-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
18-Nov-2023
ବଲାଙ୍ଗୀର,-ରାଜ୍ୟସରକାରଙ୍କ ଦୁର୍ନିତୀ ପ୍ରତିବାଦରେ ବିଜେପିଦଳ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ଏହାର ପ୍ରତିବାଦ କରିଛି । ସରକାର ନିର୍ବାଚନ ପୂର୍ବରୁ ଅନେକ ଯୋଜନା କରି ଅନୁଦାନ ଦେଉଛନ୍ତି । କିନ୍ତୁ ସେଥିରେ ଦଳୀୟକର୍ମିଙ୍କୁ ନିୟୋଜିତ କରି ବ୍ୟାପକ ପିସି କାରବାର କରି ଦୁର୍ନିତୀ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ମୁଖତଃ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଆସୁଥିବା ଅର୍ଥକୁ ଦଳୀୟ ପ୍ରଚାର କରିବାକୁ ଠିକାରେ ଦିଆଯାଉଛି ବୋଲି ଅଭିଯୋଗ କରାଯାଇଛି । ଲୋଇସିଂହା ନିର୍ବାଚନମଣ୍ଡଳୀରେ ବିଧାୟକ ଡ.ମୁକେଶ ମହାଲିଙ୍ଗ ନେତୃତ୍ୱରେ ୩ଟି ଯାକ ବ୍ଲକ ଯଥା-ପୁଇଁତଳା,ଲୋଇସିଂହା ଓ ଆଗଲପୁର ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ପୁଇଁତଳା ବ୍ଲକରେ ବିଧାୟକ ଡ.ମହାଲିଙ୍ଗ,ଜିଲ୍ଲାପରିଷଦ ସଭ୍ୟ ଶିବଦତ୍ତ ମିଶ୍ର,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରାଜକିଶୋର ନାଏକ,ଦିତିକୃଷ୍ଣ ସେଲମା,ଅଜିତ ପଣ୍ଡା,ଦେବୀଲାଲ ମିଶ୍ର,ରମାକାନ୍ତ ପଧାନ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ କର୍ମି ବ୍ଲକ ଘେରାଉ କରିଥିଲେ । ସେହିପରି ଲୋଇସିଂହାରେ ଭୁତନାଥ ନାଏକ,ଗୌରାଙ୍ଗ ନାଏକ,ରଙ୍କ ପଣ୍ଡା ପ୍ରମୁଖଙ୍କ ସମେତ ଶତାଧିକ କର୍ମି ଉପସ୍ଥିତ ରହି ବ୍ଲକ କାର୍ଯ୍ୟାଳୟ ଘେରିଥିଲେ ।
ସେହିପରି ବିଜେପିର ବରିଷ୍ଠନେତା ଗୋପାଳଜୀ ପାଣିଗ୍ରାହୀ,ଦୀନେଶ ଶର୍ମାଙ୍କ ନେତତ୍ୱରେ ଶତାଧିକ କର୍ମି ବଲାଙ୍ଗୀର ସଦରବ୍ଲକକୁ ଘେରାଉ କରିଥିଲେ । ଅନ୍ୟାନ୍ୟ ବ୍ଲକରେ ମଧ୍ୟ ଭାଜପାନେତା ଓ କର୍ମୀ କାକାର୍ଯ୍ୟାଳୟ ଘେରାଉ କରିଥିଲେ ।