-+91-9937148622 |

prerana_bgr@rediffmail.com |

  Saturday 24th May 2025 |

| | | |

R.N.I. Regd No. ODIODI/2010/46693

Breaking News

ଜନ ସେବକ ସୋମନାଥ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ   (23-May-2025)       ||      *ଇଞ୍ଜିନିୟର ଅକ୍ଷୟ ସାମଲଙ୍କୁ ଅମୃତ କଳାକାର ପୁରସ୍କାର ପ୍ରଦାନ*   (23-May-2025)       ||      ରୋଜିତା ବାଗ ଙ୍କୁ ଯୁବ କଳାକାର ମେଧାବୃତ୍ତି   (23-May-2025)       ||      ଶ୍ରୀଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ    (23-May-2025)       ||      ନୂଆପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୃଷି ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ   (23-May-2025)       ||      ରୋଜିତା ବାଗଙ୍କୁ ଯୁବ କଳାକାର ମେଧାବୃତ୍ତି   (23-May-2025)       ||      ଧବଳେଶ୍ଵର ମେହେର ପାଇଲେ ସମ୍ମାନ ଜନକ ଡକ୍ଟରେଟ୍ ଉପାଧି   (23-May-2025)       ||      ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ   (23-May-2025)       ||      ବିନିକାରେ ୩୦ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାର ଶିଳାନ୍ୟାସ   (23-May-2025)       ||      ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ମନ୍ତ୍ରୀ ରବି ନାରାୟଣ ନାୟକ ଙ୍କ ସାମ୍ୱାଦିକ ସମ୍ମିଳନୀ   (23-May-2025)       ||      *ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ*- *୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ର ଉଦଘାଟନ*- :   (23-May-2025)       ||      ସାଉନ୍ତେଶ୍ୱରୀ ଦେବୀ ମନ୍ଦିର ପର୍ଯ୍ଯଟନସ୍ଥଳୀ ମାନ୍ୟତା ଓ ପୁନରୁଦ୍ଧାର ଦାବି   (23-May-2025)       ||      ଏସ୍ ବି ଆଇ, ବଲାଙ୍ଗୀର ଶାଖା ପକ୍ଷରୁ କୋଏନ ଏକ୍ସଚେଞ୍ଜ ମେଳା ଅନୁଷ୍ଠିତ    (23-May-2025)       ||      ଆୟ-ବ୍ୟୟ ଆଲୋଚନା ସହ ଧନୁଯାତ୍ରା ଫିଲ୍ମ ଓ କଫି ଟେବୁଲ ବୁକ୍ ହେଲା ଉନ୍ମୋଚନ   (23-May-2025)       ||      ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ   (23-May-2025)       ||      ସୋନପୁର ହରଡଖୋଲ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା*- *ଦୁଇ ମୃତ ୮ ଗୁରୁତର*-   (23-May-2025)       ||      କଟଣୀ ଛଟଣୀରେ ଜର୍ଜରିତ ବରଗଡ଼ ଜିଲ୍ଲା ଚାଷୀ   (23-May-2025)       ||      ଆଜି ଠାରୁ ଜିଲ୍ଲାରେ ରବି ଧାନ କିଣା ଆରମ୍ଭ –ଭାଲେର ପେକ୍ସ ରେ ଧାନ କିଣା ର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ    (23-May-2025)       ||      ଆମ୍ବରୁ ବିଭିନ୍ନ ମୂଲ୍ୟ ଯୁକ୍ତ ପଦାର୍ଥର ପ୍ରସ୍ତୁତି ସମ୍ବନ୍ଦୀୟ ତାଲିମ କାର୍ଯ୍ୟକ୍ରମ   (23-May-2025)       ||      ଶତାୟୁ ୰ଧୋବେଇ ଚରଣ ଦାଶଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ   (23-May-2025)       ||     

