-+91-9937148622 |

prerana_bgr@rediffmail.com |

  Tuesday 17th February 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର    (16-Feb-2026)       ||      *୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   (16-Feb-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   (16-Feb-2026)       ||      ‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   (16-Feb-2026)       ||      ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   (16-Feb-2026)       ||      *ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   (16-Feb-2026)       ||      ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   (16-Feb-2026)       ||      ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   (16-Feb-2026)       ||      ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି    (16-Feb-2026)       ||      ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   (16-Feb-2026)       ||      ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   (15-Feb-2026)       ||      ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Feb-2026)       ||      ତରାପୁର ମନ୍ଦିରରେ ଚତୁର୍ଦ୍ଦଶୀ ଓ ଶିବରାତ୍ରୀ ପାଳନ   (15-Feb-2026)       ||      ରାଜ୍ୟସ୍ତରୀୟ ତୀରନ୍ଦାଜୀ ଚମ୍ପିୟାନସିପରେ ବୌଦ୍ଧର ସୁରଜ ମେହେର ପାଇଲେ ରୋପ୍ୟ ପଦକ   (15-Feb-2026)       ||      ୟୁଜିସି ନିର୍ଦ୍ଦେଶାନାମା ୨୦୨୬ ସମର୍ଥନରେ କର୍ମଶାଳା   (15-Feb-2026)       ||      ଆଗଲପୁର ପୋଲିସ କୁ ବଡ଼ ସଫଳତା   (15-Feb-2026)       ||      କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଅନ୍ତର୍ଜାତୀୟ କର୍ମଶାଳାରେ ଭାଗନେଲେ ଯୁବୋଦୟ ର ୧୨ ଛାତ୍ର   (15-Feb-2026)       ||      ଵିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ୩୩ତମ ବାର୍ଷିକ ଉତ୍ସଵ "ପରମ୍ପରା "   (15-Feb-2026)       ||      ବଲବସପୁର ଅଗ୍ନିଭୈରବ ନାଟ୍ୟକଳା ସଂଘ ର ଶପଥ ଗ୍ରହଣ ସମାରୋହ।   (15-Feb-2026)       ||      ଦିନଦ୍ୱିପହରରେ କୋର୍ଟକର୍ମଚାରୀଙ୍କ ସ୍କୁଟିଲୁଟ,୪୮ ଘଣ୍ଟାପରେ ବି ପୋଲିସ ହାତ ଖାଲି   (15-Feb-2026)       ||     

HOME   ରାଜ୍ୟ

ବଲାଙ୍ଗୀର ମାଟିର ୫ ବିଚାରପତି ସମ୍ବର୍ଦ୍ଧିତ

11-Jan-2026



ବଲାଙ୍ଗିର: ଓକିଲାତି ବୃତ୍ତିରେ ବଲାଙ୍ଗୀର ବାର୍ ର ଅନେକ ଓକିଲ ରାଜ୍ୟ ଓ ରାଜ୍ୟ ବାହାରେ ନିଜର ସ୍ମରଣୀୟ ସାମର୍ଥ୍ୟ ପ୍ରଦର୍ଶନ କରିଛନ୍ତି l  ଜଣେ ଭଲ ଓକିଲ ହେବା ପାଇଁ ପ୍ରତିଦିନ ଜଣେ ଓକିଲକୁ ବହିରେ ମନନିବେଶ କରି ଅନ୍ୟୁନ ଚାରୋଟି ଜଜମେଣ୍ଟ ପଢିବାକୁ ପଡିବ l ଆଜି ନିଜ ଜନ୍ମମାଟିରେ  ତଥା ଓକିଲାତି କରୁଥିବା ନିଜ କର୍ମସ୍ଥଳୀରେ ସମ୍ବର୍ଦ୍ଧିତ ହୋଇ ଆମେ ଗର୍ବିତ ବୋଲି ସମ୍ବର୍ଦ୍ଧିତ ବିଚାରପତି ମାନେ ନିଜର ସମ୍ବର୍ଦ୍ଧନା ର ପ୍ରତ୍ୟୁତ୍ତରରେ ଖୁସି ବ୍ୟକ୍ତ କରିଛନ୍ତି l ଆଇନଜୀବୀ ବୃତ୍ତିରେ ଥାଇ ପରବର୍ତ୍ତୀ ସମୟରେ ଜିଲ୍ଲା ତଥା ରାଜ୍ଯ ବାହାରରେ ବିଭିନ୍ନ କୋର୍ଟରେ ବିଚାରପତି ଆସନ ଅଳଙ୍କୃତ କରିଥିବା କିଛି ସୁନାମଧନ୍ଯ ବିଚାରପତିଙ୍କୁ ଆଜି ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l

ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ବଲାଙ୍ଗୀର ମାଟିର ୫ ଜଣ ବିଚାରପତି ଙ୍କୁ ଉପାୟନ ଓ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଛି  l ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ସୁପ୍ରିମ କୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର, ଝାରଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ବର୍ତ୍ତମାନର ଜିଏସ୍‌ଟି ଏପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍ ସଂଜୟ ମିଶ୍ର, ଓଡ଼ିଶା ହାଇକୋର୍ଟ ବିଚାରପତି ସଂଜୀବ ପାଣିଗ୍ରାହୀ ଓ ଗୌରୀଶଙ୍କର ଶତପଥୀ ଏବଂ ଛତିଶଗଡ଼ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଭୁଦତ୍ତ ଗୁରୁ ଙ୍କୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଅନେକ ପ୍ରତିଭାବାନ ଆଇନଜୀବୀ ଓ ବିଚାରପତି ସ୍ରୁଷ୍ଟି କରିଛି l  ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ସଂଘର ଗାରିମା ଓ ମର୍ଯ୍ୟାଦାକୁ ବଳବତ୍ତର ରଖିବା ବର୍ତ୍ତମାନର ପିଢ଼ିର ଓକିଲ ମାନଙ୍କ ଦାୟିତ୍ଵ ବୋଲି ସମ୍ବର୍ଦ୍ଧିତ ବିଚାରପତି  ମାନେ ନିଜ ବକ୍ତବ୍ୟରେ କହିଥିଲେ l  ବଲାଙ୍ଗୀରରେ  ନୂତନ ସିଭିଲ କୋର୍ଟ ନିର୍ମାଣ ଓ ହାଇକୋର୍ଟର ସାର୍କିଟ କୋର୍ଟ ନିର୍ମାଣ ଉପରେ ବିଚାରପତି ମାନେ ଜୋର୍ ଦେଇଥିଲେ।  ବିଚାରପତି ମାନଙ୍କୁ ବରିଷ୍ଠ ଆଇନଜୀବୀ ଗୋପାଳ ପାଣିଗ୍ରାହୀ,  ଆନନ୍ଦ ପାଣିଗ୍ରାହୀ, ପ୍ରମୋଦ ତ୍ରିପାଠୀ, ଭବାନୀ ସତପଥୀ ଅମରେନ୍ଦ୍ର ମିଶ୍ର ପ୍ରମୂଖ ସମର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମକୁ ଜୟକୃଷ୍ଣ ସାହୁ ସଂଯୋଜନା କରିଥିଲେ l ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସଫଳ କରିବାରେ ସରୋଜ ପାଣିଗ୍ରାହୀ, ବୈଷ୍ଣବ ମିଶ୍ର, ସଂଘର ଉପସଭାପତି ସୁଧାଂଶୁ ଦେଓ, ସହସମ୍ପାଦକ ସୁମିତ ଖୁଆସ, କୋଷାଧ୍ୟକ୍ଷ ସମୀର ମିଶ୍ର, ଆଇନଜୀବୀ ଶିବ ଦ୍ଵିବେଦୀ, ଦିପ୍ତୀ ଶର୍ମା, ସବିତା ମିଶ୍ର, ପ୍ରଶାନ୍ତ ସେନାପତି, ରାଜେନ୍ଦ୍ର ପୁରୋହିତ, 

ରାଜେନ୍ଦ୍ର ମିଶ୍ର, ସିଦ୍ଧାର୍ଥ ମିଶ୍ର, ସୁବାଷ ନନ୍ଦ, ପ୍ରିୟ ରଞ୍ଜନ ବହିଦାର, ଅରବିନ୍ଦାକ୍ଷ ପୁଝାରୀ, ସଙ୍ଗୀତା ସିଂହ, ସୁରମା ବହିଦାର, ଜାଗୃତି ସାହୁ, ନିର୍ମାଲ୍ୟ ସ୍ଵାଇଁ, ମମତା ସୁନା ପ୍ରମୂଖ ସହଯୋଗ କରିଥିଲେ l ଶେଷରେ ଜିଲ୍ଲା ଓକିଲ ସଂଘର ସମ୍ପାଦକ ସଞ୍ଜୟ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସିଭିଲ କୋର୍ଟର ସମସ୍ତ ବିଚାରପତି, ଜୁଡିସିଆଲ ଷ୍ଟାଫ୍, ବଲାଙ୍ଗୀର ଲ' କଲେଜର ଛାତ୍ରଛାତ୍ରୀଙ୍କ ସମେତ ବଲାଙ୍ଗୀର, ପାଟଣାଗଡ଼, କଣ୍ଟାବାଞ୍ଜି ସଇଁତଳା, ଲୋଇସିଂହା ଓ ସୋନପୁର ଜିଲ୍ଲାର ବହୁ ଓକିଲ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର   16-Feb-2026
  ଜିଲ୍ଲା  
*୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   16-Feb-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   16-Feb-2026
  ଜିଲ୍ଲା  
‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   16-Feb-2026
  ରାଜ୍ୟ  
ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   16-Feb-2026
  ଜିଲ୍ଲା  
*ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   16-Feb-2026
  ଜିଲ୍ଲା  
ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   16-Feb-2026
  ଜିଲ୍ଲା  
ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   16-Feb-2026
  ଜିଲ୍ଲା  
ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି   16-Feb-2026
  ଜିଲ୍ଲା  
ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   16-Feb-2026
  ଜିଲ୍ଲା  
ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   15-Feb-2026
  ଜିଲ୍ଲା  
ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   15-Feb-2026

You Might Also Like