-+91-9937148622 |

prerana_bgr@rediffmail.com |

  Sunday 25th January 2026 |

| | | |

R.N.I. Regd No. ODIODI/2010/46693

Breaking News

ବୋଡ଼େନ୍ ରେ ପାତାଳଗଙ୍ଗା ମହୋତ୍ସବ: ନୂଆପଡ଼ା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା   (24-Jan-2026)       ||      ଗାନ୍ଧୀଜୀ ଓ ନେତାଜୀଙ୍କ ବୈଚାରିକ ବିଭେଦକୁ ବ୍ୟକ୍ତିଗତ ବିବାଦର ରୂପ ଦିଆଯାଉଛି   (24-Jan-2026)       ||      ଲୋଇସିଂହା ଆଦିବାସୀ ଭବନ ଠାରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   (24-Jan-2026)       ||      ଜାତୀୟ ଶିଶୁ କନ୍ୟା ଦିବସରେ ସରକାରୀ ଶୁଖା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଦ୍ୱାରା ଏକ ଅଭିନବ ନୁକ୍ଲଡ ନାଟକ ପ୍ରଦର୍ଶନ   (24-Jan-2026)       ||      କୁକୁଡାଗାଲି ଉପରେ ଚଢାଉ , ୫ ଗିରଫ   (24-Jan-2026)       ||      *ଆସନ୍ତା କାଲି ଠାରୁ ଶ୍ରୀ ଶ୍ରୀ ବଡ଼ ଗୋପାଳ ଜୀ ମହାପ୍ରଭୂଙ୍କ ଭବ୍ୟ ଉତ୍ସବ ଆରମ୍ଭ* - *ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ମହନ୍ତ ମହାରାଜ*-   (24-Jan-2026)       ||      ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ, ବଲାଙ୍ଗୀରେ ପ୍ରସ୍ତାବିତ ନୂତନ ସିଭିଲ କୋର୍ଟ କୋଠା ନିର୍ମାଣ ନେଇ ଆଲୋଚନା   (24-Jan-2026)       ||      ବଲାଙ୍ଗୀର ପଲ୍ଲିଶ୍ରୀ ମେଳା ■ ୧କୋଟି ୩୦ଲକ୍ଷ ଟଙ୍କାର ବେପାର ■ ଯୋଗଦେଇଥିଲେ ୧୧ଟି ରାଜ୍ୟର ୩୦୩ ଗ୍ରୁପ   (24-Jan-2026)       ||      ଯୋଗୀସର୍ଡ଼l ପଂଚାୟତ ପରିସରରେ ଜଳ ଅର୍ପଣ ଦିବସ ପାଳିତ   (24-Jan-2026)       ||      ପାତାଳଗଙ୍ଗା ଲୋକ ମହୋତ୍ସବ ତୃତୀୟ ସନ୍ଧ୍ଯାରେ ମନ ମୋହିଛି ଦଳଗତ ନୃତ୍ଯ   (24-Jan-2026)       ||      ବୀର ସୁରେନ୍ଦ୍ର ସାଏ ପବ୍ଲିକ ସ୍କୁଲର ୧୫ତମ ବାର୍ଷିକୋତ୍ସବ   (24-Jan-2026)       ||      ସ୍ଥାନାନ୍ତରିତ ହେଲା ସୋନପୁର ବସଷ୍ଟାଣ୍ଡ; ସହରରେ ଖୁସିର ମାହୋଲ   (24-Jan-2026)       ||      ରୁଗୁଡ଼ିଖାଲ ମାନସ ବିହାର ଠାରେ ବିଶ୍ଵଶାନ୍ତି ପାଇଁ ୨୯ ତମ ଶ୍ରୀରାମ ଚରିତ ମାନସ ଯଜ୍ଞ ଅନୁଷ୍ଠିତ    (23-Jan-2026)       ||      ପର୍ଯ୍ୟଟନ ସ୍ଥଳୀରେ ପ୍ଲାଷ୍ଟିକ ମୁକ୍ତ ବଣଭୋଜି ପାଇଁ ସଚେତନତା   (23-Jan-2026)       ||      ଡାବୁଗାଁ ର ବିଭିନ୍ନ ବିଦ୍ୟାଳୟରେ ମାଁ ସରସ୍ଵତୀ ପୂଜା ପାଳନ   (23-Jan-2026)       ||      ଶିକେରପାଟ୍ ଚ୍ୟାମ୍ପିଆନ ଟ୍ରଫି ୨୦୨୬ ଉଦଘାଟିତ   (23-Jan-2026)       ||      ତୁଷୁରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମା ସରସ୍ବତୀ ଙ୍କ ପୂଜା ଓ ବିଦ୍ୟାରମ୍ଭ ସଂସ୍କାର   (23-Jan-2026)       ||      ଧରଣୀମାଲ ଗ୍ରାମ ବସ୍ତିପଡ଼ା ରେ ଧୂମଧାମ ରେ ପାଳିତ ହେଲା "ମା ସରସ୍ବତୀ" ପୂଜା   (23-Jan-2026)       ||      *ସର୍ଵ ଭାରତୀୟ ଲାଲ୍ ମନି ସ୍ମାରକୀ କ୍ରିକଫେଷ୍ଟ*- *ବିଶ୍ଵ ରେକର୍ଡ ସ୍କୋର ସହ ସମ୍ବଲପୁର ଏମ୍ ଏମ୍ ସି ସି ଦଳ ର ଚମକ୍ ପ୍ରଦ ବିଜୟ*-   (23-Jan-2026)       ||      ଚବିଶ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା   (23-Jan-2026)       ||     

HOME   ରାଜ୍ୟ

ମହିଳା ଉଦ୍ୟୋଗୀଙ୍କୁ ନୂଆ ଦିଗଦର୍ଶନ ଦେବ ନରେକୋ ମାହି

02-May-2025



ଭୁବନେଶ୍ୱର(ପ୍ରେରଣା ଖବର): ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଛି ଜାତୀୟ ମହିଳାଙ୍କ ବାଣିଜ୍ୟ ମେଳା । ମହିଳା ଉଦ୍ୟୋଗୀଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢାଇବା ପାଇଁ  ଆୟୋଜିତ ହୋଇଛି ଏହି ମହିଳାଙ୍କ ବାଣିଜ୍ୟ ମେଳା । ନରେକୋ ମାହିର ଭୁବନେଶ୍ଵର ମିଟ ଦ୍ବାରା ଆୟୋଜିତ ଆଜିର ଅଧିବେଶନରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଅବସରରେ କଟକ ବାରବାଟୀର ବିଧାୟିକା ସୋଫିଆ ଫିର୍ଦୋଶ ଏବଂ ଏମଏସଏମଇର ଡେପୁଟି ଡାଇରେକ୍ଟର ନିତିଶା ମାନ୍ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ବଡ ବଡ଼ ଶିଳ୍ପ ଉଦ୍ୟୋଗୀଙ୍କ ସହ ନୂଆ କରି ଷ୍ଟାର୍ଟଅପ କରିଥିବା ମହିଳା ମାନେ ମଧ୍ୟ ସାମିଲ ହୋଇଛନ୍ତି  । ଏଠି ମହିଳା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ସହ ଆଗକୁ କେମିତି ବଢ଼ିବେ ଏବଂ କିପରି ନୂଆ ମହିଳା ଉଦ୍ୟୋଗୀଙ୍କୁ ଯୋଡ଼ା ଯିବ ସେନେଇ ଆଲୋଚନା କରାଯାଇଛି ।  ଏହି  ମହିଳା ଉଦ୍ୟୋଗୀ ମେଳାରେ  ରାଜ୍ୟ ତଥା ରାଜ୍ୟ ବାହାରର ବହୁସଂଖ୍ୟାରେ ସାମିଲ ହୋଇଛନ୍ତି ମହିଳା ଉଦ୍ୟୋଗୀ ।

