-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
22-May-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)- ବରଗଡ଼ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ଆନୁକୁଲ୍ୟରେ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗଉଡମାଲ ଗ୍ରାମ ରେ ସ୍ଥାନୀୟ ରାମଜୀ ମନ୍ଦିର ପ୍ରାଙ୍ଗଣ ରେ ଏକ ସାଂଗଠନିକ ବୈଠକ ଅନୁଷ୍ଟିତ ହୋଇ ଯାଇଛି । ପରିଷଦ ର କାର୍ଯ୍ୟକାରୀ ସଭାପତି ପ୍ରମୋଦ ଦାଶ ଙ୍କ ଅଧ୍ୟକ୍ଷତା ଓ ଅବସର ପ୍ରାପ୍ତ ଶିକ୍ଷକ ପ୍ରମୋଦ ପ୍ରଧାନ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି ବୈଠକ ରେ ବ୍ଲକ ର ବିଭିନ୍ନ ସଙ୍କୀର୍ତ୍ତନ ମଣ୍ଡଳୀ ର ଗାୟକ ବାୟକ ଓ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ସାଂଗଠନିକ ବୈଠକ ରେ ଅଂଶ ଗ୍ରହଣ କରିବା ସହ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ ।
ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ର ସମ୍ପାଦକ ପଣ୍ଡିତ ଜୟ ଦେବ ପଣ୍ଡା ପରିଷଦ ର ଆଭିମୁଖ୍ୟ ଉପସ୍ଥାପନ କରିବା ସହ ଅପସଂସ୍କୃତି ଆଡ଼କୁ ଗତି କରୁଥିବା ସଙ୍କୀର୍ତ୍ତନ ସଂସ୍କୃତି କୁ ବଞ୍ଚାଇବା ପାଇଁ ସମସ୍ତ ଙ୍କ ମିଳିତ ଉଦ୍ୟମ ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକ ଲଳିତ ମୋହନ ପଣ୍ଡା ,ସଂସ୍କୃତି ଆବାହକ କପିଲ ବାଗ ଜିଲ୍ଲା ସଂଯୋଜକ ଗୋପବନ୍ଧୁ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ଝାରବନ୍ଧ ବ୍ଲକ ସଙ୍କୀର୍ତ୍ତନ ପରିଷଦ ଗଠନ କରିଥିଲେ ।ଗଉଡ ମାଲ ରାମଜୀମନ୍ଦିର ସଙ୍କୀର୍ତ୍ତନ ମଣ୍ଡଳୀ ର ବରିଷ୍ଠ ସଦସ୍ୟ ଶିବାଜି ବାଗ ବ୍ଲକ ସଂଯୋଜକ ଭାବେ ମନୋନୀତ ହୋଇଥିଲେ ।ତେବେ ସଂପ୍ରତି ଭାବ ଭକ୍ତି ଓ ସମର୍ପଣ ର ସଙ୍କୀର୍ତ୍ତନ ରେ ବିଭିନ୍ନ ସ୍ଥାନ ରେ ପରିବେଷିତ ହେଉଥିବା ଅଶ୍ଲୀଳ ଓ ଦୁଇ ଅର୍ଥ ବୋଧକ ସଙ୍କୀର୍ତ୍ତନ କୁ ଆଗାମୀ ଦିନ ରେ ତୀବ୍ର ବିରୋଧ କରାଯିବା ସହ ଆଗାମୀ ଦିନ ରେ ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସମାବେଶ ସମ୍ବନ୍ଧ ରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ଅବସର ରେ ଏହି ଗ୍ରାମ ର ଏକ ଗରିବ କୁମ୍ଭକାର ପରିବାର ରେ ଜନ୍ମିତ ଛାତ୍ର ବିଶ୍ଵ ରଣା ମ୍ୟାଟ୍ରିକ ପରୀକ୍ଷା ରେ ଏ ୱାନ ଗ୍ରେଡ ଆଣି କୃତିତ୍ବ ଅର୍ଜନ କରିଥିବାରୁ ତାଙ୍କୁ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଙ୍କୁ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ପକ୍ଷରୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା ।