-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
05-Dec-2024
ଗଞ୍ଜାମ (କୈଳାଶ ଚନ୍ଦ୍ର ଚୌଧୁରୀ): କିଛି ମାସ ହେଲା ବିଭିନ୍ନ ପ୍ରକାର ଠକଙ୍କ ପ୍ରଭାବ ବିସ୍ତାର ଯୋଗୁଁ ବହୁତ ନୀରିହ ଲୋକ ସର୍ବସ୍ବାନ୍ତ ହୋଇଛନ୍ତି ଓ ବିଭିନ୍ନ ଠକ ମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ବର୍ତମାନ ବିଭିନ୍ନ ସରକାରୀ ଅନୁଷ୍ଠାନରେ ଚାକିରି କରାଇବା ଲୋଭରେ କିଛି ଚତୁର ଠକ ବହୁ ବେରୋଜଗାର ଯୁବକ ମାନଙ୍କ ଠାରୁ କୋଟି କୋଟି ଟଙ୍କା ଠକି ମଜା ନେଉଥିବା ଠକ ମାନଙ୍କୁ ବିଭିନ୍ନ ସ୍ଥାନରୁ କାବୁ କରି ବିଭିନ୍ନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ପୋଲିସ ସୁତ୍ରରୁ ପ୍ରକାଶ ଯେ ବ୍ରହ୍ମପୁର ସହରର ସନ୍ତୋଷ ସାହୁ ନାମକ ଜଣେ ଯୁବକ ସରକାରୀ ଚାକିରୀ ଅନୁସନ୍ଧାନ ରେ ଥିବାବେଳେ ଆସ୍କା କାଳଷଣ୍ଢପୁରର ହୃଦୟବାନ ମୁନି ନାମକ ଜଣେ ଯୁବକ ଙ୍କ ନିକଟରେ ପହଞ୍ଚିଲେ ଓ ରାଜ୍ୟ ସଚିବାଳୟରେ ତୃତୀୟ ଓ ଚତୁର୍ଥ ଶ୍ରେଣୀରେ ଚାକିରି କରାଇବା ପାଇଁ ୩ ଲକ୍ଷ୍ୟ ଟଙ୍କା ଦାବୀ କରିଥିଲେ। ସନ୍ତୋଷ ଓ ଆଉ କିଛି ବନ୍ଧୁଙ୍କ ଠାରୁ ବହୁ ପରିମାଣର ଟଙ୍କା ଓ ବାୟଡାଟା ସଂଗ୍ରହ କରି ହୃଦୟାନନ୍ଧ କୁ ଦେଇଥିଲା।ହୃଦୟାନନ୍ଦ ସମସ୍ତ ବାୟଡାଟା ତା'ର ଅନ୍ୟ ଜଣେ ବନ୍ଧୁ ଜଗଦୀଶ ବେହେରା ନିକଟକୁ ପଠାଇଥିଲା ଓ କିଛି ଦିନ ପରେ ସମସ୍ତ ଚାକିରି ଆଶାୟୀ ଙ୍କୁ ରାଜଧାନୀ ନିର୍ମାଣ ସୌଧ କୁ ନେଇ ଜଗଦୀଶ ସହିତ ସାକ୍ଷାତ କରାଇଥିଲା।
ଜଗଦୀଶ ନିଜକୁ ଜଣେ ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇ ସମସ୍ତ ଯୁବକ ଠାରୁ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ସଂଗ୍ରହ କରି ମାତ୍ର କିଛି ଦିନ ମଧ୍ୟରେ ନିଯୁକ୍ତି ପତ୍ର ଇମେଲ ଜରିଆରେ ପହଞ୍ଚିବ ବୋଲି କହିଥିଲା।