-+91-9937148622 |

prerana_bgr@rediffmail.com |

  Thursday 10th July 2025 |

| | | |

R.N.I. Regd No. ODIODI/2010/46693

Breaking News

ଜନ ଶୁଣାଣି ରେ ମାସ ବାୟୋଫୁଏଲ  କମ୍ପାନୀ ବନ୍ଦ ନାରା ରେ କମ୍ପିଲା ଶିବିର6   (09-Jul-2025)       ||      ବାହୁଡା଼ ରଥଯାତ୍ରା ର ଅନ୍ତିମ ଦିବସରେ ଜୁଆଡ଼ି କୁ କାବୁ କଲେ ଅନନ୍ତ ବାବୁ   (09-Jul-2025)       ||      ବାହୁଡା଼ ରଥଯାତ୍ରାର ଅନ୍ତିମ ଦିବସରେ ଜୁଆଡ଼ିକୁ କାବୁ କଲେ ଅନନ୍ତ ବାବୁ    (09-Jul-2025)       ||      ଅବ୍ୟବସ୍ଥା ଘେରରେ ଧରଣୀମାଳ ଉଚ୍ଚ ବିଦ୍ୟାଳୟ, ପ୍ରଶାସନର ଦୃଷ୍ଟି କେବେ ?   (09-Jul-2025)       ||      ରଥଚକ ତଳେ ଚାପି ହୋଇ ତରଭା ଏନ୍ଏସି ଉପାଧ୍ୟକ୍ଷ ଗୁରୁତର*   (09-Jul-2025)       ||      ମ୍ୟାଲେରିଆ ଓ ଡ଼ାଇରିଆ ନିରାକରଣ ପାଇଁ ସରପଞ୍ଚ ଙ୍କ ଦ୍ୱାରା ସଚେତନତା ବୈଠକ   (09-Jul-2025)       ||      *ଡାବୁଗାଁ ରେ ଶ୍ରମିକ ସଙ୍ଗଠନର ଭାରତ ବନ୍ଦ ଡାକରା,ବିରୋଧୀ ଦଳଙ୍କ ସମର୍ଥନ*   (09-Jul-2025)       ||      ମନରେଗା ଦୁର୍ନୀତି କୁ ଚାପି ଦେବା ପାଇଁ ପ୍ରୟାସ ଜାରି   (09-Jul-2025)       ||      ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସକୁ ଆକ୍ରମଣ, କଣ୍ଟାବାଞ୍ଜି ଥାନାରେ ଅଭିଯୁକ୍ତ ଅଟକ   (09-Jul-2025)       ||      ପଣ୍ଡ୍ରିଜୋର କେନ୍ଦୁପତ୍ର ଫଡ଼ି ରୁ ଲକ୍ଷାଧିକ ଟଙ୍କାର ପତ୍ର ଚୋରୀ; କଣ୍ଟାବାଞ୍ଜି ରେ ହେଲା ଠାବ   (09-Jul-2025)       ||      "ଝରିଆଲ ପଞ୍ଚାୟତ ମାହା ଦୁର୍ନୀତି": ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ; ବଙ୍ଗୋମୁଣ୍ଡା ବ୍ଳକ ପ୍ରଶାସନ ଦ୍ବାରସ୍ଥ ପଞ୍ଚାୟତବାସୀ,କାର୍ଯ୍ଯ ନିରପେକ୍ଷ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଦାବୀ    (09-Jul-2025)       ||      ବରୀରେ ବନ୍ୟା ଜଳ, ରତାଳଙ୍ଗରେ ଘାଇ ଆଶଙ୍କା   (09-Jul-2025)       ||      ବେଙ୍ଗାଳୁରୁ ସହକାର ନଗର ମନ୍ଦିରରେ ନୀଳାଦ୍ରୀ ବିଜେ ଉତ୍ସବ ଆୟୋଜନ                                        (09-Jul-2025)       ||      ଘଣ୍ଟାପଡ଼ା ଥାନାରେ ନୂଆ ସଂଶୋଧିତ ନିୟମ ଉପରେ ସଚେତନତା କାର୍ଯ୍ୟକ୍ରମ   (09-Jul-2025)       ||      ମାଓକ୍ୟାମ୍ପ ଠାବ ଓ ବିସ୍ଫୋରକ ସମଗ୍ରୀ ଜବତ   (08-Jul-2025)       ||      ମାଓକ୍ୟାମ୍ପ ଠାବ ଓ ବିସ୍ଫୋରକ ସମଗ୍ରୀ ଜବତ   (08-Jul-2025)       ||      ଅରବିନ୍ଦ ଦାସ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ନୂତନ ଅଧ୍ୟକ୍ଷ   (08-Jul-2025)       ||      ମନରେଗା ହୋଇଛି ଦିଗହରା: ଶ୍ରମିକ ବଦଳରେ ମେସିନ୍ କରୁଛି କାମ    (08-Jul-2025)       ||      ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ    (08-Jul-2025)       ||      *ସୋନପୁର ରେ ନୀଳାଦ୍ରି ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି*   (08-Jul-2025)       ||     

HOME   ରାଜ୍ୟ

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବି ଜଣାଇଲେ ଇରାସିସ ଆଚାର୍ଯ୍ୟ

06-Sep-2024



ବରଗଡ଼/ଭଟଲି(ନିରଞ୍ଜନ ତ୍ରିପାଠୀ)- ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା ଓ ସ୍ଵାସ୍ଥ୍ୟ ପ୍ରତି ଗୁରୁତ୍ଵ ଦେଉଛନ୍ତି । ଶିକ୍ଷା ଓ ସ୍ଵାସ୍ଥ୍ୟ ସୁଦୃଢ ହେଲେ ରାଜ୍ୟ ତଥା ଦେଶ ପ୍ରଗତି ପଥରେ ଅଗ୍ରସର ହୋଇପାରିବ । ତେବେ ସାଂପ୍ରତିକ ପରିସ୍ଥିତିରେ ବହୁଳ ମାତ୍ରାରେ ଡାକ୍ତରଖାନା ଗଢି ଉଠିଥିବାବେଲେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଅନେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକୁ ମେଡିକାଲ କଲେଜରେ ବିଗତ ସରକାର ସମୟରେ ରୂପାନ୍ତରଣ କରାଯାଇଛି । ମାତ୍ର ପରିତାପର ବିଷୟ ସେହି ଚିକିତ୍ସାଳୟ ଗୁଡିକରେ ଆବଶ୍ୟକ ପରିମାଣରେ ଡାକ୍ତର ନାହାନ୍ତି।  ତେଣୁ ଉଚ୍ଚମାନର ଡାକ୍ତରଖାନା ଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ଏପରିକି ସେହି ଡାକ୍ତରଖାନାକୁ ରୋଗୀ ମାନେ ଚିକିତ୍ସା ପାଇଁ ଗଲେ ଡାକ୍ତର ନଥିବା ଅଭିଯୋଗ ହେଉଛି । ଏପରି ସ୍ଥଳେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅପରପକ୍ଷେ କେତେକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଅପରାହ୍ନରେ କିମ୍ବା ରାତିରେ ରୋଗୀ ଆସିଲେ ଡାକ୍ତର ନଥିବା ପରିଲକ୍ଷିତ ହେଉଛି । ଏହି କ୍ରମରେ ବରଗଡ଼ ଜିଲ୍ଲା ଭଟଲି ବିଧାନସଭା ଅନ୍ତର୍ଗତ ଭଟଲି, ସୋହେଲା ଓ ଅମ୍ବାଭୋନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ବିଭାଗରେ ବିଶେଷଜ୍ଞ ଡାକ୍ତର ପଦବୀ ବହୁ ବର୍ଷ ହେବ ଖାଲି ପଡ଼ିଥିବା ଜଣାପଡିଛି । ଅମ୍ବାଭୋନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ବିଭାଗ, ମେଡିସିନ ବିଭାଗ ଓ ଅସ୍ତ୍ରୋପଚାର ବିଭାଗର ବିଶେଷଜ୍ଞ ପଦବୀ ଖାଲି ପଡିଥିବାବେଳେ ଭଟଲି ସ୍ତ୍ରୀ ଓ ପ୍ରସୂତି, ଶିଶୁ, ଅସ୍ତ୍ରୋପଚାର ଏବଂ ଦାନ୍ତ ବିଭାଗର ବେଶଷଜ୍ଞ ପଦବୀ ଖାଲି ପଡ଼ିଛି । ସେହିପରି ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମେଡିସିନ, ଅସ୍ତ୍ରୋପଚାର, ଅସ୍ଥିଶୈଲ୍ୟ ଓ ଶିଶୁ ବିଭାଗ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି । ତେଣୁ ଏହି ପଦବୀ ଗୁଡ଼ିକ ଶୀଘ୍ର ପୁରଣ କରି ଭଟଲି ବିଧାନସଭା ଅଞ୍ଚଳରେ ସ୍ବାସ୍ଥ୍ୟ ସେବାକୁ ଅଧିକ ସୁଦୃଢ କରିବା ସକାଶେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କୁ ଭେଟି ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ଦୃଢ଼ ଦାବି କରିଛନ୍ତି । ଏହାସହିତ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ଉନ୍ନତିକରଣ ପାଇଁ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି । ଏହି ତିନୋଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ସମସ୍ୟା ଗୁଡ଼ିକର ସମାଧାନ ଶୀଘ୍ର ହୋଇଗଲେ ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ବିଧାୟକ ଦାବି କରିଛନ୍ତି । ତାଙ୍କର ଏଭଳି ଉଦ୍ୟମକୁ ଭଟଲି ନିର୍ବାଚନମଣ୍ଡଳୀ ଅଞ୍ଚଳ ବାସୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜନ ଶୁଣାଣି ରେ ମାସ ବାୟୋଫୁଏଲ  କମ୍ପାନୀ ବନ୍ଦ ନାରା ରେ କମ୍ପିଲା ଶିବିର6   09-Jul-2025
  ଜିଲ୍ଲା  
ବାହୁଡା଼ ରଥଯାତ୍ରା ର ଅନ୍ତିମ ଦିବସରେ ଜୁଆଡ଼ି କୁ କାବୁ କଲେ ଅନନ୍ତ ବାବୁ   09-Jul-2025
  ଜିଲ୍ଲା  
ବାହୁଡା଼ ରଥଯାତ୍ରାର ଅନ୍ତିମ ଦିବସରେ ଜୁଆଡ଼ିକୁ କାବୁ କଲେ ଅନନ୍ତ ବାବୁ   09-Jul-2025
  ଜିଲ୍ଲା  
ଅବ୍ୟବସ୍ଥା ଘେରରେ ଧରଣୀମାଳ ଉଚ୍ଚ ବିଦ୍ୟାଳୟ, ପ୍ରଶାସନର ଦୃଷ୍ଟି କେବେ ?   09-Jul-2025
  ଜିଲ୍ଲା  
ରଥଚକ ତଳେ ଚାପି ହୋଇ ତରଭା ଏନ୍ଏସି ଉପାଧ୍ୟକ୍ଷ ଗୁରୁତର*   09-Jul-2025
  ଜିଲ୍ଲା  
ମ୍ୟାଲେରିଆ ଓ ଡ଼ାଇରିଆ ନିରାକରଣ ପାଇଁ ସରପଞ୍ଚ ଙ୍କ ଦ୍ୱାରା ସଚେତନତା ବୈଠକ   09-Jul-2025
  ଜିଲ୍ଲା  
*ଡାବୁଗାଁ ରେ ଶ୍ରମିକ ସଙ୍ଗଠନର ଭାରତ ବନ୍ଦ ଡାକରା,ବିରୋଧୀ ଦଳଙ୍କ ସମର୍ଥନ*   09-Jul-2025
  ଜିଲ୍ଲା  
ମନରେଗା ଦୁର୍ନୀତି କୁ ଚାପି ଦେବା ପାଇଁ ପ୍ରୟାସ ଜାରି   09-Jul-2025
  ଜିଲ୍ଲା  
ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସକୁ ଆକ୍ରମଣ, କଣ୍ଟାବାଞ୍ଜି ଥାନାରେ ଅଭିଯୁକ୍ତ ଅଟକ   09-Jul-2025
  ଜିଲ୍ଲା  
ପଣ୍ଡ୍ରିଜୋର କେନ୍ଦୁପତ୍ର ଫଡ଼ି ରୁ ଲକ୍ଷାଧିକ ଟଙ୍କାର ପତ୍ର ଚୋରୀ; କଣ୍ଟାବାଞ୍ଜି ରେ ହେଲା ଠାବ   09-Jul-2025
  ଜିଲ୍ଲା  
"ଝରିଆଲ ପଞ୍ଚାୟତ ମାହା ଦୁର୍ନୀତି": ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ; ବଙ୍ଗୋମୁଣ୍ଡା ବ୍ଳକ ପ୍ରଶାସନ ଦ୍ବାରସ୍ଥ ପଞ୍ଚାୟତବାସୀ,କାର୍ଯ୍ଯ ନିରପେକ୍ଷ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଦାବୀ    09-Jul-2025
  ଜିଲ୍ଲା  
ବରୀରେ ବନ୍ୟା ଜଳ, ରତାଳଙ୍ଗରେ ଘାଇ ଆଶଙ୍କା   09-Jul-2025

You Might Also Like