-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
03-May-2025
ନବରଙ୍ଗପୁର:(ମିହିର ଶଙ୍କର ପାତ୍ର)
ଡାବୁଗାଁ ବ୍ଳକ ଶିବ ମନ୍ଦିର ନିକଟରେ ଥିବା କଲୋନୀରୁ ଦିନ ୧୦ ଘଣ୍ଟା ସମୟରେ ଚୋରି ହୋଇ ଥିବା ଖବର ଡାବୁଗାଁ ରେ ଚାଞ୍ଚଲ୍ଯ ସୃଷ୍ଟି କରିଛି l ବ୍ୟବସାୟୀ ବେଣୁଧର ପରିଡା ଲାଇନ ବେପାର କରିବାକୁ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଶିକ୍ଷୟତ୍ରୀ ହୋଇଥିବାରୁ ସରକାର ଙ୍କ ନିୟମାନୁଯାୟୀ ସର୍ଭେ କରିବାକୁ ଯାଇଥିଲେ l ଘର ନିକଟରେ କିରାନା ଦୋକାନ ରେ ଝିଅ ରହିଥିବାରୁ ଘର ତାଲା ପଡ଼ିଥିଲା l ବ୍ୟବସାୟୀ ଙ୍କ ଘର ତାଲା,ଘରେ କେହି ନ ଥିବା ସୁଯୋଗ ଦେଖି ଚୋର ଘର ଛାତ ଉପରେ ଚଢି ସିଡି ଦେଇ ଘର ତାଲା ଭାଙ୍ଗି ଚୋରି କରି ଚାଲି ଯାଇଛି l ଉକ୍ତ ଖବର ବିଷୟରେ ବେଣୁଧର ପରିଡା ଥାନା କୁ ଯାଇ ଚୋରି ହୋଇଥିବା ବିଷୟରେ ଏତଲା ଦେଇଥିଲେ l ଏତଲାରେ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ଓ ଗୋଟିଏ ସୁନାର ମୁଦି ଚୋର ଚୋରି କରି ନେଇଥିବା ଦର୍ଶାଯାଇଛି lଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଯାଇ ଅନୁସନ୍ଧାନ ଜାରି ରଖି ତଦନ୍ତ କରିଛନ୍ତି l ଅନୁସନ୍ଧାନୀ କୁକୁର ଆସି ଅନୁସନ୍ଧାନ ହେବ ବୋଲି ସୂଚନା ମିଳିଛି ।