ଏହି ଅବସରରେ ମୁଖ୍ୟ ଅତିଥି ବାଚସ୍ପତି ସୁରମା ପାଢୀ ଆୟୋଜକଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଓଡ଼ିଶାରେ ଚାଲିଥିବା ଓମେନ ବିଜନେସ୍  ମେଳାରେ ନରେକୋ ମାହିର ମହିଳା ଶାଖା ରିଅଲ ଇଷ୍ଟେଟ୍ କ୍ଷେତ୍ରରେ କାମ କରୁଥିବା ମହିଳାଙ୍କ ଯୋଗଦାନ  ଏବଂ କାର୍ଯ୍ୟଦକ୍ଷତା ବିଷୟରେ ପ୍ରତିପାଦନ କରିଛନ୍ତି । ଏହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ଅଟେ । ସେହିପରି ମହିଳାଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗୀତା କିଭଳି ଭାବେ ରହିବ ଏବଂ ତାକୁ ନେଇ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ସେମାନେ କାମ କରିବେ ତାହା ଉପରେ ନଜର ରହିବା ଆବଶ୍ୟକ । ଏହି କ୍ଷେତ୍ରରେ ଆଗକୁ ଜାତୀୟ ଅଭିବୃଦ୍ଧି ହାରରେ  ସାମିଲ କରାଇବା ପାଇଁ ନରେକୋ ମାହି ଏକ ବଡ଼ ଭୂମିକା ରହିଛି ବୋଲି ବାଚସ୍ପତି କହିଥିଲେ । ସେ ପୁଣି କହିଥିଲେ, ମହିଳା ମାନେ ଏବେ ସଶକ୍ତ ହେବାକୁ ଚାହୁଁଛନ୍ତି । କାହା ଉପରେ ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଭାବେ ନିଜ କାର୍ଯ୍ୟ ଦକ୍ଷତା ମାଧ୍ୟମରେ ଆଗକୁ ବଢିବାକୁ ଇଛା କରୁଛନ୍ତି । ଏଣୁ ସେମାନଙ୍କ ପାଇଁ ବିଜନେସ ଗୋଟିଏ ମାଧ୍ୟମ ହୋଇପାରିବ।  ତେବେ ଏହି ମେଳା ଦ୍ୱାରା  ଯେଉଁ ମହିଳା ମାନେ ନୂଆକରି ନିଜର ଷ୍ଟାର୍ଟଅପ ଗଢିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଉଦାହରଣ ପାଲଟିବ  ଏବଂ ରିଅଲିସ୍ଟେଟ ମାଧ୍ୟମରେ ଆଗକୁ ବଢିବା ପାଇଁ ପ୍ରେରଣା ଦେବ ।

ଏହି ଅବସରରେ ସମ୍ମାନୀତ ଅତିଥି ଭାବେ କଟକ ବାରବାଟୀ ବିଧାୟିକ ସୋଫିଆ ଫିର୍ଦୋଶ ଯୋଗଦେଇ ଜଣେ ମହିଳା ଉଦ୍ୟୋଗୀ ଆଉ ଜଣେ ମହିଳା ଉଦ୍ୟୋଗୀର ସହାୟତା କରିବାକୁ ଆଗେଇ ଆସିବା ଏକ ବଡ଼ କଥା ବୋଲି କହି ମାହିର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, “୨୦୨୨ ମସିହାରେ ପ୍ରଥମ ଥର ହୋଇଥିଲା ଉଦ୍ୟୋଗୀ ମେଳା ।  ୨୦୨୫ରେ ଏହା ବଡ଼ ଆକାରରେ କରିଛନ୍ତି, କନଭେନର ପ୍ରିତି ପଲ୍ଲବୀ ପଟ୍ଟନାୟକ ଓ କୋର କନଭେନର ସ୍ଵାତୀ କେଜରିୱାଲ ଏବଂ ସୁମାଦେବୀ ଦାସ ଏହାକୁ ଉଚ୍ଚ ସୋପାନରେ ପହଞ୍ଚାଇଛନ୍ତି । ଏହା ଦେଖି ଖୁସି ଲାଗୁଛି । ମହିଳାମାନଙ୍କୁ ଉତ୍ସାହିତ କରିବା ପଇଁ ସେମାନଙ୍କୁ ସୁଯୋଗ ଦେବା ପାଇଁ ଯେଉଁ ପ୍ଲାଟଫର୍ମ ହୋଇଛି  ଏହା ବହୁତ ସୁନ୍ଦାର ହୋଇଛି । ମହିଳା ମାନେ ପ୍ରସ୍ତୁତ ଅଛନ୍ତି ଏବେ ବିଜନେଶ କରିବା ପାଇଁ । ଯାହାଫଳରେ ସେମାନେ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିପାରିବେ । ଏଣୁ ସରକାରଙ୍କର ବି ଏହା ଏକ ବଡ଼ କର୍ତବ୍ୟ କିପରି ମହିଳାମାନେ ଏହି ଦିଗରେ ଆଗକୁ ଯିବେ । “ ସେହିପରି ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ଏମଏସଏମଇର ଡେପୁଟି ଡାଇରେକ୍ଟର ନିତିଶା ମାନ୍ । ସେ କହିଥିଲେ, ରାଜ୍ୟ ଏବଂ କେନ୍ଦ୍ର ସରକାର ବି ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଅନେକ ପଦକ୍ଷପ ନେଉଛନ୍ତି । ବିଭନ୍ନ ଯୋଜନା ମାଧ୍ୟମରେ ମହିଳାଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଉଛନ୍ତି | ମହିଳା ଉଦ୍ୟୋଗୀଙ୍କ ନିମନ୍ତେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଅନେକ ଉପାଦେୟ ଯୋଜନା ରହିଛି । ମହିଳା ଉଦ୍ୟୋଗୀଙ୍କୁ ଆହୁରି ସମୃଦ୍ଧ କରିପାରିବ ବୋଲି ସେ କହିଥିଲେ । 

ଆଜିର ସେମିନାରର ଉଦଘାଟନୀ ଉତ୍ସବରେ ନରେକା ମାହିର ଅଧ୍ୟକ୍ଷା ଡ଼ ଅନନ୍ତା ଏସ ରଘୁବଂଶୀ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ସେ କହିଥିଲେ, “ଆଜି ଏଠି ଆମେ ଏକାଠି ହୋଇଛୁ କାରଣ ଏହି ରିଅଲ ଇଷ୍ଟେଟ କ୍ଷେତ୍ରରେ ଯେମିତି ଆଗକୁ ଅଧିକରୁ ଅଧିକ ମହିଳା ଯୋଗ ଦେବେ ଏବଂ ଜଳ ସଂରକ୍ଷଣ, କୌଶଳ, ଷ୍ଟାର୍ଟଅପ ଆଦି କ୍ଷତ୍ରରେ ପରିଶ୍ରମ କରିବେ । ଏହାର ଆରମ୍ଭ ପୂର୍ବତଟ ଭୁବନେଶ୍ୱରରୁ ହୋଇଛି । ଏବେ ନରେକୋ ମାହି ଚାରିଆଡେ ରିଅଲଇଷ୍ଟେଟ କ୍ଷେତ୍ରରେ କ୍ରାନ୍ତି ଆଣିଛି । ମହିଳାମାନେ ସଫଳତାର ସହିତ ଆଗକୁ ବଢୁଛନ୍ତି ଏବଂ ଦେଶର ବିକାଶ କ୍ଷେତ୍ରରେ ସହଯୋଗୀ ରହିଛନ୍ତି । ସେହିପରି ନରେକୋ ମାହିର ସଭାପତି ସ୍ମିତା ପାଟିଲ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ନରେକୋ ମାହିର ପୂର୍ବୀୟ କ୍ଷେତ୍ରର ଉପ ସଭାପତି ରତ୍ନମାଳା ସ୍ଵାଇଁଙ୍କୁ ଶ୍ରେୟ ଦେଇଛନ୍ତି । ଛୋଟ ଛୋଟ ବ୍ୟବସାୟରୁ କିପରି ମହିଳା ମାନେ ବଡ଼ ବଡ଼ ବ୍ୟବସାୟ କରି ସ୍ୱାବଲମ୍ବି ହେବେ ତାର ଏକ ଉତ୍ସ ପାଲଟିଛି ଏହି ମହିଳା ଉଦ୍ୟୋଗୀ ମେଳା । ଏଥିସହ ନରେକୋ ମାହି ଉଦ୍ଦୋଗୀ ମହିଳାଙ୍କ ବ୍ୟାବସାୟ ଅଭିବୃଦ୍ଧି ସମେତ ଏହି କ୍ଷେତ୍ରରେ କାମ କରୁଥିବା ମହିଳାଙ୍କୁ ଅଧିକ ସମୃଦ୍ଧ କରିବା ନିମନ୍ତେ ବିଭିନ୍ନ ପ୍ରଶିକ୍ଷଣ ଦେଉଛି । କାର୍ଯ୍ୟକ୍ରମ ଶେଷରେ ପୂର୍ବୀୟ କ୍ଷେତ୍ରର ଉପ ସଭାପତି ରତ୍ନମାଳା ସ୍ଵାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବୋଡ଼େନ୍ ରେ ପାତାଳଗଙ୍ଗା ମହୋତ୍ସବ: ନୂଆପଡ଼ା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା   24-Jan-2026
  ଜିଲ୍ଲା  
