ଶ ଶିକ୍ଷକ ଓ ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଶିକ୍ଷକ ବାବୁଲାଲ କନ୍ୟା ସନ୍ତାନଙ୍କ ମହତ୍ତ୍ୱ, ସମାଜ ଓ ପରିବାର ଗଠନରେ ସେମାନଙ୍କ ଅବଦାନ ଏବଂ ନାରୀ ସଶକ୍ତୀକରଣ ସମ୍ପର୍କରେ ପିଲାମାନଙ୍କୁ ଉଦ୍ବୋଧନ ଦେଇଥିଲେ। “କନ୍ୟା ହେଉଛି ଦୁଇ କୂଳର ଦୁହିତା, ସେ ଘରର ଗୌରବ ଓ ସମାଜର ଅମୂଲ୍ୟ ରତ୍ନ” ବୋଲି ସେ ମତବ୍ୟକ୍ତ କରିଥିଲେ।
କନ୍ୟାରତ୍ନଙ୍କ ସୁରକ୍ଷା, ସମ୍ମାନ, ଶିକ୍ଷା ଓ ସମାନ ଅଧିକାର ପ୍ରତି ସମସ୍ତେ ସଚେତନ ରହିବା ନିମନ୍ତେ ନିଆରା ଢଙ୍ଗରେ ଶପଥ ପାଠ କରାଯାଇଥିଲା। କନ୍ୟାମାନଙ୍କ ମନରେ ଥିବା ଅସୀମ ସାହସ, ଧୈର୍ଯ୍ୟ ଓ ଆତ୍ମବିଶ୍ୱାସର ପାହାଡ଼ ସମସ୍ତଙ୍କୁ ପ୍ରେରଣା ଦେଇଥିଲା।“କନ୍ୟାକୁ ସମ୍ମାନ, କନ୍ୟାକୁ ସୁରକ୍ଷା — ସମୃଦ୍ଧ ସମାଜ ଗଠନର ମୂଳ ମନ୍ତ୍ର।”
କାର୍ଯ୍ୟକ୍ରମରେ ଶିକ୍ଷକ ବିନୋଦ, ରାମେଶ୍ୱର ଓ ପବିତ୍ର ସାର ସହଯୋଗ କରିଥିଲେ। ବିଦ୍ୟାଳୟର ଏହି ସଚେତନତାମୂଳକ ପଦକ୍ଷେପକୁ ଏସ୍ଏମ୍ସି ସଦସ୍ୟ ଓ ଗ୍ରାମବାସୀ ପ୍ରଶଂସା କରିବା ସହ ଶିକ୍ଷକମାନଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ।