-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||     

HOME   ରାଜ୍ୟ

ପିପି ଏକାଡେମୀରେ ଆଜି ପର୍ଯ୍ୟନ୍ତ ନାହିଁ ନିଜସ୍ୱ ଖେଳ ପଡିଆ♦️ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଧ୍ୟାନ ଦିଅନ୍ତୁ ସରକାର- ନରସିଂହ

11-Jul-2026



ସଂସ୍କୃତ ମହାବିଦ୍ୟାଳୟରେ ନାହାନ୍ତି ନିୟମିତ ଅଧ୍ୟକ୍ଷ

ବଲାଙ୍ଗିର(ପ୍ରେରଣା ଖବର) - ଆଜି ପୂର୍ବାହ୍ନ ଘ.୧୧ ରୁ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବଲାଙ୍ଗିର ସହର ସ୍ଥିତ ପି.ପି.ଏକାଡେମୀ ଏବଂ ବିଦ୍ୟା ଭୂଷଣ ସଂସ୍କୃତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ବିଶେଷ କରି ତାଙ୍କର ଏହି ଗସ୍ତରେ ସେଠାକାର ସମସ୍ୟା ଓ ତାର ସମାଧାନ ଦିଗରେ କି ପଦକ୍ଷେପ ନିଆଯାଇପାରିବ ସେ ଉପରେ ଆଲୋଚନା କରାଯାଇଥିଲା । ପି.ପି. ଏକାଡେମୀ ରେ ଛାତ୍ର ଉପସ୍ଥାନ, ସଂଖ୍ୟା ତଥା ମେଟ୍ରିକ ପରୀକ୍ଷା ଫଳ ବେଶ ସନ୍ତୋଷଜନକ ଥିବା ଆଲୋଚନାରେ ଜଣାଯାଇଥିଲା । ଯେହେତୁ ଧିରେ ଧିରେ ସରକାରୀ ସ୍କୁଲରେ ଛାତ୍ର ଓ ଅଭିଭାବକଙ୍କ ନାମଲେଖା ପାଇଁ ଉତ୍ସାହ ବଢୁଛି ତେଣୁ ଏଠାରେ ଅତିରିକ୍ତ ଶ୍ରେଣୀଗୃହ ପାଇଁ ଶିକ୍ଷକ ଶିକ୍ଷୟତ୍ରୀମାନେ ନରସିଂହଙ୍କ ଦୃଷ୍ଟିକୁ ଆଣିଥିଲେ । ତା ସହ ପି.ପି. ଏକାଡେମୀର ନିଜସ୍ୱ ଖେଳ ପଡିଆ ନ ଥିବାରୁ ଏହା ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଶ୍ରୀ ମିଶ୍ରଙ୍କ ଆଗରେ ଶିକ୍ଷକ କର୍ମଚାରୀମାନେ ଦାବି ରଖିଥିଲେ ।  ଛାତ୍ର ସଂଖ୍ୟା ଦୃଷ୍ଟିରୁ ଆଉ

