-+91-9937148622 |

prerana_bgr@rediffmail.com |

  Sunday 9th November 2025 |

| | | |

R.N.I. Regd No. ODIODI/2010/46693

Breaking News

ରୋତ୍ କଲେଜରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ   (08-Nov-2025)       ||      ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଦ୍ୟାଳୟସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା - ୨୦୨୫ ଅନୁଷ୍ଠିତ   (08-Nov-2025)       ||      ବାୟୋଡିଗ୍ରେଡେବଲ୍ କ୍ୟାରିବ୍ୟାଗ୍ ଶିଳ୍ପ ଉଦ୍‌ଘାଟିତ   (08-Nov-2025)       ||      ସୁବର୍ଣ୍ଣପୁର ଜିଲ୍ଲାପାଳଡ. ନୃପରାଜ ସାହୁ ପାଇବେ ଚଳିତ ବର୍ଷର ସମ୍ମାନ ଜନକ ପ୍ରଶାସନିକ ସେବାରତ୍ନ ସମ୍ମାନ    (08-Nov-2025)       ||      ଲୋଇସିଂହା କଲେଜ ରେ ଯୁବ ସାଂସ୍କୃତିକ ମହୋତ୍ସବ ଉଦଯାପିତ   (08-Nov-2025)       ||      ଜାକାଲଗୁଣ୍ଡି ଜଙ୍ଗଲରୁ ୪କ୍ୱିଣ୍ଟାଲ୫୦କେଜି ଦମ୍ପିଙ୍ଗ ଗଞ୍ଜେଇ ଠାବ   (08-Nov-2025)       ||      *ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପକ୍ଷରୁ କୁନ୍ଦୁରୁ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ* -   (08-Nov-2025)       ||      ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର   (08-Nov-2025)       ||      ତୁରେକେଲା ବ୍ଲକ ବିଦ୍ୟାଳୟ ସମୂହ କ୍ରିକେଟ ଖେଳାଳି ଚୟନ ଶିବିର ଅନୁଷ୍ଠିତ   (08-Nov-2025)       ||      *କାଳିଆ ତୁଳସୀ ରଥ କମିଟି ର ଜରୁରୀ ବୈଠକ ଅନୁଷ୍ଠିତ*   (08-Nov-2025)       ||      *ସୋନପୁର ର ପ୍ରାକ୍ତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ*-   (08-Nov-2025)       ||      "ବନ୍ଦେ ମାତରମ୍"ର ୧୫୦ ବର୍ଷ ପାଳନ   (08-Nov-2025)       ||      ଜିଲ୍ଲା ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ: ଓକିଲାତି ବୃତ୍ତିର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ସହ ସମାଜରେ ଏହି ବୃତ୍ତିର ଗାରିମା କିପରି ବଜାୟ ରହି ପାରିବ ତାହାକୁ ଜଗିବା ଆମ ସମସ୍ତଙ୍କ ଦାୟିତ୍ଵ: ନରସିଂହ ମିଶ୍ର    (08-Nov-2025)       ||      *ଡାବୁଗାଁ ସଦର ମହକୁମା ସ୍ଥିତ ଦୋକାନର ତାଲା ଭାଙ୍ଗି ଟଙ୍କା ଚୋରି*   (08-Nov-2025)       ||      ଯୁବ କଳାକାରଙ୍କ ନୃତ୍ୟ ଦୁଲକିଲା ବଙ୍ଗୋମୁଣ୍ଡା ଧନୁଯାତ୍ରା ମଞ୍ଚ, ଝୁମିଲେ ହଜାର ହଜାର ଦର୍ଶକ   (07-Nov-2025)       ||      ଗଣିଆରେ ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   (07-Nov-2025)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ;    (07-Nov-2025)       ||      *ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ରେ ବନ୍ଧୁତ୍ୱ ପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଟିତ*-   (07-Nov-2025)       ||      *ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଟିତ*-   (07-Nov-2025)       ||      ଅବସରପ୍ରାପ୍ତ ମୁଖ୍ୟ କିରାଣୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ପରଲୋକ   (07-Nov-2025)       ||     

