-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
22-May-2025
ବଲାଙ୍ଗୀର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷାରେ ଯୁବୋଦୟର ଛାତ୍ରଛାତ୍ରୀ ମାନେ ସଫଳତା ହାସଲ କରିଛନ୍ତି । ପଶ୍ଚିମ ଓଡ଼ିଶାରେ ସବୁବର୍ଷ ପରି ଏ ବର୍ଷ ମଧ୍ୟ ସର୍ବାଧିକ ୯ଠ ପ୍ରତିଶତରୁ ଅଧିକ ମାର୍କ ରଖି ନୂତନ କୀର୍ତ୍ତି ସ୍ଥାପନ କରିଛନ୍ତି। ସେଥିରୁ ୫୭୭ ମାର୍କ ରଖି ବରପାଲିର ତିଲକ ହୋତା, ୫୭ଠ ମାର୍କ ରଖି ସୋହେଲାର ନୈନା ବାରିକ, ୫୬୯ ମାର୍କ ସହ ସୁନ୍ଦରଗଡ଼ର ଆୟୁଷ ପଟେଲ ଓ ୫୬୯ ମାର୍କ ସହ ବରପାଲିର ପ୍ରତ୍ୟୁଷ ଦାସ ଟପ୍ପର ହୋଇଛନ୍ତି । ଅନୁଷ୍ଠାନର ସମୁଦାୟ ୫ଠ୧ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୪୭୪ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତ୫ି । ସେହିପରି ୧୬୫ଜଣ ଛାତ୍ରଛାତ୍ରୀ
୫ଶହରୁ ଅଧିକ ମାର୍କ ରଖିଛନ୍ତି । ଯୁବୋଦୟର ଛାତ୍ରଛାତ୍ରୀ ଯୁକ୍ତ ୨ ରେ ସଫଳତା ହାସଲ କରିବା ସହ ଗତ ଜେ.ଇ ଓ ନିଟ୍ ପରୀକ୍ଷାରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରିଛନ୍ତି । ଇଣ୍ଟିଗ୍ରେଟେଡ ଶିକ୍ଷା ପର୍ଦ୍ଧତି ଦ୍ୱାରା ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ମେଡିକାଲ ପ୍ରବେଶିକା ପରୀକ୍ଷା(ନିଟ୍) ରେ କୃତକାର୍ଯ୍ୟ ହୋଇ ପ୍ରଥମ ପର୍ଯ୍ୟାୟରେ ହିଁ ଏମ୍ସ ତଥା ଅନ୍ୟାନ୍ୟ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ଆଶାୟୀ ହୋଇଛନ୍ତି । ସେହିପରି ଗତ ଜେଇ ପରୀକ୍ଷାରେ ୫୬ଜଣ ଛାତ୍ରଛାତ୍ରୀ
ପ୍ରଥମ ଥର ପରୀକ୍ଷା ଦେଇ ୯ଠ ପ୍ରତିଶତରୁ ଅଧିକ ମାର୍କ ରଖି ସର୍ବଭାରତୀୟସ୍ତରରେ ଜଣାଶୁଣା ଏନ୍ଆଇଟି ଓ ଆଇଆଇଟିରେ ଅଧ୍ୟୟନ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସମଗ୍ର ଓଡ଼ିଶାରେ ଯୁବୋଦୟ ର ଛାତ୍ରଛାତ୍ରୀ ମାନେ ଅନ୍ୟ ଶିକ୍ଷାନୁଷ୍ଠାନ ମାନଙ୍କୁ ପଛରେ ପକାଇ ବବାଜିମାତ୍ କରିଛନ୍ତି । ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଅମ୍ବରୀଶ ଦାଶ ଛାତ୍ରଛାତ୍ରୀ ମାନଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇବା ସହ ଏହି ରେକର୍ଡ ଅନୁଷ୍ଠାନର ଶିକ୍ଷକଶିକ୍ଷୟିତ୍ରୀ ଏବଂ କର୍ମଚାରୀଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ।