-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
14-Sep-2026
ଟିଟିଲାଗଡ(ପ୍ରେରଣା ଖବର)- ଆଜି ହେଉଛି ଶ୍ରୀ ଗଣେଶଙ୍କ ପୂଜା। ସବୁଆଡେ ପୂଜା ପାଉଛନ୍ତି ବିଘ୍ନ ବିନାଶକ ଶ୍ରୀ ଗଣେଶ। ଟିଟିଲାଗଡ ସହରର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ଅତି ଧୂମଧାମରେ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଛି । ସେହିପରି ଶ୍ରୀ ଦାଦିଯି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଟ୍ରଷ୍ଟି ଶ୍ରୀମତୀ ଶ୍ୟାମଲତା ଅଗ୍ରୱାଲଙ୍କ ଉପସ୍ଥିତିରେ ପୂଜା ହୋଇଥିଲା। ପଣ୍ଡିତ ସୁନୀଲ ଶର୍ମା ଅତି ସୁନ୍ଦର ଭାବେ ପୂଜାର୍ଚ୍ଚନା କରିଥିବା ବେଳେ କୁନି କୁନି ପୁଅ ଝିଅ ମାନେ ପ୍ରଥମ ଥର ଖଡି ଛୁଆଁଇ ଶିକ୍ଷା ଗ୍ରହଣ ଆରମ୍ଭ କରିଥିଲେ। ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଆସି ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା ତଥା ଦର୍ଶନ ଲାଭ କରିଥିଲେ। ଏହି ପୂଜାର୍ଚ୍ଚନାକୁ ସଫଳ ରୂପାୟନ କରାଇବାରେ ସ୍କୁଲର ଶିକ୍ଷୟତ୍ରୀ ଶ୍ରୀମତୀ ଇପ୍ସିତା ମିଶ୍ର, ସୁନିତା ମିଶ୍ର, ସସ୍ମିତା ଷଡ଼ଙ୍ଗୀ, ମମତା ବହିଦାର, ଚିନ୍ମୟୀ ଗୌଡ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।