-+91-9937148622 |

prerana_bgr@rediffmail.com |

  Monday 13th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଶ୍ରୀ ଜଗନ୍ନାଥ ଙ୍କ ଡୋରୀ ଲାଗିଲା* - *ସୁବର୍ଣ୍ଣପୁର ରୁ ପୁରୀ ଶ୍ରୀକ୍ଷେତ୍ର କୁ ରଥ କାଠ ଗଲା*- *ଏ ପବିତ୍ର ମାଟି ଧନ୍ୟ ହେଲା*-   (13-Apr-2026)       ||      *ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   (13-Apr-2026)       ||      ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   (13-Apr-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   (13-Apr-2026)       ||      ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   (13-Apr-2026)       ||      ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   (13-Apr-2026)       ||      *ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||      ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା    (12-Apr-2026)       ||      *ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   (12-Apr-2026)       ||      ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   (12-Apr-2026)       ||      ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   (12-Apr-2026)       ||      ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   (12-Apr-2026)       ||      ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   (12-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ବୈଠକ    (11-Apr-2026)       ||      କଣ୍ଟାବାଞ୍ଜି ଠାରେ ଜାତୀୟ ସେଭେନ ବ୍ଲକ ଜାତୀୟ ସ୍ତରୀୟ ରେଫରୀ ପରୀକ୍ଷା ଶିବିର ଉଦଘାଟିତ    (11-Apr-2026)       ||     

HOME   ଜିଲ୍ଲା

ଧେତତେରିକି ସୁଧୁରିଲାନି ବିଦ୍ୟୁତ ସମସ୍ୟା...ଫେବୃଆରୀ ୨୮ ରେ ଆନ୍ଦୋଳନ କୁ ଓହ୍ଲାଇବ ଜିଲ୍ଲା ସଂଯୁକ୍ତ କୃଷକ ସଙ୍ଗଠନ (୫ ଦଫା ସମ୍ବିଳିତ ଦାବୀ ନେଇ କରିବେ ଆନ୍ଦୋଳନ)

22-Jan-2025



ବରଗଡ:(ନିରଞ୍ଜନ ତ୍ରିପାଠୀ)-କୃଷି କ୍ଷେତ୍ରରେ ବ୍ୟବହୃତ ତଥା ଘରୋଇ ବିଦ୍ୟୁତ ବିଲ୍ ସମସ୍ୟାକୁ କେନ୍ଦ୍ରକରି ଆନ୍ଦୋଳନ ମୁହାଁ ବରଗଡ଼ ଜିଲ୍ଲା ସଂଯୁକ୍ତ କୃଷକ ସଙ୍ଗଠନ । ଆଜି ଜିଲ୍ଲାର ଅଗ୍ରଣୀ କୃଷକ ସଙ୍ଗଠନ ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ପକ୍ଷରୁ ଘେଁସ ଗୁରୁ ଭବନ ଠାରେ ଜିଲ୍ଲାର ବିଭିନ୍ନ କୃଷକ ସଙ୍ଗଠନ ମାନଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନର ସଭାପତି ମୁରଲି ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ବିଗତ ଦିନରେ ଘେଁସ ଇଲେକ୍ଟ୍ରିକାଲ ସେକ୍ସନାଲ ଅଫିସରେ ଟାଟା ପାୱାର କର୍ମଚାରୀଙ୍କ ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ଓ ବିଦ୍ୟୁତ ସମସ୍ୟା ନେଇ  ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବା ନେଇ କୃଷକ ସଙ୍ଗଠନ ପକ୍ଷରୁ ସୂଚନା ମିଳିଛି । ବୈଠକରେ ପ୍ରଥମ ଅଧିବେଶନରେ ଚଳିତ ଜାନୁଆରୀ ମାସ ଗତ ୧୬ ତାରିଖ ଦିନ ଘେଁସ ସ୍ଥିତ ଇଲେକ୍ଟ୍ରିକାଲ ସେକ୍ସନାଲ ଅଫିସ ଠାରେ ବି.ନୁଆଁପାଲି ଗ୍ରାମର ଚାଷୀ ସୁରେଶ ଭୋଇଙ୍କୁ ବିଜୁଳି ବିଲ୍ କୁ କେନ୍ଦ୍ର କରି ଟାଟା ପାୱାର ବିଦ୍ୟୁତ କର୍ମଚାରୀ ମାରଣାନ୍ତକ ଆକ୍ରମଣ କରିଥିବା ନେଇ ଆଲୋଚନା ହୋଇ ବୈଠକ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା । ତେବେ ଚାଷୀଙ୍କୁ ଆକ୍ରମଣ କରିଥିବା ସଂପୃକ୍ତ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୁପ ଆଗାମୀ ତିନିଦିନ ମଧ୍ୟରେ ସେମାନଙ୍କୁ ଚାକିରୀରୁ ନିଳମ୍ବିତ କରାଯିବା କିମ୍ବା ଅନ୍ୟତ୍ର ବଦଳି କରାଯିବାକୁ ବୈଠକରେ ଯୋଗଦେଇଥିବା ମେଲଛାମୁଣ୍ଡା ଥାନାଧିକାରୀ ,ବରଗଡ଼ ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ଓ ସୋହେଲା ତହସିଲଦାରଙ୍କ ସହିତ ଆଲୋଚନା କରିଥିଲେ । ଯଦି ଆଗାମୀ ପାଞ୍ଚଦିନ ମଧ୍ଯରେ କାର୍ଯ୍ୟାନୁଷ୍ଠାନ ନିଆନଯାଏ  ତେବେ ଜିଲ୍ଲାର କୌଣସି ବିଦ୍ୟୁତ ଉପଭୋକ୍ତା କୌଣସି ପ୍ରକାର ବିଦ୍ୟୁତ ବିଲ୍ ଦେବେନାହିଁ ଓ ରାଜରାସ୍ତାକୁ ଓହ୍ଲାଇବେ ଏବଂ ଏଥିପାଇଁ  ବିଭାଗୀୟ ପ୍ରଶାସନ ହିଁ ଦାୟୀ ରହିବେ ବୋଲି ଅଫିସର ମାନଙ୍କୁ ଚରମବାଣୀ ଶୁଣାଇଥିଲେ କୃଷକ ସଙ୍ଗଠନ । ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ତଥା ସଂଯୁକ୍ତ କୃଷକ ସଙ୍ଗଠନ ବରଗଡ଼ ଜିଲ୍ଲାର ଆଇନ ପରାମର୍ଶଦାତା ଅଜିତ ଶତପଥିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଜିର ଏହି ଦ୍ବିତୀୟ ଅଧିବେଶନରେ ଚାଷ କ୍ଷେତ୍ରରେ ଓ ଘରେ ବ୍ୟବହୃତ ବିଜୁଳି ବିଲ୍ ସମ୍ବନ୍ଧୀୟ ଆଲୋଚନା ହୋଇଥିଲା ।  