HOME   ଜିଲ୍ଲା

ଟାଟା ପାଓାର ଓ ବାମ କେନାଲ ଯନ୍ତ୍ରୀଙ୍କ ବାଏ ପାସ୍ ରାସ୍ତା ଜବରଦଖଲ

22-May-2025



ବଲାଙ୍ଗିର- ସଦାଇପାଲି ଗ୍ରୀଡ ଆଖ ପାଖରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ପେଟ୍ରୋଲ ପମ୍ପ, ଗ୍ୟାସ୍ ପ୍ଲାଣ ଓ ଛୋଟ ବଡ ବହୁତ ଶିଳ୍ପାନୁଷ୍ଠାନ ଅଛି । ଉକ୍ତ ଗ୍ରୀଡକୁ ବିଭିନ୍ନ ରାସ୍ତା ଦେଇ ବିଦ୍ୟୁତ ତାର ଆସିଛି ତଥା ସେହି ଗ୍ରୀଡରୁ ସବୁ ରାସ୍ତାର ଉଭୟ କଡରେ ବିଦ୍ୟୁତ ତାର ବିପଦପୁର୍ଣ୍ଣ ଭାବରେ ନିଆଯାଇଛି । ଏପରିକି ବିଭିନ୍ନ ଜାଗାରେ ତଳ ଉପର କରି ବିଦ୍ୟୁତ ତାର ନିଆଯାଇଛି ଯାହାକି ଅଂଚଳବାସୀଙ୍କ ପାଇଁ ବିପଦପୂର୍ଣ୍ଣ । ଏହି ପରିପେକ୍ଷୀରେ ଟାଟା ପାଓାର ଚନ୍ଦନଭାଟି ଠାରେ ଓଡିଏସ୍‌ଏସ୍ ପ୍ରକଳ୍ପ ଓ ବାମ କେନାଲ ଯନ୍ତ୍ରୀ ବିସ୍ଥାପିତ ମାନଙ୍କ ପାଇଁ କୁସମେଲ ଠାରେ ବିଜୁଳୀ ଯୋଗାଇବା ପାଇଁ ସମ୍ବଲପୁର-ପାଟଣାଗଡ ବାଏପାସ୍ ସଦାଇପାଲି ଗ୍ରୀଡ ଓ ସୁଶ୍ରୀ କଲେଜ ମଝି ରାସ୍ତାରେ ଚାରିଟିକିଆ ଖୁଣ ପୋତି ଜବରଦଖଲ କରିଛି । ଏହାକୁ ନାଗରିକ କମିଟୀ ବିରୋଧ କରିବାରୁ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଙ୍କ ଅଧ୍ୟକ୍ଷତା ରେ ଗତ କାଲି ତାଙ୍କ ସମ୍ବିଳନୀ କକ୍ଷରେ ଏକ ସଭା ହୋଇଥିଲା । ସଭାରେ ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀ ଏବଂ ତାଙ୍କ ଦୁଇଜଣ ଠିକାଦାର, ଇଡକୋ ଡିଭିଜିନାଲ ମେନେଜର, ବାଏପାସ ରାସ୍ତା ମାପଚୁପ କରୁଥିବା ଦୁଇଜଣ ପି.ଡବ୍ଲୁ.ଡି. କର୍ମଚାରୀ ଓ ନାଗରିକ କମିଟୀର ସଭାପତି, ସମ୍ପାଦକ ଉପସ୍ଥିତ ଥାଇ ଆଲୋଚନା ହେଲା । ଯେହେତୁ ଟାଟା ପାଓାର ଅଧିକାରୀ ଓ ସଦାଇପାଲି ଗ୍ରୀଡର ଏସ୍‌.ଡି.ଓ. ନଥିଲେ, ଆଲୋଚନା ବିଶେଷ ଆଗକୁ ଯାଇପାରିଲା ନାହିଁ । ତେଣୁ ସମସ୍ତେ ସଦାଇପାଲି ଗ୍ରୀଡ, ଯେଉଁଠି ରାସ୍ତା ଜବରଦଖଲ ହୋଇଛି ସେଠାରେ ଉପସ୍ଥିତ ରହି ସମସ୍ୟା ର ସମାଧାନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ମାତ୍ର ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀ ଏବଂ ତାଙ୍କ ଦୁଇଜଣ ଠିକାଦାର ତଥା ମାପଚୁପ କରୁଥିବା ଦୁଇଜଣ ପି.ଡବ୍ଲୁ.ଡି. କର୍ମଚାରୀ ଓ ନାଗରିକ କମିଟୀର ସଭାପତି ତଥା ସମ୍ପାଦକ ଉପସ୍ଥିତ ଥିଲେ । ପି.ଡବ୍ଲୁ.ଡି. କର୍ମଚାରୀ ରାସ୍ତା ଜବରଦଖଲ ବହୁ ପରିମାଣ ରେ ହୋଇଥିବା ଦର୍ଶାଇଥିଲେ ଏବଂ ଏହାକୁ ହଟେଇବା ଜରୁରୀ ବୋଲି କହିଥିଲେ । ଯେଉଁ ବାଏପାସ ରାସ୍ତା ପାଇଁ ଦିର୍ଘବର୍ଷ ହେଲା ଆନ୍ଦୋଳନ ହୋଇ ଆସୁଛି ଏବଂ ଏବେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ତିଆରି କରୁଛନ୍ତି ସେଠାରେ ରାସ୍ତା ଅବରୋଧ ନହେଉ ଏବଂ ବିସ୍ତାପିତ ମାନେ ବିଜୁଳୀ ପାଆନ୍ତୁ ବୋଲି ନାଗରିକ କମିଟୀ ପ୍ରସ୍ତାବ ଦେଇଥିଲା । ଏଥିରେ ଠିକାଦାର ମାନେ ତାକୁ ଅଲଗାଇଦେଇ ପୁଣି ୨୨୦ ଭୋଲ୍ଟ ବିଦ୍ୟୁତ ତାର ତଳେ ୩୩ କେଭି ବିଦ୍ୟୁତ ତାର ନେବୁ ବୋଲି କହିଥିଲେ । ନାଗରିକ କମିଟୀ ଏହାକୁ ଯୋରଦାର ବିରୋଧ କରି ମାଟି ତଳେ କିମ୍ବା ଗ୍ରୀଡର ପଛପଟରୁ ତାର ନେବା ପାଇଁ ପ୍ରସ୍ତାବ ଦେଇଥିଲେ । କୌଣସି ବିଦ୍ୟୁତ ବିଶେଷ ଜ୍ଞ ଉପସ୍ଥିତ ନ ଥିବାରୁ ସମସ୍ୟା ର ସମାଧାନ ହୋଇ ପାରିଲା ନାହିଁ । ତେଣୁ ଆଜି ପୁଣି ଥରେ ନାଗରିକ କମିଟୀ ର ସମ୍ପାଦକ ମଧୁସୁଦନ ନାୟକ ବିସ୍ଥାପିତ ଙ୍କୁ ବିଦ୍ୟୁତ ଯୋଗାଯାଉ କିନ୍ତୁ ବାଏପାସ ରାସ୍ତା ଅବରୋଧ ନହେଉ। ପୁନଶ୍ଚ ସୁଶ୍ରୀ ଅନୁଷ୍ଠାନ ର ଚାରିପଟେ ତଥା ରାସ୍ତାର ଉଭୟ ପାଶ୍ୱରେ ବିପଦପୁର୍ଣ୍ଣ ଭାବରେ ଉଚ୍ଚକ୍ଷମତାସମ୍ପର୍ଣ୍ଣ ବିଦ୍ୟୁତ ତାର ଯାଇଛି । ଏଠାରେ ୨୨୦ ଭୋଲ୍ଟ ବିଦ୍ୟୁତ ତାର ତଳେ ୩୩ କେଭି ବିଦ୍ୟୁତ ତାର ନିଆ ନ ଯାଇ ଗ୍ରୀଡର ପଛପଟରୁ ଉକ୍ତ ଲାଇନ ନେବା ପାଇଁ ତଥା ସଦାଇପାଲି ଗ୍ରୀଡରେ ଗୋଟିଏ ସଭା ଡାକି ତୁରନ୍ତ ନିଷ୍ପତି ନେବା ପାଇଁ ଦାବୀ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରୋତ୍ କଲେଜରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ   08-Nov-2025
  ଜିଲ୍ଲା  
ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଦ୍ୟାଳୟସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା - ୨୦୨୫ ଅନୁଷ୍ଠିତ   08-Nov-2025
ବାୟୋଡିଗ୍ରେଡେବଲ୍ କ୍ୟାରିବ୍ୟାଗ୍ ଶିଳ୍ପ ଉଦ୍‌ଘାଟିତ   08-Nov-2025
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲାପାଳଡ. ନୃପରାଜ ସାହୁ ପାଇବେ ଚଳିତ ବର୍ଷର ସମ୍ମାନ ଜନକ ପ୍ରଶାସନିକ ସେବାରତ୍ନ ସମ୍ମାନ    08-Nov-2025
  ଜିଲ୍ଲା  
ଲୋଇସିଂହା କଲେଜ ରେ ଯୁବ ସାଂସ୍କୃତିକ ମହୋତ୍ସବ ଉଦଯାପିତ   08-Nov-2025
  ଜିଲ୍ଲା  
ଜାକାଲଗୁଣ୍ଡି ଜଙ୍ଗଲରୁ ୪କ୍ୱିଣ୍ଟାଲ୫୦କେଜି ଦମ୍ପିଙ୍ଗ ଗଞ୍ଜେଇ ଠାବ   08-Nov-2025
  ଜିଲ୍ଲା  
*ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପକ୍ଷରୁ କୁନ୍ଦୁରୁ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ* -   08-Nov-2025
  ଜିଲ୍ଲା  
ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର   08-Nov-2025
  ଜିଲ୍ଲା  
ତୁରେକେଲା ବ୍ଲକ ବିଦ୍ୟାଳୟ ସମୂହ କ୍ରିକେଟ ଖେଳାଳି ଚୟନ ଶିବିର ଅନୁଷ୍ଠିତ   08-Nov-2025
  ଜିଲ୍ଲା  
*କାଳିଆ ତୁଳସୀ ରଥ କମିଟି ର ଜରୁରୀ ବୈଠକ ଅନୁଷ୍ଠିତ*   08-Nov-2025
  ଜିଲ୍ଲା  
*ସୋନପୁର ର ପ୍ରାକ୍ତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ*-   08-Nov-2025
  ଜିଲ୍ଲା  
"ବନ୍ଦେ ମାତରମ୍"ର ୧୫୦ ବର୍ଷ ପାଳନ   08-Nov-2025

You Might Also Like