-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||     

HOME   ଜିଲ୍ଲା

ଧେତତେରିକି ସୁଧୁରିଲାନି ବିଦ୍ୟୁତ ସମସ୍ୟା...ଫେବୃଆରୀ ୨୮ ରେ ଆନ୍ଦୋଳନ କୁ ଓହ୍ଲାଇବ ଜିଲ୍ଲା ସଂଯୁକ୍ତ କୃଷକ ସଙ୍ଗଠନ (୫ ଦଫା ସମ୍ବିଳିତ ଦାବୀ ନେଇ କରିବେ ଆନ୍ଦୋଳନ)

22-Jan-2025



ବରଗଡ:(ନିରଞ୍ଜନ ତ୍ରିପାଠୀ)-କୃଷି କ୍ଷେତ୍ରରେ ବ୍ୟବହୃତ ତଥା ଘରୋଇ ବିଦ୍ୟୁତ ବିଲ୍ ସମସ୍ୟାକୁ କେନ୍ଦ୍ରକରି ଆନ୍ଦୋଳନ ମୁହାଁ ବରଗଡ଼ ଜିଲ୍ଲା ସଂଯୁକ୍ତ କୃଷକ ସଙ୍ଗଠନ । ଆଜି ଜିଲ୍ଲାର ଅଗ୍ରଣୀ କୃଷକ ସଙ୍ଗଠନ ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ପକ୍ଷରୁ ଘେଁସ ଗୁରୁ ଭବନ ଠାରେ ଜିଲ୍ଲାର ବିଭିନ୍ନ କୃଷକ ସଙ୍ଗଠନ ମାନଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନର ସଭାପତି ମୁରଲି ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ବିଗତ ଦିନରେ ଘେଁସ ଇଲେକ୍ଟ୍ରିକାଲ ସେକ୍ସନାଲ ଅଫିସରେ ଟାଟା ପାୱାର କର୍ମଚାରୀଙ୍କ ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ଓ ବିଦ୍ୟୁତ ସମସ୍ୟା ନେଇ  ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବା ନେଇ କୃଷକ ସଙ୍ଗଠନ ପକ୍ଷରୁ ସୂଚନା ମିଳିଛି । ବୈଠକରେ ପ୍ରଥମ ଅଧିବେଶନରେ ଚଳିତ ଜାନୁଆରୀ ମାସ ଗତ ୧୬ ତାରିଖ ଦିନ ଘେଁସ ସ୍ଥିତ ଇଲେକ୍ଟ୍ରିକାଲ ସେକ୍ସନାଲ ଅଫିସ ଠାରେ ବି.ନୁଆଁପାଲି ଗ୍ରାମର ଚାଷୀ ସୁରେଶ ଭୋଇଙ୍କୁ ବିଜୁଳି ବିଲ୍ କୁ କେନ୍ଦ୍ର କରି ଟାଟା ପାୱାର ବିଦ୍ୟୁତ କର୍ମଚାରୀ ମାରଣାନ୍ତକ ଆକ୍ରମଣ କରିଥିବା ନେଇ ଆଲୋଚନା ହୋଇ ବୈଠକ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା । ତେବେ ଚାଷୀଙ୍କୁ ଆକ୍ରମଣ କରିଥିବା ସଂପୃକ୍ତ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୁପ ଆଗାମୀ ତିନିଦିନ ମଧ୍ୟରେ ସେମାନଙ୍କୁ ଚାକିରୀରୁ ନିଳମ୍ବିତ କରାଯିବା କିମ୍ବା ଅନ୍ୟତ୍ର ବଦଳି କରାଯିବାକୁ ବୈଠକରେ ଯୋଗଦେଇଥିବା ମେଲଛାମୁଣ୍ଡା ଥାନାଧିକାରୀ ,ବରଗଡ଼ ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ଓ ସୋହେଲା ତହସିଲଦାରଙ୍କ ସହିତ ଆଲୋଚନା କରିଥିଲେ । ଯଦି ଆଗାମୀ ପାଞ୍ଚଦିନ ମଧ୍ଯରେ କାର୍ଯ୍ୟାନୁଷ୍ଠାନ ନିଆନଯାଏ  ତେବେ ଜିଲ୍ଲାର କୌଣସି ବିଦ୍ୟୁତ ଉପଭୋକ୍ତା କୌଣସି ପ୍ରକାର ବିଦ୍ୟୁତ ବିଲ୍ ଦେବେନାହିଁ ଓ ରାଜରାସ୍ତାକୁ ଓହ୍ଲାଇବେ ଏବଂ ଏଥିପାଇଁ  ବିଭାଗୀୟ ପ୍ରଶାସନ ହିଁ ଦାୟୀ ରହିବେ ବୋଲି ଅଫିସର ମାନଙ୍କୁ ଚରମବାଣୀ ଶୁଣାଇଥିଲେ କୃଷକ ସଙ୍ଗଠନ । ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ତଥା ସଂଯୁକ୍ତ କୃଷକ ସଙ୍ଗଠନ ବରଗଡ଼ ଜିଲ୍ଲାର ଆଇନ ପରାମର୍ଶଦାତା ଅଜିତ ଶତପଥିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଜିର ଏହି ଦ୍ବିତୀୟ ଅଧିବେଶନରେ ଚାଷ କ୍ଷେତ୍ରରେ ଓ ଘରେ ବ୍ୟବହୃତ ବିଜୁଳି ବିଲ୍ ସମ୍ବନ୍ଧୀୟ ଆଲୋଚନା ହୋଇଥିଲା ।  ବକେୟା ବିଦ୍ୟୁତ ବିଲ୍ ସମ୍ପୁର୍ଣ୍ଣ ଛାଡ଼ କରାଯିବା, ସ୍ମାର୍ଟ ମିଟର ଲଗାଯିବା ସମ୍ପୁର୍ଣ୍ଣ ବନ୍ଦ କରାଯିବା, ୩ ଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ଛାଡ଼ କରାଯିବା, ହୀରାକୁଦ ପାଣି ଜଳସେଚନ ଆଧାରରେ ଚାଷ କ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ ବିଲ୍ କରାଯିବା ଓ ବିଦ୍ୟୁତ ବିଭାଗ କୁ କମ୍ପାନୀ ହାତକୁ ନଦେଇ ସରକାର ନିଜେ ପରିଚାଳନା କରିବା ଏପରି ୫ ଦଫା ସମ୍ବଳିତ ଦାବୀ ନେଇ  ଆସନ୍ତା ଫେବୃଆରୀ ମାସ ୨୮ ତାରିଖ ଦିନ ଏକ ବିରାଟ ଆନ୍ଦୋଳନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆୟୋଜିତ ବୈଠକରେ ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ, ସଂଯୁକ୍ତ କୃଷକ ସଙ୍ଗଠନ, ଲାଲବାହାଦୂର କୃଷକ ସଙ୍ଗଠନ ଭୁକ୍ତା, ସଂଯୁକ୍ତ କୃଷକ ସଙ୍ଗଠନ ବରପାଲି, କୃଷକ ପରିବାର ଭଟଲି, ସଂଯୁକ୍ତ କୃଷକ ସଙ୍ଗଠନ ବରଗଡ଼, ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପଦ୍ମପୁର, ବାରପାହାଡ଼ କୃଷକ ସଙ୍ଗଠନ ଅମ୍ବାଭନା, ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ଗାଇସିଲାଟ , ବୀର ସୁରେନ୍ଦ୍ର ସାଏ କୃଷକ ସଙ୍ଗଠନ ଦଶମାଇଲ, ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପାଇକମାଲ, ଆଞ୍ଚଳିକ କୃଷକ ସଙ୍ଗଠନ ମେଲଚ୍ଛାମୁଣ୍ଡା, ଜିଲ୍ଲା କୋଶଲ ସେନା ପ୍ରତିନିଧିଗଣ, ବିଶିଷ୍ଟ ଚାଷୀନେତା ରମେଶ ମହାପାତ୍ର, ଅରବିନ୍ଦ ପଣ୍ଡା, ସରୋଜ ସାହୁ, ଅଜିତ ଶତପଥୀ, ସୁବାସ ସାମନ୍ତରାୟ, ରୋହିତ ପଧାନ, ଲିଙ୍ଗରାଜ ପଧାନ, ରତିକାନ୍ତ ପଧାନ, ରବିଶଙ୍କର ପଧାନ, କାରଣ ସାହୁ, ତପନ ମିଶ୍ର, ନାରାୟଣ ପଣ୍ଡା, ନିରଞ୍ଜନ ପଧାନ, ସୁରେଶ ନିକେଣ୍ଟି, ବାବୃବାହନ ସାହୁ, ପ୍ରଭାତ ସାହୁ, କୁତାର୍ଥ ପଧାନ, ଥବିର ସାହୁ, ଶାନ୍ତନୁ ମାଝୀ, ଈଶାନ୍ତ ଭୋଇ, ଜୟ ପ୍ରକାଶ ବେହେରା ପ୍ରମୁଖଙ୍କ ସମେତ ଜିଲ୍ଲାର ୧୨ ଗୋଟି ବ୍ଲକର ଏକଶହରୁ ଊର୍ଦ୍ଧ୍ବ ଚାଷୀମାନେ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଚାଷୀନେତା  ପ୍ରେମରାଜ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026
  ଦେଶ ବିଦେଶ  
ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ   25-Oct-2026

You Might Also Like