ଗାନ୍ଧୀଜୀ ଓ ନେତାଜୀଙ୍କ ବୈଚାରିକ ବିଭେଦକୁ ବ୍ୟକ୍ତିଗତ ବିବାଦର ରୂପ ଦିଆଯାଉଛି   24-Jan-2026
  ଜିଲ୍ଲା  
ଲୋଇସିଂହା ଆଦିବାସୀ ଭବନ ଠାରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   24-Jan-2026
  ଜିଲ୍ଲା  
ଜାତୀୟ ଶିଶୁ କନ୍ୟା ଦିବସରେ ସରକାରୀ ଶୁଖା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଦ୍ୱାରା ଏକ ଅଭିନବ ନୁକ୍ଲଡ ନାଟକ ପ୍ରଦର୍ଶନ   24-Jan-2026
  ଜିଲ୍ଲା  
କୁକୁଡାଗାଲି ଉପରେ ଚଢାଉ , ୫ ଗିରଫ   24-Jan-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ଶ୍ରୀ ଶ୍ରୀ ବଡ଼ ଗୋପାଳ ଜୀ ମହାପ୍ରଭୂଙ୍କ ଭବ୍ୟ ଉତ୍ସବ ଆରମ୍ଭ* - *ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ମହନ୍ତ ମହାରାଜ*-   24-Jan-2026
  ଜିଲ୍ଲା  
ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ, ବଲାଙ୍ଗୀରେ ପ୍ରସ୍ତାବିତ ନୂତନ ସିଭିଲ କୋର୍ଟ କୋଠା ନିର୍ମାଣ ନେଇ ଆଲୋଚନା   24-Jan-2026
  ଜିଲ୍ଲା  
ବଲାଙ୍ଗୀର ପଲ୍ଲିଶ୍ରୀ ମେଳା ■ ୧କୋଟି ୩୦ଲକ୍ଷ ଟଙ୍କାର ବେପାର ■ ଯୋଗଦେଇଥିଲେ ୧୧ଟି ରାଜ୍ୟର ୩୦୩ ଗ୍ରୁପ   24-Jan-2026
  ଜିଲ୍ଲା  
ଯୋଗୀସର୍ଡ଼l ପଂଚାୟତ ପରିସରରେ ଜଳ ଅର୍ପଣ ଦିବସ ପାଳିତ   24-Jan-2026
  ଜିଲ୍ଲା  
ପାତାଳଗଙ୍ଗା ଲୋକ ମହୋତ୍ସବ ତୃତୀୟ ସନ୍ଧ୍ଯାରେ ମନ ମୋହିଛି ଦଳଗତ ନୃତ୍ଯ   24-Jan-2026
  ଜିଲ୍ଲା  
ବୀର ସୁରେନ୍ଦ୍ର ସାଏ ପବ୍ଲିକ ସ୍କୁଲର ୧୫ତମ ବାର୍ଷିକୋତ୍ସବ   24-Jan-2026
  ଜିଲ୍ଲା  
ସ୍ଥାନାନ୍ତରିତ ହେଲା ସୋନପୁର ବସଷ୍ଟାଣ୍ଡ; ସହରରେ ଖୁସିର ମାହୋଲ   24-Jan-2026

You Might Also Like