-+91-9937148622 |
prerana_bgr@rediffmail.com |
Sunday 9th November 2025 |
R.N.I. Regd No. ODIODI/2010/46693
Breaking News
20-Mar-2025
କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ରହିଛି ବଣ ପାହାଡରେ ଘେରା ଛତଦାଣ୍ଡି ସଂରକ୍ଷିତ ଜଙ୍ଗଲ। ପାହାଡ ଉପରେ ଏକ ଝରଣା ବୋହି ଆସୁଛି l ପ୍ରାକୃତିକ ସୌନ୍ଦର୍ଯ୍ୟ ତଳେ ରହିଛି ଏକ ଡେମ୍ । ତାର ପ୍ରକୃତିକୁ ଉପଭୋଗ କରିବାକୁ ପ୍ରତ୍ୟେକ ଦିନ ଛତଦାଣ୍ଡି ସଂରକ୍ଷିତ ଜଙ୍ଗଲର ଛତରଙ୍ଗ ଡେମ୍ କୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ବର୍ତ୍ତମାନ ସରକାର ତାହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଅଞ୍ଚଳବାସୀ ଦାବୀ କରୁଥିବା ବେଳେ ସେହି ବଣ ପାହାଡ ଘେରା ଛତଦାଣ୍ଡି ସଂରକ୍ଷିତ ଜଙ୍ଗଲ ପାହାଡ ଉପରେ ପଡିଛି ପଥର ମାଫିଆଙ୍କ ନଜର। ଛତଦାଣ୍ଡି ସଂରକ୍ଷିତ ବଣ ପାହାଡ ତଳେ ଦୁଇ ପଥର ମାଫିଆ କ୍ରସର ସ୍ଥାପନ କରି ବେଧଡ଼କ ଭାବେ ବର୍ଷ ବର୍ଷ ଧରି ବେଆଇନ ପଥର ବ୍ଳାଷ୍ଟିଙ୍ଗ କରୁଥିବା ବେଳେ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ଧ୍ବଂସ ହେବାରେ ଲାଗିଛି। ସୂଚନା ଅନୁସାରେ ଛତଦାଣ୍ଡି ସଂରକ୍ଷିତ ଜଙ୍ଗଲର ମହଖଣ୍ଡ ଅଞ୍ଚଳରେ ଚାଳିଛି ବେଧଡ଼କ ବେଆଇନ କ୍ରସର ବେପାର l ପଥର ମାଫିଆ ମାନେ ସରକାରୀ ନିୟମ ଉଲଙ୍ଘନ କରି ତାଙ୍କ କାୟା ବିସ୍ତାର କରି ଚାଳିଛନ୍ତି। ବଙ୍ଗୋମୁଣ୍ଡା ତହସିଲ ଅନ୍ତର୍ଗତ ସାନଗମଡାରେ ରହିଛି ବନଦୁର୍ଗା କ୍ରସର l ଛତଦାଣ୍ଡି ସଂରକ୍ଷିତ ଜଙ୍ଗଲର ପାହାଡରେ ଚାଳିଛି ବେଆଇନ ବ୍ଳାଷ୍ଟିଙ୍ଗ। ତାର ଧ୍ୱନୀ ରେ କମ୍ପୁଛି ସାରା ଅଞ୍ଚଳ l ଅନେକ ଲୋକେ ଭୟଭୀତ ଅବସ୍ଥା ରେ ରହିଥିବା ବେଳେ ସେହି ରାସ୍ତା ଦେଇ ଯାତାୟତ କରିବାକୁ ନିରାପଦ ମଣୁ ନାହାନ୍ତି ଲୋକେ। ପଥର ମାଫିଆଙ୍କ ବ୍ଳାଷ୍ଟିଙ୍ଗ କରିବାର କୌଣସି ସମୟ ସୀମା ନାହିଁ l ମନଇଚ୍ଛା ବ୍ଳାଷ୍ଟିଙ୍ଗ କରୁଥିବା ବେଳେ କୌଣସି ଡାକବାଜୀ ଯନ୍ତ୍ରରେ ଘୋଷଣା ମଧ୍ଯ କରୁନାହାଁନ୍ତି। ଅନ୍ୟପକ୍ଷରେ ଏହି ପଥର ଖଣି ବ୍ଳାଷ୍ଟିଙ୍ଗ କରିବାକୁ ସରକାରୀ ନିୟମ ଅନୁସାରେ ଟ୍ରାକ୍ଟରରେ ହୋଲ୍ଡ କରାଯାଇଥାଏ ଯାହାକି ୩ ଫୁଟ ଯାଏ ପଥର ବ୍ଳାଷ୍ଟିଙ୍ଗ ହୋଇଥାଏ କିନ୍ତୁ ସାନଗମଡା ଗାଁ ରେ ଥିବା ବନ ଦୁର୍ଗା କ୍ରସର ମାଳିକ ଟ୍ରାକ୍ଟରରେ ହୋଲ୍ଡ କରିବା ବଦଳରେ ବେଆଇନ ଭାବେ ଚେନ୍ ମେସିନ୍ ଲଗାଇ ହୋଲ୍ଡ କରୁଛନ୍ତି। ଯାହାଫଳ ରେ ତଳକୁ ପ୍ରାୟ ୧୨ ଫୁଟ ରୁ ଉର୍ଦ୍ଧ୍ବ ବ୍ଳାଷ୍ଟିଙ୍ଗ ହେଉଛି। ବ୍ଳାଷ୍ଟିଙ୍ଗ ଧ୍ୱନୀ ଯୋଗୁଁ ସାରା ଅଞ୍ଚଳରେ କମ୍ପନ ସୃଷ୍ଟି ହେଉଛି। କ୍ରସର ମାଳିକ ଜଣକ ପ୍ରତିଦିନ ୨ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ପଥର ଦିନ ତମାମ ଖନନ କରୁଥିବା ନଜର ହେଉଛି। ଯେଉଁ ବନ ଦୁର୍ଗା କ୍ରସର ମାଳିକ ପଥର ଖଣି ବ୍ଳାଷ୍ଟିଙ୍ଗ ଅନୁମତି ନେଇଛନ୍ତି ବାସ୍ତବ ରେ ସେ କେତେ କିବି ମିଟର ପାଇଁ ଅନୁମତି ନେଇଛନ୍ତି ଏବଂ ବର୍ତ୍ତମାନ ସେ କେତେ କିବି ମିଟର ପଥର ବ୍ଳାଷ୍ଟିଙ୍ଗ କରି ସାରିଛନ୍ତି ତାହା ତଦନ୍ତସାପେକ୍ଷ ଅଟେ। ଅନେକ ସମୟରେ କିଛି ସରକାରୀ କର୍ମଚାରୀଙ୍କୁ ପଥର ମାଫିଆ ଓ କ୍ରସର ମାଳିକ ମାନେ ହାତଗୁଞ୍ଜା ଦେଇ ମନଇଛା ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ହରିଲୁଟ କରୁଛନ୍ତି। ବନଦୁର୍ଗା କ୍ରସର ପଥର ଗୁଣ୍ଡ ପ୍ରଦୁଷଣ ବୃଦ୍ଧି ପାଉଥିବା ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି। କ୍ରସର ମାଲିକଙ୍କୁ ସ୍ଥାନୀୟ ଲୋକେ ଅଭିଯୋଗ କଲେ ଯାହା କରିବା ଅଛି କର ମୋ କିଏ କିଛି କରିପାରିବେ ନାହିଁ, ବଡବଡ ରାଜନେତାଙ୍କ ସହ ମୋର ଘନିଷ୍ଠ ସମ୍ପର୍କ ବୋଲି ସେ କହିଥାନ୍ତି। ଏ ନେଇ ବଲାଙ୍ଗୀର ଖଣି ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଆମେ ଯୋଗାଯୋଗ କରିଥିଲୁ ହେଳେ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ବଲାଙ୍ଗୀର ଜିଲ୍ଲାପାଳ ନଜର ଦେଇ ଏହା ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି।