-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
02-May-2025
ବଲାଙ୍ଗିର(ପ୍ରେରଣା ଖବର): ରାଜଧାନୀ ଦିଲ୍ଲୀ ଠାରେ ଅନୁଷ୍ଠିତ ୧୫ତମ ଦାଦା ସାହେବ ଫାଲକେ ଚଳଚ୍ଚିତ୍ର ଉତ୍ସଵ ୨୦୨୫ ରେ ଭାଗନେଇ ଶ୍ରେଷ୍ଠ ସଙ୍ଗୀତ ଓ ପ୍ରଚ୍ଛଦ ସଙ୍ଗୀତ ପୁରସ୍କାରରେ ଯୋଗ୍ୟ ବିବେଚିତ ହେବାର ସୌଭାଗ୍ୟ ଲାଭ କରିଛି ଏ ନିୟୁ ଫିଲ୍ମ ବେନରରେ ପ୍ରସ୍ତୁତ କୋଶଲି ସର୍ଟ ଫିଲ୍ମ 'କୋକୁଆ'।
ପ୍ରୋଜାଜକ ସମୀର ରଞ୍ଜନ ରଣାଙ୍କ କାହାଣୀ ଓ ଚିତ୍ରନାଟ୍ୟକୁ ନିର୍ଦେଶନା, ସମ୍ପାଦନା ତଥା ଯୁଗ୍ନ ପ୍ରୋଜାଜନା କରିଛନ୍ତି ଯୁବ ନିର୍ଦେଶକ ସୋମ୍ୟରଞ୍ଜନ ରଣା । ଲଳିତ ପୂଜାରୀ ଓ ଶ୍ରୀନିବାସ ମିଶ୍ର ଅଭିନୀତ ଏହି ଫିଲ୍ମରେ କୃଷ୍ଣଚନ୍ଦ୍ର ସେନ୍ଦରିଆ ଓ ସାଇ ଚରଣଙ୍କ ଗୀତକୁ ସଂଗୀତରେ ସଜାଇ ଛନ୍ତି ନିଜେ ଏ.ସାଇ ଚରଣ । କ୍ୟାମେରା ପରିଚାଳନା କରିଛନ୍ତି ସଂଗ୍ରାମ ମହାପାତ୍ର । ସେହିପରି ସଂଳାପ ପରିଚାଳନାରେ ଦୟା ସାଗର ଧରୁଆ । ଗତକାଲି ନୁଆଦିଲ୍ଲୀରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହାକୁ ଶ୍ରେଷ୍ଠ ସଙ୍ଗୀତ ଓ ପ୍ରଚ୍ଛଦ ସଙ୍ଗୀତ ବିଭାଗରେ ପୁରସ୍କୃତ କରାଯାଇଛି l ସୂଚନାଯୋଗ୍ୟ ଯେ ପଶ୍ଚିମ ଓଡିଶାର ବରିଷ୍ଠ କଣ୍ଠଶିଳ୍ପୀ ମୁରଲିଧାରି ପତି ଙ୍କ କଣ୍ଠଦାନରେ ଫୁଲେ ଫଲେ ପତର ଡାଲେ ସବୁ ଠାନେ ରହିଛୁ ଗୀତ ଅତ୍ୟନ୍ତ ହୃଦୟସ୍ପର୍ଶି ହେବା ସହ ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳତା ଲାଭ କରିଛି l
ପଶ୍ଚିମ ଓଡିଶାର ଗ୍ରାମ୍ୟ ପୃଷ୍ଠଭୂମି ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଖୁବ ଶୀଘ୍ର ଏକ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ବୋଲି ପ୍ରୋଯାଜନା ସଂସ୍ଥାରୁ ପ୍ରକାଶ l