HOME   ରାଜ୍ୟ

ମହିଳା ଉଦ୍ୟୋଗୀଙ୍କୁ ନୂଆ ଦିଗଦର୍ଶନ ଦେବ ନରେକୋ ମାହି

02-May-2025



ଭୁବନେଶ୍ୱର(ପ୍ରେରଣା ଖବର): ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଛି ଜାତୀୟ ମହିଳାଙ୍କ ବାଣିଜ୍ୟ ମେଳା । ମହିଳା ଉଦ୍ୟୋଗୀଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢାଇବା ପାଇଁ  ଆୟୋଜିତ ହୋଇଛି ଏହି ମହିଳାଙ୍କ ବାଣିଜ୍ୟ ମେଳା । ନରେକୋ ମାହିର ଭୁବନେଶ୍ଵର ମିଟ ଦ୍ବାରା ଆୟୋଜିତ ଆଜିର ଅଧିବେଶନରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଅବସରରେ କଟକ ବାରବାଟୀର ବିଧାୟିକା ସୋଫିଆ ଫିର୍ଦୋଶ ଏବଂ ଏମଏସଏମଇର ଡେପୁଟି ଡାଇରେକ୍ଟର ନିତିଶା ମାନ୍ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ବଡ ବଡ଼ ଶିଳ୍ପ ଉଦ୍ୟୋଗୀଙ୍କ ସହ ନୂଆ କରି ଷ୍ଟାର୍ଟଅପ କରିଥିବା ମହିଳା ମାନେ ମଧ୍ୟ ସାମିଲ ହୋଇଛନ୍ତି  । ଏଠି ମହିଳା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ସହ ଆଗକୁ କେମିତି ବଢ଼ିବେ ଏବଂ କିପରି ନୂଆ ମହିଳା ଉଦ୍ୟୋଗୀଙ୍କୁ ଯୋଡ଼ା ଯିବ ସେନେଇ ଆଲୋଚନା କରାଯାଇଛି ।  ଏହି  ମହିଳା ଉଦ୍ୟୋଗୀ ମେଳାରେ  ରାଜ୍ୟ ତଥା ରାଜ୍ୟ ବାହାରର ବହୁସଂଖ୍ୟାରେ ସାମିଲ ହୋଇଛନ୍ତି ମହିଳା ଉଦ୍ୟୋଗୀ ।

ଏହି ଅବସରରେ ମୁଖ୍ୟ ଅତିଥି ବାଚସ୍ପତି ସୁରମା ପାଢୀ ଆୟୋଜକଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଓଡ଼ିଶାରେ ଚାଲିଥିବା ଓମେନ ବିଜନେସ୍  ମେଳାରେ ନରେକୋ ମାହିର ମହିଳା ଶାଖା ରିଅଲ ଇଷ୍ଟେଟ୍ କ୍ଷେତ୍ରରେ କାମ କରୁଥିବା ମହିଳାଙ୍କ ଯୋଗଦାନ  ଏବଂ କାର୍ଯ୍ୟଦକ୍ଷତା ବିଷୟରେ ପ୍ରତିପାଦନ କରିଛନ୍ତି । ଏହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ଅଟେ । ସେହିପରି ମହିଳାଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗୀତା କିଭଳି ଭାବେ ରହିବ ଏବଂ ତାକୁ ନେଇ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ସେମାନେ କାମ କରିବେ ତାହା ଉପରେ ନଜର ରହିବା ଆବଶ୍ୟକ । ଏହି କ୍ଷେତ୍ରରେ ଆଗକୁ ଜାତୀୟ ଅଭିବୃଦ୍ଧି ହାରରେ  ସାମିଲ କରାଇବା ପାଇଁ ନରେକୋ ମାହି ଏକ ବଡ଼ ଭୂମିକା ରହିଛି ବୋଲି ବାଚସ୍ପତି କହିଥିଲେ । ସେ ପୁଣି କହିଥିଲେ, ମହିଳା ମାନେ ଏବେ ସଶକ୍ତ ହେବାକୁ ଚାହୁଁଛନ୍ତି । କାହା ଉପରେ ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଭାବେ ନିଜ କାର୍ଯ୍ୟ ଦକ୍ଷତା ମାଧ୍ୟମରେ ଆଗକୁ ବଢିବାକୁ ଇଛା କରୁଛନ୍ତି । ଏଣୁ ସେମାନଙ୍କ ପାଇଁ ବିଜନେସ ଗୋଟିଏ ମାଧ୍ୟମ ହୋଇପାରିବ।  ତେବେ ଏହି ମେଳା ଦ୍ୱାରା  ଯେଉଁ ମହିଳା ମାନେ ନୂଆକରି ନିଜର ଷ୍ଟାର୍ଟଅପ ଗଢିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଉଦାହରଣ ପାଲଟିବ  ଏବଂ ରିଅଲିସ୍ଟେଟ ମାଧ୍ୟମରେ ଆଗକୁ ବଢିବା ପାଇଁ ପ୍ରେରଣା ଦେବ ।

ଏହି ଅବସରରେ ସମ୍ମାନୀତ ଅତିଥି ଭାବେ କଟକ ବାରବାଟୀ ବିଧାୟିକ ସୋଫିଆ ଫିର୍ଦୋଶ ଯୋଗଦେଇ ଜଣେ ମହିଳା ଉଦ୍ୟୋଗୀ ଆଉ ଜଣେ ମହିଳା ଉଦ୍ୟୋଗୀର ସହାୟତା କରିବାକୁ ଆଗେଇ ଆସିବା ଏକ ବଡ଼ କଥା ବୋଲି କହି ମାହିର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, “୨୦୨୨ ମସିହାରେ ପ୍ରଥମ ଥର ହୋଇଥିଲା ଉଦ୍ୟୋଗୀ ମେଳା ।  ୨୦୨୫ରେ ଏହା ବଡ଼ ଆକାରରେ କରିଛନ୍ତି, କନଭେନର ପ୍ରିତି ପଲ୍ଲବୀ ପଟ୍ଟନାୟକ ଓ କୋର କନଭେନର ସ୍ଵାତୀ କେଜରିୱାଲ ଏବଂ ସୁମାଦେବୀ ଦାସ ଏହାକୁ ଉଚ୍ଚ ସୋପାନରେ ପହଞ୍ଚାଇଛନ୍ତି । ଏହା ଦେଖି ଖୁସି ଲାଗୁଛି । ମହିଳାମାନଙ୍କୁ ଉତ୍ସାହିତ କରିବା ପଇଁ ସେମାନଙ୍କୁ ସୁଯୋଗ ଦେବା ପାଇଁ ଯେଉଁ ପ୍ଲାଟଫର୍ମ ହୋଇଛି  ଏହା ବହୁତ ସୁନ୍ଦାର ହୋଇଛି । ମହିଳା ମାନେ ପ୍ରସ୍ତୁତ ଅଛନ୍ତି ଏବେ ବିଜନେଶ କରିବା ପାଇଁ । ଯାହାଫଳରେ ସେମାନେ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିପାରିବେ । ଏଣୁ ସରକାରଙ୍କର ବି ଏହା ଏକ ବଡ଼ କର୍ତବ୍ୟ କିପରି ମହିଳାମାନେ ଏହି ଦିଗରେ ଆଗକୁ ଯିବେ । “ ସେହିପରି ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ଏମଏସଏମଇର ଡେପୁଟି ଡାଇରେକ୍ଟର ନିତିଶା ମାନ୍ । ସେ କହିଥିଲେ, ରାଜ୍ୟ ଏବଂ କେନ୍ଦ୍ର ସରକାର ବି ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଅନେକ ପଦକ୍ଷପ ନେଉଛନ୍ତି । ବିଭନ୍ନ ଯୋଜନା ମାଧ୍ୟମରେ ମହିଳାଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଉଛନ୍ତି | ମହିଳା ଉଦ୍ୟୋଗୀଙ୍କ ନିମନ୍ତେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଅନେକ ଉପାଦେୟ ଯୋଜନା ରହିଛି । ମହିଳା ଉଦ୍ୟୋଗୀଙ୍କୁ ଆହୁରି ସମୃଦ୍ଧ କରିପାରିବ ବୋଲି ସେ କହିଥିଲେ । 

ଆଜିର ସେମିନାରର ଉଦଘାଟନୀ ଉତ୍ସବରେ ନରେକା ମାହିର ଅଧ୍ୟକ୍ଷା ଡ଼ ଅନନ୍ତା ଏସ ରଘୁବଂଶୀ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ସେ କହିଥିଲେ, “ଆଜି ଏଠି ଆମେ ଏକାଠି ହୋଇଛୁ କାରଣ ଏହି ରିଅଲ ଇଷ୍ଟେଟ କ୍ଷେତ୍ରରେ ଯେମିତି ଆଗକୁ ଅଧିକରୁ ଅଧିକ ମହିଳା ଯୋଗ ଦେବେ ଏବଂ ଜଳ ସଂରକ୍ଷଣ, କୌଶଳ, ଷ୍ଟାର୍ଟଅପ ଆଦି କ୍ଷତ୍ରରେ ପରିଶ୍ରମ କରିବେ । ଏହାର ଆରମ୍ଭ ପୂର୍ବତଟ ଭୁବନେଶ୍ୱରରୁ ହୋଇଛି । ଏବେ ନରେକୋ ମାହି ଚାରିଆଡେ ରିଅଲଇଷ୍ଟେଟ କ୍ଷେତ୍ରରେ କ୍ରାନ୍ତି ଆଣିଛି । ମହିଳାମାନେ ସଫଳତାର ସହିତ ଆଗକୁ ବଢୁଛନ୍ତି ଏବଂ ଦେଶର ବିକାଶ କ୍ଷେତ୍ରରେ ସହଯୋଗୀ ରହିଛନ୍ତି । ସେହିପରି ନରେକୋ ମାହିର ସଭାପତି ସ୍ମିତା ପାଟିଲ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ନରେକୋ ମାହିର ପୂର୍ବୀୟ କ୍ଷେତ୍ରର ଉପ ସଭାପତି ରତ୍ନମାଳା ସ୍ଵାଇଁଙ୍କୁ ଶ୍ରେୟ ଦେଇଛନ୍ତି । ଛୋଟ ଛୋଟ ବ୍ୟବସାୟରୁ କିପରି ମହିଳା ମାନେ ବଡ଼ ବଡ଼ ବ୍ୟବସାୟ କରି ସ୍ୱାବଲମ୍ବି ହେବେ ତାର ଏକ ଉତ୍ସ ପାଲଟିଛି ଏହି ମହିଳା ଉଦ୍ୟୋଗୀ ମେଳା । ଏଥିସହ ନରେକୋ ମାହି ଉଦ୍ଦୋଗୀ ମହିଳାଙ୍କ ବ୍ୟାବସାୟ ଅଭିବୃଦ୍ଧି ସମେତ ଏହି କ୍ଷେତ୍ରରେ କାମ କରୁଥିବା ମହିଳାଙ୍କୁ ଅଧିକ ସମୃଦ୍ଧ କରିବା ନିମନ୍ତେ ବିଭିନ୍ନ ପ୍ରଶିକ୍ଷଣ ଦେଉଛି । କାର୍ଯ୍ୟକ୍ରମ ଶେଷରେ ପୂର୍ବୀୟ କ୍ଷେତ୍ରର ଉପ ସଭାପତି ରତ୍ନମାଳା ସ୍ଵାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜନ ସେବକ ସୋମନାଥ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ   23-May-2025
  ଜିଲ୍ଲା  
*ଇଞ୍ଜିନିୟର ଅକ୍ଷୟ ସାମଲଙ୍କୁ ଅମୃତ କଳାକାର ପୁରସ୍କାର ପ୍ରଦାନ*   23-May-2025
  ଜିଲ୍ଲା  
ରୋଜିତା ବାଗ ଙ୍କୁ ଯୁବ କଳାକାର ମେଧାବୃତ୍ତି   23-May-2025
  ଜିଲ୍ଲା  
ଶ୍ରୀଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ   23-May-2025
  ଜିଲ୍ଲା  
ନୂଆପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୃଷି ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ   23-May-2025
  ଜିଲ୍ଲା  
ରୋଜିତା ବାଗଙ୍କୁ ଯୁବ କଳାକାର ମେଧାବୃତ୍ତି   23-May-2025
  ଜିଲ୍ଲା  
ଧବଳେଶ୍ଵର ମେହେର ପାଇଲେ ସମ୍ମାନ ଜନକ ଡକ୍ଟରେଟ୍ ଉପାଧି   23-May-2025
  ଜିଲ୍ଲା  
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ   23-May-2025
  ଜିଲ୍ଲା  
ବିନିକାରେ ୩୦ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାର ଶିଳାନ୍ୟାସ   23-May-2025
  ଜିଲ୍ଲା  
ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ମନ୍ତ୍ରୀ ରବି ନାରାୟଣ ନାୟକ ଙ୍କ ସାମ୍ୱାଦିକ ସମ୍ମିଳନୀ   23-May-2025
  ଜିଲ୍ଲା  
*ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ*- *୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ର ଉଦଘାଟନ*- :   23-May-2025
  ଜିଲ୍ଲା  
ସାଉନ୍ତେଶ୍ୱରୀ ଦେବୀ ମନ୍ଦିର ପର୍ଯ୍ଯଟନସ୍ଥଳୀ ମାନ୍ୟତା ଓ ପୁନରୁଦ୍ଧାର ଦାବି   23-May-2025

You Might Also Like