ଆଉ କିଛି ଦିନ ପରେ ସମସ୍ତ ଆଶାୟୀ ଙ୍କୁ ୯ ତାଲା କୋଠା କୁ ଡ଼ାକି ଶିଶିର ମିଶ୍ର ନାମକ ଜଣେ ଯୁବକ କ୍ୟାମେରା ଆଗରେ ଛିଡା କରାଇ ସମସ୍ତଙ୍କର ବାୟୋମେଟ୍ରିକ୍ ଭେରିଫିକେଶନ୍ ପରୀକ୍ଷା କରି କିଛି ଦିନ ମଧ୍ୟରେ ସମସ୍ତେ ନିଜ ନିଜ କାର୍ଯ୍ୟରେ ଯୋଗ ଦେବେ ବୋଲି କହି ଠକ ଶିଶିର ପ୍ରତିଶୃତି ଦେଇ ଘରକୁ ପଠାଇ ଦେଇଥିଲା ଓ ପରେ ସମସ୍ତ ଙ୍କୁ ଚାକିରି ନିଯୁକ୍ତି ପତ୍ର ଇମେଲ ଜରିଆରେ ପଠାଇଥିଲା। ନିଯୁକ୍ତି ପତ୍ର ପାଇ ଯୁବକ ମାନେ ଚାକିରି ରେ ଯୋଗଦେବାପାଇଁ ଯାଇ ଉକ୍ତ ଠକ ମାନଙ୍କୁ ଫୋନ କରିବା ବେଳେ ସମସ୍ତଙ୍କର ଫୋନ ବନ୍ଦ ଥିଲା। ଯୁବକ ମାନେ ପରେ ଜାଣିବାକୁ ପାଇଲେ ଯେ ସେମାନେ ପାଇଥିବା ନିଯୁକ୍ତି ପତ୍ର ଜାଲ୍ ଓ ସମସ୍ତେ ଠକାମୀ ର ଶୀକାର ହୋଇଥିବା ଜାଣିବା ପରେ ସନ୍ତୋଷ ଓ ସମସ୍ତ ବନ୍ଧୁ ମିଶି ହୃଦୟାନନ୍ଧ ଓ ଜଗଦୀଶ କୁ ଟଙ୍କା ଫେରାଇବାକୁ କହିଲେ। କିନ୍ତୁ ଉକ୍ତ ଦୁଇ ଠକ ବେରୋଜଗାରୀ ଯୁବକ ମାନଙ୍କୁ ହତ୍ୟା ର ଧମକ ଦେଇ ଘଉଡାଇ ଥିଲେ। ଏପରି କି ଅଭିଯୁକ୍ତ ଜଗଦୀଶ ନିଜର ସୁରକ୍ଷା ପାଇଁ ଦରମା ଦେଇ କିଛି ଅଙ୍ଗରକ୍ଷୀ ନିଯୁକ୍ତି ଦେଇଥିଲା।
ପରିଶେଷରେ ଠକାମୀ ର ଶୀକାର ଯୁବକ ମାନେ ବୈଦ୍ୟନାଥ ପୁର ପୋଲିସ ର ଆଶ୍ରୟ ନେଇଥିଲେ। ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଘଟଣାକୁ ଗୁରୁତ୍ବ ସହ ଅନୁସନ୍ଧାନ କରି ଏହି କାର୍ଯ୍ୟକ୍ରମରେ ଅଭିଯୁକ୍ତ ହୃଦୟାନନ୍ଦ, ଜଗଦୀଶ, ଶିଶିର ସମେତ ସୁର୍ଯ୍ୟକାନ୍ତ ବେହେରା, ସୁନୀଲ ବେହେରା,ସୁମନ୍ତ ପାତ୍ର, ପ୍ରକାଶ ସେଠୀ, ଚୌହାନ ଯେନା ଓ ସନ୍ତୋଷ ନାୟକ ନାମକ ୯ ଜଣ ଚତୁର ଓ ନବାବୀ ଠକ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ସେମାନଙ୍କ ନିକଟରୁ ବହୁ ଜାଲିଆତି କାଗଜପତ୍ର ସହ ଏକ କାର୍ ଜବତ କରିଛନ୍ତି।