-+91-9937148622 |
prerana_bgr@rediffmail.com |
Thursday 10th July 2025 |
R.N.I. Regd No. ODIODI/2010/46693
Breaking News
22-May-2025
ବରୀ(ରଞ୍ଜିତ ମହାନ୍ତି): ରାମଚନ୍ଦ୍ରପୁର ଥାନା ଉଦୟନାଥ ପୁରରୁ ବରୀକୁ ଯିବା ରାସ୍ତା କଡ଼ରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖୁବାକୁ ମିଳିଛି | ଖବରପାଇ ବରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାରକରି ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ଅନୁଯାୟୀ ମୃତ ଯୁବକଙ୍କ ଘର ବ୍ରହ୍ମବରଦା ଥାନା ଅନ୍ତଗତ ନାଳକୁଳ ଗ୍ରାମର ସୁଶାନ୍ତ ଦାସ ଓରଫ ଧୂସା (୪୦) ବୋଲି ଜଣାପଡ଼ିଛି । ସେ ଉଦୟନାଥପୁର ପଞ୍ଚାୟତ ଚାରିମାଣିଆ ଗ୍ରାମର କୃପାସିନ୍ଧୁ ମଲ୍ଲିକଙ୍କ ଝିଅ ବିଷ୍ଣୁପ୍ରିୟା ମଲ୍ଲିକଙ୍କୁ ବିବାହ କରିଥିଲେ | ଶଶୁର ଘରକୁ ଆସି ରାସ୍ତା କଡରେ ପଡି କିଭଳି ମୃତ୍ୟୁବରଣ କଲେ ତାହା ଜଣା ପଡିନାହିଁ। ବରୀ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରିରଖୁଛି।