-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
22-May-2025
ବଲାଙ୍ଗୀର(ପ୍ରେରଣା ଖବର): ଯୁକ୍ତ ୨ ଓ କଳା ବିଭାଗର ଛାତ୍ରୀ ମାନଙ୍କୁ କୋଚିଂ ପ୍ରଦାନ କରୁଥିବା ବଲାଙ୍ଗୀରର ଅନ୍ୟତମ ଜଣାଶୁଣା ଘରୋଇ ଶିକ୍ଷାନୁଷ୍ଠାନ ହେଉଛି ଓମ୍ ଏକାଡେମୀ l ବଲାଙ୍ଗୀରରେ ଗଢି ଉଠିଥିବା ଏହି ଶିକ୍ଷାନୁଷ୍ଠାନର ଚମତ୍କାର ଶିକ୍ଷାଦାନ ଶୈଳୀ ଯୋଗୁଁ ଉଜ୍ୱଳ ଭିବିଷ୍ୟତ କାମନା କରୁଥିବା ପ୍ରତ୍ୟେକ ଛାତ୍ରୀଙ୍କ ପ୍ରଥମ ପସନ୍ଦ ହୋଇଛି ଏହି ଶିକ୍ଷାନୁଷ୍ଠାନ l ଚଳିତ ସିଏଚ୍ ଏସ୍ ଇ ପରୀକ୍ଷାରେ ଏହି ଅନୁଷ୍ଠାନର ଛାତ୍ରୀ ବିପାଶା ବାଗ ୫୩୪ ମାର୍କ ରଖି ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟର ଟପ୍ପର ହେବାର ଗୌରବ ଲାଭ କରିଛନ୍ତି l ଏହି ଶିକ୍ଷାନୁଷ୍ଠାନର ଛାତ୍ରୀ ବିପାଶା ଯୁକ୍ତ ୨ କଳା ପରୀକ୍ଷାରେ ମୋଟ୍ ୫୩୪ ମାର୍କ ରଖି ମହିଳା ମହାବିଦ୍ୟାଳୟର ଟପ୍ପର ହୋଇଛନ୍ତି l ବିପାଶା ତାଙ୍କ ସଫଳତା ପଛରେ ଭାଗବାନଙ୍କ ଆଶୀର୍ବାଦ ରହିଛି l ଏଥିସହ ପିତାମାତାଙ୍କ ସହଯୋଗ ତଥା ଓମ୍ ଏକାଡେମୀର ନିର୍ଦ୍ଦେଶିକା ଶ୍ରୀମତୀ ସରିତା ମିଶ୍ରଙ୍କ ଦିଗଦର୍ଶନ ତାଙ୍କ ପାଇଁ ସଫଳତା ଆଣିଦେଇଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିପାଶା l ବିପାଶାଙ୍କୁ ତାଙ୍କ ସଫଳତା ପାଇଁ ଓମ୍ ଏକାଡେମୀର ନିର୍ଦ୍ଦେଶିକା ଶ୍ରୀମତୀ ସରିତା ମିଶ୍ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l