ଶିକ୍ଷକ ନ ଥିବାରୁ ସଂସ୍କୃତ ବିଦ୍ୟାଳୟରେ ହୋଇନାହିଁ ନାମଲେଖା

ଜଣେ ବିଜ୍ଞାନ ଶିକ୍ଷକ ଦରକାର ବୋଲି ପ୍ରଧାନ ଶିକ୍ଷକ ଆଲୋଚନା ବେଳେ କହିଥିଲେ ଏବଂ ଯେହେତୁ ଏଠାରେ ଶିକ୍ଷା ସମ୍ବନ୍ଧୀୟ ପରୀକ୍ଷା ହେଉ କାର୍ଯ୍ୟକ୍ରମ ହେଉ ସବୁବେଳେ ଅନୁଷ୍ଠିତ ହେଉଛି ଆଗାମୀ ଦିନରେ ପିଅନ ନିଯୁକ୍ତି ବେଳେ ଜଣେ ପୁରୁଷ ପିଅନ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ । ପରେ ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟ ରେ ଆଲୋଚନା ବେଳେ ଜଣାପଡିଲା ଯେ ବହୁ ବର୍ଷ ହେବ ଏହି ଶିକ୍ଷାନୁଷ୍ଠାନ ବିନା ନିୟମିତ ଅଧ୍ୟକ୍ଷରେ ଚାଲିଛି । ତେଣୁ ଅଧ୍ୟାପନା ସାଙ୍ଗକୁ କଲେଜ ପରିଚାଳନାଗତ ଅନେକ ସମସ୍ୟା ଛାତ୍ରମାନେ ଭୋଗୁଛନ୍ତି ବୋଲି ଏହାର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କୁ ଜଣାଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଏହି ଶିକ୍ଷାନୁଷ୍ଠାନ ରେ ଏକ ସଂସ୍କୃତ ବିଦ୍ୟାଳୟ ଚାଲିଛି ଯାହାକି ଏ ବର୍ଷ ଶିକ୍ଷକ, କର୍ମଚାରୀ ଅଭାବରୁ କୌଣସି ଅଭିଭାବକ ତାଙ୍କ ପିଲାମାନଙ୍କୁ ଏଠାରେ ନାମ ଲେଖାଉ ନାହାନ୍ତି । ଏ ଦିଗରେ ଶ୍ରୀ ମିଶ୍ର ନିଶ୍ଚିତ ଭାବରେ ସରକାରଙ୍କୁ ଜଣାଇ ଏହି ଅନୁଷ୍ଠାନରେ ଯେପରି ଶିକ୍ଷକ ଯୋଗ ଦେବେ ସେ ଉପରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ସଂସ୍କୃତ ମହାବିଦ୍ୟାଳୟ କଥା ମଧ୍ୟ ଠିକ୍ ସମାନ । ନିୟମିତ ଅଧ୍ୟାପକ ବଦଳରେ ଅତିଥି ଅଧ୍ୟାପକ ସଂଖ୍ୟା ଏଠି ଅଧିକ । ଯେହେତୁ ସଂସ୍କୃତି ମହାବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ସଂଖ୍ୟା ପ୍ରାୟତଃ ପୂର୍ଣ୍ଣ ଥାଏ କିନ୍ତୁ ନିୟମିତ ଅଧ୍ୟାପକଙ୍କ ଅଭାବ ଯୋଗୁଁ ପାଠପଢାରେ ଘୋର ବ୍ୟାଘାତ ହେଉଛି ବୋଲି ଆଲୋଚନା ବେଳେ ଅଧ୍ୟକ୍ଷ ଓ ଅଧ୍ୟାପକମାନେ ଅଭିଯୋଗ ବାଢିଥିଲେ । ସଂସ୍କୃତ ବିଦ୍ୟାଳୟରେ ଆୟୁର୍ବେଦ ପାଠ ପଢାଇବାର ବ୍ୟବସ୍ଥା ଥିଲେ ହେଁ ଆୟୁର୍ବେଦ ଶିକ୍ଷକ ଅଭାବରୁ ଆୟୁର୍ବେଦ ଉପରେ

କୌଣସି ପାଠ ପଢିବା ସମ୍ଭବ ହେଉନାହିଁ । ଏ ସବୁ ଅଭିଯୋଗ ର ଉତ୍ତରରେ ଶ୍ରୀ ମିଶ୍ର ସଂସ୍କୃତ ବିଦ୍ୟାଳୟ, ମହାବିଦ୍ୟାଳୟ ର ଶିକ୍ଷକ କର୍ମଚାରୀ, ଅଣ ଶିକ୍ଷକ କର୍ମଚାରୀ ପଦବୀ ପୁରଣ ପାଇଁ ସରକାରଙ୍କ ଉପରେ ଚାପ ପକାଯିବ, ପିପି ଏକାଡେମୀର ଖେଳ ପଡିଆ, ଡ୍ରେନେଜ ସିଣ୍ଟମର ଉନ୍ନତି, ଅତିରିକ୍ତ ଶ୍ରେଣୀଗୃହ ତଥା ଅନ୍ୟାନ୍ୟ ଭିତ୍ତିଭୂମି ଜନିତ ଅସୁବିଧା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ସହ କଥା ହୋଇ ନିଶ୍ଚିତ ଭାବରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଆଜିର ଏହି ଆଲୋଚନା ସମୟରେ ସଂସ୍କୃତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅରବିନ୍ଦ ଓଝା, ଧର୍ମରାଜ ବାଗ, ନିଳିମା ମେହେର, ରାଜଶ୍ରୀ ସାହୁ, ପ୍ରକାଶ ଷାଣ୍ଢ, ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରେନ୍ଦ୍ର ଧରୁଆ, ପିପି ଏକାଡେମୀର ପ୍ରଧାନ ଶିକ୍ଷକ ଦ୍ୟୁତିରଂଜନ ମହାଲିଙ୍ଗ, ଅଂଶୁପା ଭୋଇ, କେତକି ଭୋଇ ଓ ଅନ୍ୟାନ୍ୟ ଶିକ୍ଷକ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   15-Aug-2026
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like