-+91-9937148622 |

prerana_bgr@rediffmail.com |

  Sunday 12th July 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   (12-Jul-2026)       ||      ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   (12-Jul-2026)       ||      ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ    (12-Jul-2026)       ||      ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ    (12-Jul-2026)       ||      ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   (12-Jul-2026)       ||      ଗୋପାଳପୁର ଆଶ୍ରମ ସ୍କୁଲରେ ୭୭ ତମ ବନ ମହୋତ୍ସବ ପାଳିତ   (12-Jul-2026)       ||      ଆକାଶବାଣୀ ବଲାଙ୍ଗୀରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦ ଙ୍କୁ ଅବସର ସମ୍ବର୍ଦ୍ଧନା    (12-Jul-2026)       ||      ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   (12-Jul-2026)       ||      ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   (12-Jul-2026)       ||      ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍    (12-Jul-2026)       ||      ବୁଦ୍ଧିଜୀବୀ ମାନଙ୍କର ଶାସକ ଗୋଷ୍ଠୀର ଜୟଗାନ ମନୋବୃତ୍ତି ସମାଜ କୁ ଆହୁରି ଅଧୋପତନ ଆଡକୁ ନେଇ ଯାଉଛି    (12-Jul-2026)       ||      ବୃକ୍ଷରୋପଣ ଆମରି ପଣ   (12-Jul-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତା    (12-Jul-2026)       ||      *ଗାଁ ମୁହାଁ ଜଙ୍ଗଲୀ ଭାଲୁ.... ବୋରିପଦର ଗ୍ରାମରେ ଭାଲୁର ଆତଙ୍କ*   (12-Jul-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଙ୍କ 53 ତମ ଜନ୍ମଦିବସ ବୁର୍ଡ଼l ଡାକ ବଙ୍ଗଳା ଠାରେ ମହା ସମାରୋହରେ ପାଳିତ    (12-Jul-2026)       ||      କୁଟୁମ୍ବଡୋଲା କ୍ଲଷ୍ଟର ପକ୍ଷରୁ ସିଆଲବାହାଲି ଠାରେ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା   (12-Jul-2026)       ||      ଅଲେଖ ଧର୍ମ ବଳାମ୍ବି ସ୍ବର୍ଗତ ବିନ୍ଦୁ ବାରିକ ଙ୍କ ଅକାଳ ବିୟୋଗ, ଅଂଚଳ ରେ ଶୋକର ଛାୟା   (12-Jul-2026)       ||      ଯୁବକଙ୍କୁ ହତ୍ୟା, ପୁଲିସର ତଦନ୍ତ ଜାରି   (11-Jul-2026)       ||      *ଅକ୍ଟୋବର ୧୫ ସୁଦ୍ଧା ମାଗଣା ରବିଚାଷ ପାଇଁ ବିହନ ଯୋଗାଇବାକୁ ଦାବି: ପୋଷ୍ଟ କାର୍ଡ ମାଧ୍ୟମରେ ସରକାରଙ୍କୁ ଚାଷୀ ଙ୍କ ଅନୁରୋଧ*   (11-Jul-2026)       ||     

HOME   ରାଜ୍ୟ

ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ

05-Jul-2026



ବଲାଙ୍ଗିର(ପ୍ରେରଣା ଖବର): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ‘ସମାଜ’ ପକ୍ଷରୁ ବଲାଙ୍ଗିର ଜେଏସ୍‌ଏମ୍‌ କଲେଜରେ ବଲାଙ୍ଗିର ଓ ପୁଇଁନ୍ତଲା ବ୍ଲକସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ଜିଲା ପ୍ରତିନିଧି ବଳରାମ ମିଶ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ୭୮ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଦିନ ତମାମ ପ୍ରବଳ ବର୍ଷା ଲାଗରହିଥିବା ସତ୍ତ୍ୱେ ବିଭିନ୍ନ ସ୍କୁଲ୍ ଛାତ୍ରଛାତ୍ରୀ ଉତ୍ସାହଜନକ ଭାବେ ପରୀକ୍ଷାରେ ଯୋଗ ଦେଇ ଥିଲେ I ବଲାଙ୍ଗିର ବ୍ଲକସ୍ତରୀୟ ପ୍ରତିଯୋଗିତାରେ ୬୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ୩୮ଜଣ ଚିତ୍ରାଙ୍କନ ଓ ୨୬ଜଣ କୁଇଜ୍‌ ପରୀକ୍ଷା ଦେଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟ-୨ ଛାତ୍ରୀ ସ୍ବୀକୃତି ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବଲାଙ୍ଗିର କଦମପଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ହର୍ଷିତା ସିଂ ଦ୍ବିତୀୟ ଓ ବଲାଙ୍ଗିର ପବ୍ଲିକ ସ୍କୁଲ ଛାତ୍ରୀ ଆୟୈଶା ଆଫ୍ରୋଜ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି କୁଇଜ ପ୍ରତିଯୋଗିତାରେ ବଲାଙ୍ଗିର କଦମପଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ମିଶ୍ର ପ୍ରଥମ, ଛାତ୍ର ଇଚ୍ଛାମୟ ମିଶ୍ର ଦ୍ବିତୀୟ ଓ ବଲାଙ୍ଗିର ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ଛାତ୍ରୀ ସିଦ୍ଧି ଖେତି ତୃତୀୟ ସ୍ଥାନ ଅଧିକାର କରିଥିଲେ।

ପୁଇଁନ୍ତଲା ବ୍ଲକସ୍ତରୀୟ ପ୍ରତିଯୋଗିତାରେ ୧୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଚିତ୍ରାଙ୍କନରେ ୭ଜଣ ଓ କୁଇଜ୍‌ ପ୍ରତିଯୋଗିତାରେ ୭ଜଣ ପ୍ରତିଯୋଗୀ ଯୋଗ ଦେଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ପୁଇଁନ୍ତଲା ରୋଶନି ପବ୍ଲିକ ସ୍କୁଲ ଛାତ୍ର ଶ୍ରେୟାଂଶ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏହି ସ୍କୁଲ ଛାତ୍ର ପିୟୁଷ ସାହୁ ଓ ଦିବ୍ୟାଂଶ

କୁମାର ନାଏକ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି କୁଇଜ ପ୍ରତିଯୋଗିତାରେ ରୋଶନି ପବ୍ଲିକ ସ୍କୁଲ ଛାତ୍ର ଅଭିଷିକ୍ତ ମୁଗ୍ରି ପ୍ରଥମ, ବିଲେଇସର୍ଡ଼ା ସ୍ଥିତ ଜବାହାରଲାଲ୍‌ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ସୁଚିସ୍ମିତା ତ୍ରିପାଠୀ ଦ୍ବିତୀୟ ଓ ରୋଶନି ପବ୍ଲିକ ସ୍କୁଲ କ୍ରିଷ୍ଣା ଆଚାର୍ଯ୍ୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅନ୍ତର୍ଜାତୀୟସ୍ତର ଚିତ୍ରକର ଡ.ଅଶ୍ବିନୀ ରଥ ଓ ବିଶିଷ୍ଟ ଚିତ୍ରଶିଳ୍ପୀ ବାସୁଦେବ ମେହେର ଚିତ୍ରାଙ୍କନ ପ୍ରତିଯୋଗିତାର ବିଚାରକ ଭାବେ ଯୋଗ ଦେଇ ଥିଲେ। ସେହିପରି ଅଧ୍ୟାପକ ଜୟକୁମାର ଆଚାର୍ଯ୍ୟ କୁଇଜ ପ୍ରତିଯୋଗିତାର ବିଚାରକ ଭାବେ ଯୋଗ ଦେଇ ମୂଲ୍ୟାଙ୍କନ କରିଥିଲେ। ଚିତ୍ରାଙ୍କନ ଓ କୁଇଜ୍‌ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ବଲାଙ୍ଗିର ଓ ପୁଇଁନ୍ତଲା ଉଭୟ ବ୍ଲକର କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ଅର୍ଥରାଶିରେ ପୁରସ୍କୃତ କରାଯାଇଥିଲା। ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସହ ଉପସ୍ଥିତ ବିଚାରକବୃନ୍ଦ  କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଜେଏସ୍‌ଏମ୍‌ କଲେଜ ପ୍ରଶାସନିକ 

ଅଧିକାରୀ ଶୈଳେସ କୁମାର ପାଲ, ଅଧ୍ୟାପିକା ଏ.ବି.ରାମ ଲିପ୍ସା, ଅଧ୍ୟାପିକା ତନୁଜା ମିଶ୍ର ଓ ଅଧ୍ୟାପିକା କ୍ରୀଷ୍ଣା କୁମାରୀ ମିଶ୍ର ପ୍ରତିଯୋଗିତା ପରିଚାଳନା କରିଥିଲେ । ବରିଷ୍ଠ ସାମ୍ବାଦିକ ରଞ୍ଜିତ ବେହେରା ଓ ସାମ୍ବାଦିକ ଆଲୋକ କୁମାର ମିଶ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବଲାଙ୍ଗିର ‘ସମାଜ’ କାର୍ଯ୍ୟାଳୟ ବରିଷ୍ଠ ବିଜ୍ଞାପନ ବିକାଶ କାର୍ଯ୍ୟ ନିର୍ବାହୀ ରଶ୍ମି ରଞ୍ଜନ ପଟ୍ଟନାୟକ, ବିଜ୍ଞାପନ ବିକାଶ କାର୍ଯ୍ୟ ନିର୍ବାହୀ ଦେବାଶିଷ ମିଶ୍ର, ପ୍ରସାରଣ ବିକାଶ କାର୍ଯ୍ୟ ନିର୍ବାହୀ କରନଜିତ ମହାନ୍ତି, କାର୍ଯ୍ୟାଳୟ ସହାୟକ ସରୋଜ ପଧାନ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   12-Jul-2026
  ଜିଲ୍ଲା  
କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   12-Jul-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   12-Jul-2026
  ଜିଲ୍ଲା  
ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   12-Jul-2026
  ଜିଲ୍ଲା  
ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ   12-Jul-2026
  ଜିଲ୍ଲା  
ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   12-Jul-2026
  ଜିଲ୍ଲା  
ଗୋପାଳପୁର ଆଶ୍ରମ ସ୍କୁଲରେ ୭୭ ତମ ବନ ମହୋତ୍ସବ ପାଳିତ   12-Jul-2026
  ଜିଲ୍ଲା  
ଆକାଶବାଣୀ ବଲାଙ୍ଗୀରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦ ଙ୍କୁ ଅବସର ସମ୍ବର୍ଦ୍ଧନା   12-Jul-2026
  ଜିଲ୍ଲା  
ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   12-Jul-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   12-Jul-2026
  ଜିଲ୍ଲା  
ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍   12-Jul-2026
  ଜିଲ୍ଲା  
ବୁଦ୍ଧିଜୀବୀ ମାନଙ୍କର ଶାସକ ଗୋଷ୍ଠୀର ଜୟଗାନ ମନୋବୃତ୍ତି ସମାଜ କୁ ଆହୁରି ଅଧୋପତନ ଆଡକୁ ନେଇ ଯାଉଛି   12-Jul-2026

You Might Also Like