-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
18-Nov-2023
ବଲାଙ୍ଗୀର(ପ୍ରେରଣା ଖବର)ବଲାଙ୍ଗୀର ସହରର ତାଲପାଲିପଡା ସ୍କୁଲନିକଟରେ ପବନପୁତ୍ର ହନୁମାନଙ୍କ ଏକ ବିଗ୍ରହସ୍ଥାପନ କରାଯିବା ସହିତ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ୧୩ ତାରିଖରେ କଳସଶୋଭାଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ରାରେ ତାଲପାଲିପଡାର ଶତାଧିକ ପୁରୁଷ ମହିଳା ସାମିଲ ହୋଇ ସ୍ଥାନୀୟ ତାଲପାଲିବନ୍ଧରୁ କଳସରେ ପାଣିଭରି ଶୋଭାଯାତ୍ରାରେ ଆସିଥିଲେ । ୧୪ ତାରିଖରେ ହନୁମାନଙ୍କ ବିଗ୍ରହ ସ୍ଥାପନ,ସୁନ୍ଦରାକାଣ୍ଡ କରାଯିବା ସହିତ ରାତିରେ ଭଜନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଛକକୁ ପବନପୁତ୍ର ଛକନାମରେ ନାମିତ କରାଯାଇଛି । କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ସଂଗଠକ ରାକେଶ ମିଶ୍ର ଓ ତାଙ୍କ ଧର୍ମପତ୍ମୀ ଚନ୍ଦ୍ରକାନ୍ତି ଖମାରୀ ଦାୟୀତ୍ୱ ନିର୍ବାହ କରିଥିଲେ । ଲିପକ ମିଶ୍ରଙ୍କ ସୁମଧୁରକଣ୍ଠରେ ସୁନ୍ଦରାକାଣ୍ଡ ଓ ଭଜନ ପାରାୟଣ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତାଲପାଲିପଡାର ମନୋଜ ମହାରଣା,ଜିତେନ ବାଗ,ଶାନ୍ତନୁ ପଟେଲ,ପିଣ୍ଟୁ ପୋଢ,ରିଣ୍ଟୁ ପୋଢ,ସ୍ୱାବନ ସ୍ୱାଇଁ,ସୁଦର୍ଶନ ସ୍ୱାଇଁ,ବିଘ୍ନ ବଗର୍ତ୍ତି,ମହେଶ୍ୱର ବଗର୍ତ୍ତି,ଗୁପ୍ତେଶ୍ୱର ବଗର୍ତ୍ତି,ଆର୍ତ୍ତ ବାଗ,ଅଶ୍ୱିନୀ ସାଏ,ଅରବିନ୍ଦ ପରୁଆ,କୁସଙ୍ଗିଆ,ପ୍ରସନ୍ନ,ଦ୍ୱାରୁ ଓ ଟୁଞ୍ଚୁଙ୍କ ସମେତ ବହୁସଂଖ୍ୟାରେ ଯୁବକମାନେ ସହଯୋଗ କରିଥିଲେ ।