-+91-9937148622 |
prerana_bgr@rediffmail.com |
Thursday 10th July 2025 |
R.N.I. Regd No. ODIODI/2010/46693
Breaking News
22-May-2025
ବଲାଙ୍ଗୀର, (ପ୍ରେରଣା ଖବର) ବଲାଙ୍ଗିର ଯାଦବ ଭବନ ଠାରେ ଅଲ ଓଡିଶା ଅନୁସୂଚିତ ଜାତି ସଙ୍ଗଠନ ର ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଭୁବନ ନାଗ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ରେ ସୁଧାଂଶୁ ଡାଙ୍ଗ, ମୁଖ୍ୟବକ୍ତା ଯଦୁମଣି ଗରଡିଆ ଓ ସମ୍ମାନିତ ଅତିଥି ଭାବରେ ଲକ୍ଷ୍ମଣ କୁମାର ଭରାସାଗର, ସତ୍ୟାନନ୍ଦ ସୁନା, ସୀତାରାମ କୁମ୍ଭାର, ରତିନ୍ଦ୍ର ରାଏ, ସୂର୍ଯ୍ୟକାନ୍ତି ଛତ୍ରିଆ, ବୈଦ୍ୟନାଥ ମହାନନ୍ଦିଆ,ଜୟରାମ ହରିପାଲ, ବାଲି ଚରଣ ବାରିକ ପ୍ରମୁଖ ଯୋଗ ଦେଇ ଥିଲେ l ବୈଠକ ରେ କେଉଁଟ,କୈବର୍ତ୍ତ, ଧିବର ଙ୍କୁ ଅନୁସୂଚିତ ଜାତି ରୁ ବାଦ ଦେବା ନିମନ୍ତେ ଆଇନ ଗତ ପ୍ରସ୍ତୁତି ଏବଂ ଆନ୍ଦୋଳନ କୁ ଯୋରଦାର କରିବାକୁ ମତ ପ୍ରକାଶ ପାଇଥିଲା !
କାର୍ଯ୍ୟକ୍ରମକୁ ଅର୍ଜୁନ ମୁଗ୍ରୀ ସଂଯୋଜନା କରିଥିବା ବେଳେ ଶେଷରେ ବିପିନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ! ପ୍ରକୃତ ରେ ଖାଣ୍ଟି ଅନୁସୂଚିତ ଜାତି ରେ ଆଉ କିଛି ଜାତି ଯଥା କେଉଁଟ, କୈବର୍ତ୍ତ ଓ ଧୀବର କୁ ମିଶେଇ ଦିଆ ଯାଇ ଥିବାରୁ ପ୍ରକୃତ ଅନୁସୂଚିତ ଜାତି ର ଲୋକେ ସମସ୍ତ ସୁବିଧା ସୁଯୋଗ ରୁ ବଞ୍ଚିତ ହେଉଥିବା ବକ୍ତା ମାନେ ମତବ୍ୟକ୍ତ କରିଥିଲେ l ଆଗକୁ କିପରି ନକଲି ଅନୁସୂଚିତ ଜାତି ଲୋକଙ୍କୁ ବାଦ୍ ଦିଆ ଯାଇ ପାରିବ ସେ ବିଷୟରେ ରଣନୀତି ପ୍ରସ୍ତୁତ କରିଥିଲେ l