-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
20-Mar-2025
ବୌଦ୍ଧ(ଜୟାନନ୍ଦ ମିଶ୍ର): ସକାଳୁଆ ସ୍କୁଲ ନେଇ ଗଣଶିକ୍ଷା ବିଭାଗ ପକ୍ଷ ରୁ ସୂଚନା ଜାରି କରାଯାଇଛି l କମିଶନର ତଥା ସଚିବ , ଗଣଶିକ୍ଷା ବିଭାଗଙ୍କ ପତ୍ରସଂଖ୍ୟା -୮୪୩୭ ତା ୨୦.୩.୨୦୨୫ରିଖ ଅନୁଯାୟୀ ବୌଦ୍ଧ ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ସକାଳୁଆ ସ୍କୁଲ ଖୋଲିବା ପାଇଁ ଜ଼ିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ସମସ୍ତ ଶିକ୍ଷାନୁଷ୍ଠାନ ର ମୁଖ୍ୟ ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଆଜିଠାରୁ (ତା. ୨୧.୩.୨୦୨୫ ରିଖ) ସକାଳ ସ୍କୁଲ ଆରମ୍ଭ ହୋଇଛି l ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡାଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ସ୍କୁଲ ସକାଳ ଘ. ୬ ୩୦ ରୁ ଆରମ୍ଭ ହୋଇ ଘ.୧୦.୩୦ ପର୍ଯ୍ୟନ୍ତ ଚାଲିବ l ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହା ଲାଗୁ କରାଯାଇଛି l