-+91-9937148622 |
prerana_bgr@rediffmail.com |
Sunday 29th November 2026 |
R.N.I. Regd No. ODIODI/2010/46693
Breaking News
29-Nov-2026
ମହୋତ୍ସବର ତୃତୀୟ ଦିବସରେ ବ୍ୟାସପୀଠରେ ବିରାଜମାନ ପରମ ଶ୍ରଦ୍ଧେୟ ଶ୍ରୀ ସରୋଜ କୁମାର ବେଦବାଗ ଜୀ ହିରଣ୍ୟକଶ୍ୟପଙ୍କ ଅହଂକାର, ଭକ୍ତ ପ୍ରହ୍ଲାଦଙ୍କ ଅଟଳ ଭକ୍ତି ଏବଂ ଭଗବାନ ବିଷ୍ଣୁଙ୍କ ନୃସିଂହ ଅବତାରର ମହିମା ବର୍ଣ୍ଣନା କରିଥିଲେ। ହିରଣ୍ୟକଶ୍ୟପଙ୍କ ଅନେକ ଅତ୍ୟାଚାର ସତ୍ତ୍ୱେ ଭକ୍ତ ପ୍ରହ୍ଲାଦଙ୍କ ଭଗବାନ ବିଷ୍ଣୁଙ୍କ ପ୍ରତି ଅଗାଢ଼ ବିଶ୍ୱାସ ଓ ଭକ୍ତି କେବେ ବିଚଳିତ ହୋଇନଥିଲା। ଶେଷରେ ଭଗବାନ ନୃସିଂହ ଅବତାର ଧାରଣ କରି ନିଜ ଭକ୍ତଙ୍କୁ ରକ୍ଷା କରିବା ସହ ଅଧର୍ମର ବିନାଶ କରିଥିଲେ। ଏହି ପ୍ରସଙ୍ଗ ମାଧ୍ୟମରେ ଭକ୍ତି, ବିଶ୍ୱାସ ଓ ଧର୍ମପଥରେ ଚାଲିବାର ମହତ୍ତ୍ୱପୂର୍ଣ୍ଣ ସନ୍ଦେଶ ଦିଆଯାଇଥିଲା।
ସେହିପରି ବୃନ୍ଦାବନରୁ ଆସିଥିବା ଶ୍ରୀ ଶ୍ରୀ ଗୁରୁ ପ୍ରସାଦ ମିଶ୍ର ଜୀ (ବୃନ୍ଦାବନ ବାବା) ପ୍ରତିଦିନ ସକାଳ ୮ଟାରୁ ଶ୍ରୀମଦ୍ଭାଗବତର ମୂଳ ପାଠ କରୁଛନ୍ତି।
ମହିମା ରାଇସ୍ ମିଲ୍ ପରିସରରେ ଆୟୋଜିତ ଏହି ମହୋତ୍ସବରେ ଶ୍ରଦ୍ଧାଳୁଙ୍କ ପାଇଁ କଥା ଶ୍ରବଣ ସହ ପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଛି। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରୁଥିବା ବେଳେ ଆଖପାଖ ଗ୍ରାମରୁ ମଧ୍ୟ ବହୁ ସଂଖ୍ୟାରେ ଭକ୍ତ ନିୟମିତ ଯୋଗଦେଉଛନ୍ତି।
ତୃତୀୟ ଦିବସର ଏହି ଧାର୍ମିକ ଆୟୋଜନରେ ସମାଜସେବୀ ସୁରେଶ ସାରଙ୍ଗୀ, ବରିଷ୍ଠ ସଦସ୍ୟ ବିଷ୍ଣୁ ପ୍ରସାଦ କେଡ଼ିଆ, ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ବଲାଙ୍ଗିର ଶାଖାର ସଭାପତି ସୁଶୀଲ ଅଗ୍ରୱାଲ, ପ୍ରାନ୍ତୀୟ ଉପସଭାପତି (ମୁଖ୍ୟାଳୟ) ସଞ୍ଜୟ ଅଗ୍ରୱାଲ (ଅନ୍ନୁ), ପ୍ରାନ୍ତୀୟ ମିଡିଆ ପ୍ରଭାରୀ ତଥା ସାମ୍ବାଦିକ ପବନ ଅଗ୍ରୱାଲ, ସୁଦାମ ଅଗ୍ରୱାଲ, ପ୍ରକାଶ କେଜ୍ରିୱାଲ ଏବଂ ଶ୍ରବଣ ଅଗ୍ରୱାଲଙ୍କ ସମେତ ବଲାଙ୍ଗିର ମାରୱାଡ଼ି ସମାଜର ବହୁ ସଦସ୍ୟ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର ୨୬ ତାରିଖରୁ ଡିସେମ୍ବର ୨ ତାରିଖ ୨୦୨୬ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୩ଟା ୩୦ରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମଦ୍ଭାଗବତ କଥା ଆୟୋଜିତ ହେଉଛି। ଆୟୋଜକ ଛତ୍ରଧାରୀ ଅଗ୍ରୱାଲ ଏବଂ ସିଏ ମୁକେଶ କୁମାର ଅଗ୍ରୱାଲ ସମସ୍ତ ଶ୍ରଦ୍ଧାଳୁଙ୍କୁ ପରିବାର ଓ ଇଷ୍ଟମିତ୍ରଙ୍କ ସହ ଯୋଗଦେଇ ଭାଗବତ କଥା ଶ୍ରବଣ କରିବାକୁ ନିବେଦନ କରିଛନ୍ତି।