-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
22-Jan-2025
ଭୁବନେଶ୍ୱର ପୀତାପଲ୍ଲୀ ଠାରେ "ଆପଲ୍ ଟ୍ରି ହୋଟେଲ ଏବଂ ରିସୋର୍ଟ୍ସ"ର ଶୁଭ ଉଦଘାଟନ ହୋଇଛି l ଭାରତର ସର୍ବ ବୃହତ ଓପନ୍ ଏୟାର ଫୁଡ୍ କୋର୍ଟ ଭାବେ ପରିଗଣିତ ହେଉଥିବା ଏହି ଫୁଡ୍ କୋର୍ଟ ୨୪×୭ ପାଇଁ ଖୋଲା ରହିବ । ଗ୍ରାହକଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ଦିନ ଲାଇଭ କାର୍ଯ୍ୟକ୍ରମର ସୁବ୍ୟବସ୍ଥା ରହିଛି l ଏହି ହୋଟେଲରେ ୨ ଏକର ଜମିରେ ୧୫୦୦୦ ବର୍ଗଫୁଟ ବିଶିଷ୍ଟ ଫୁଡ୍ କୋର୍ଟ, ୧୫୦୦୦ ବର୍ଗଫୁଟ ବିଶିଷ୍ଟ ଭୋଜି ଲନ୍ ଏବଂ ୨୨୦୦୦ ବର୍ଗଫୁଟ ବିଶିଷ୍ଟ ପାର୍କିଂ ସୁବିଧା ରହିଛି | ପ୍ରତ୍ୟେକ ରାଜ୍ୟର ଖାଦ୍ୟ ଏହି ଫୁଡ୍ କୋର୍ଟରେ ଉପଲବ୍ଧ ରହିଛି l ସବୁଜରେ ପରିପୂର୍ଣ୍ଣ ବାହ୍ୟ ପାହାଡିଆ ଦୃଶ୍ୟକୁ ଗ୍ରାହକ ବେଶ ଉପଭୋଗ କରିବା ସହିତ ଉତ୍ସାହ ମଧ୍ୟ ପାଇପାରିବେ l ଏହି ରିସୋର୍ଟ୍ସର ଭୋଜି ଲନ୍ ବା ଇଭେଣ୍ଟ ପ୍ଲେସ୍ ବିସ୍ତୃତ ସବୁଜ ସ୍ଥାନଗୁଡ଼ିକ ଆଦର୍ଶ ପୃଷ୍ଠଭୂମି ଯୋଗାଇବ ଯେପରିକି ବିବାହ, ଜନ୍ମଦିନ ଉତ୍ସବରେ ଏକାଠି ହେବା ଏବଂ କର୍ପୋରେଟ୍ ଇଭେଣ୍ଟ ଇତ୍ୟାଦି l ଏହି ଆପଲ ଟ୍ରି ହୋଟେଲ ଓ ରିସୋର୍ଟ୍ସ ସମସ୍ତ ବର୍ଗର ଗ୍ରାହକ ଙ୍କ ପାଇଁ ସବୁ କ୍ଷେତ୍ରରେ ସୁବିଧା ହେବ ବୋଲି ମ୍ୟାନେଜିଂ ଡାଇରେକ୍ଟର ଅତସୀ ଦାସ ପ୍ରକାଶ କରିଛନ୍ତି l