-+91-9937148622 |
prerana_bgr@rediffmail.com |
Sunday 9th November 2025 |
R.N.I. Regd No. ODIODI/2010/46693
Breaking News
23-May-2025
ବରୀ(ରଞ୍ଜିତ ମହାନ୍ତି): ବରୀ ବ୍ଲକ ଅଧୀନ ରମ୍ପା ପଞ୍ଚାୟତର ଛାତ୍ର ସନ୍ଦୀପ ସୌରଭ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୯୩ ପ୍ରତିଶତ ମାର୍କ ରଖ୍ ସଫଳତା ହାସଲ କରିଛନ୍ତି। ବରୀ ବ୍ଲକର ଖବଚ ବରଦାତା ସଞ୍ଜୟ କୁମାର ବେହେରା ଓ ରଶ୍ମିରେଖା ବେହେରା ହରାଙ୍କ ପୁଅ ସନ୍ଦୀପ ଯାଜପୁର ରୋଡ୍ସ୍ଥିତ ତଣ୍ଡରା ପ୍ରୟାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ସେ ମୋଟ୍ ୬୦୦ ନମ୍ବରରୁ ୫୫୮ ରଖୁଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ବିଦ୍ୟାଳୟ ଅଧ୍ୟକ୍ଷ ନିହାର ରଞ୍ଜନ ଦାସଙ୍କ ସହ ସମସ୍ତ ଅଧ୍ୟାପିକାଅଧ୍ୟାପଙ୍କୁ ଶ୍ରେୟ ଦେଇଛନ୍ତି। ଭବିଷ୍ୟତରେ ଜଣେ ଆଇଆଇଟି ଇଞ୍ଜିନିୟର ହେବେ ବୋଲି ସନ୍ଦୀପ ପ୍ରକାଶ କରିଛନ୍ତି।