-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
12-Aug-2025
ଦିଗପହଣ୍ଡି ଥାନା ଅର୍ନ୍ତଗତ ନାରାୟଣ ପୁର ଛକରେ ପିକ୍ଅପ୍ ଗାଡ଼ି ଓ ମୋଟରସାଇକେଲ ମୁହାଁମୁହିଁ ଧକ୍କା ଫଳରେ ମୋଟରସାଇକେଲ ଚାଳକ ତଥା ବ୍ରହ୍ମପୁର ଟ୍ରାଫିକ ପୋଲିସ ସିପାହୀ ଅନୀଲ ନାୟକ ଓ ତାଙ୍କ ବନ୍ଧୁ ବ୍ରହ୍ମପୁର ନୀଳକଣ୍ଠ ନଗର ଅଞ୍ଚଳର ଶେଖ୍ ରହିମ୍ ଙ୍କର ମୃତ୍ୟୁ ଘଟିଛି। ଉଭୟେ ଗତ ରବିବାର ଦିନ ଅନୀଲ ର ନିଜ ଗ୍ରାମ ଗଜପତି ଜିଲ୍ଲା ରାୟଗଡ ବ୍ଲକ ନାରଣପୁର ଗ୍ରାମକୁ ବୁଲି ଯାଇଥିଲେ ଓ ବ୍ରହ୍ମପୁର ଫେରୁଥିବା ବେଳେ ନାରାୟଣପୁର ଛକରେ ଦୁର୍ଘଟଣାର ସମ୍ମୁଖିନ ହୋଇ ଘଟଣାସ୍ଥଳରେ ଅନୀଲ ର ମୃତ୍ୟୁ ଘଟିଥିଲା ବେଳେ ମୁର୍ମୁଷୁ ଅବସ୍ଥାରେ ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିବା ସହ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।