ବକେୟା ବିଦ୍ୟୁତ ବିଲ୍ ସମ୍ପୁର୍ଣ୍ଣ ଛାଡ଼ କରାଯିବା, ସ୍ମାର୍ଟ ମିଟର ଲଗାଯିବା ସମ୍ପୁର୍ଣ୍ଣ ବନ୍ଦ କରାଯିବା, ୩ ଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ଛାଡ଼ କରାଯିବା, ହୀରାକୁଦ ପାଣି ଜଳସେଚନ ଆଧାରରେ ଚାଷ କ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ ବିଲ୍ କରାଯିବା ଓ ବିଦ୍ୟୁତ ବିଭାଗ କୁ କମ୍ପାନୀ ହାତକୁ ନଦେଇ ସରକାର ନିଜେ ପରିଚାଳନା କରିବା ଏପରି ୫ ଦଫା ସମ୍ବଳିତ ଦାବୀ ନେଇ  ଆସନ୍ତା ଫେବୃଆରୀ ମାସ ୨୮ ତାରିଖ ଦିନ ଏକ ବିରାଟ ଆନ୍ଦୋଳନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆୟୋଜିତ ବୈଠକରେ ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ, ସଂଯୁକ୍ତ କୃଷକ ସଙ୍ଗଠନ, ଲାଲବାହାଦୂର କୃଷକ ସଙ୍ଗଠନ ଭୁକ୍ତା, ସଂଯୁକ୍ତ କୃଷକ ସଙ୍ଗଠନ ବରପାଲି, କୃଷକ ପରିବାର ଭଟଲି, ସଂଯୁକ୍ତ କୃଷକ ସଙ୍ଗଠନ ବରଗଡ଼, ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପଦ୍ମପୁର, ବାରପାହାଡ଼ କୃଷକ ସଙ୍ଗଠନ ଅମ୍ବାଭନା, ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ଗାଇସିଲାଟ , ବୀର ସୁରେନ୍ଦ୍ର ସାଏ କୃଷକ ସଙ୍ଗଠନ ଦଶମାଇଲ, ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପାଇକମାଲ, ଆଞ୍ଚଳିକ କୃଷକ ସଙ୍ଗଠନ ମେଲଚ୍ଛାମୁଣ୍ଡା, ଜିଲ୍ଲା କୋଶଲ ସେନା ପ୍ରତିନିଧିଗଣ, ବିଶିଷ୍ଟ ଚାଷୀନେତା ରମେଶ ମହାପାତ୍ର, ଅରବିନ୍ଦ ପଣ୍ଡା, ସରୋଜ ସାହୁ, ଅଜିତ ଶତପଥୀ, ସୁବାସ ସାମନ୍ତରାୟ, ରୋହିତ ପଧାନ, ଲିଙ୍ଗରାଜ ପଧାନ, ରତିକାନ୍ତ ପଧାନ, ରବିଶଙ୍କର ପଧାନ, କାରଣ ସାହୁ, ତପନ ମିଶ୍ର, ନାରାୟଣ ପଣ୍ଡା, ନିରଞ୍ଜନ ପଧାନ, ସୁରେଶ ନିକେଣ୍ଟି, ବାବୃବାହନ ସାହୁ, ପ୍ରଭାତ ସାହୁ, କୁତାର୍ଥ ପଧାନ, ଥବିର ସାହୁ, ଶାନ୍ତନୁ ମାଝୀ, ଈଶାନ୍ତ ଭୋଇ, ଜୟ ପ୍ରକାଶ ବେହେରା ପ୍ରମୁଖଙ୍କ ସମେତ ଜିଲ୍ଲାର ୧୨ ଗୋଟି ବ୍ଲକର ଏକଶହରୁ ଊର୍ଦ୍ଧ୍ବ ଚାଷୀମାନେ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଚାଷୀନେତା  ପ୍ରେମରାଜ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଶ୍ରୀ ଜଗନ୍ନାଥ ଙ୍କ ଡୋରୀ ଲାଗିଲା* - *ସୁବର୍ଣ୍ଣପୁର ରୁ ପୁରୀ ଶ୍ରୀକ୍ଷେତ୍ର କୁ ରଥ କାଠ ଗଲା*- *ଏ ପବିତ୍ର ମାଟି ଧନ୍ୟ ହେଲା*-   13-Apr-2026
  ଜିଲ୍ଲା  
*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   13-Apr-2026
  ଜିଲ୍ଲା  
ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   13-Apr-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   13-Apr-2026
  ଜିଲ୍ଲା  
ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   13-Apr-2026
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   12-Apr-2026
  ଜିଲ୍ଲା  
କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   12-Apr-2026
  ଜିଲ୍ଲା  
*ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   12-Apr-2026
  ଜିଲ୍ଲା  
ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି   12-Apr-2026
  ଜିଲ୍ଲା  
ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି   12-Apr-2026
  ଜିଲ୍ଲା  
ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ   12-Apr-2026

You Might Also Like