-+91-9937148622 |
prerana_bgr@rediffmail.com |
Saturday 24th October 2026 |
R.N.I. Regd No. ODIODI/2010/46693
Breaking News
24-Oct-2026
ବଲାଙ୍ଗୀର(ପ୍ରେରଣା ଖବର)- ବଲାଙ୍ଗୀର ତେଲିଗୋଠ ପଡ଼ା ମୂଳ ନିବାସୀ ବରିଷ୍ଟ ଆଇନଜୀବୀ ତଥା ନୋଟାରୀ ଅଶ୍ୱିନୀ କୁମାର ମିଶ୍ର (୭୮)ଙ୍କ ଆଜି ଦିନ ବେଳା ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ପରଲୋକ ହୋଇଯାଇଛି l ଗତ କିଛି ଦିନ ହେଲା ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲ ଚିକିତ୍ସିତ ପାଇଁ ଭର୍ତ୍ତି କରିଥିଲେ l ଚିକିତ୍ସା ଚାଲିଥିବା ସମୟ ରେ ତାଙ୍କ ଦେହାନ୍ତ ହୋଇ ଯାଇଥିଲା l ତାଙ୍କ ଦେହାନ୍ତ ସମୟରେ ସ୍ତ୍ରୀ ମାଧୁରୀ ମିଶ୍ର, ପୁଅ ଅଭିନାଶ ମିଶ୍ର, ବହୁ ଅର୍ଚନା ମିଶ୍ର, ବଡ଼ଝିଅ ରଂଜିତା ମିଶ୍ର ଜ୍ୱାଇଁ ସାମ୍ବାଦିକ ରିତୁରାଜ ସିଂହ, ସାନଝିଅ ସିପ୍ରା ପାଢ଼ୀ ଜ୍ୱାଇଁ ସନ୍ତୋଷ ପାଢ଼ୀ, ନାତୁଣୀ ଆଦ୍ୟାଶା, ଆରାଧ୍ୟା, ସାଇଲି, ସାଇସା ନାତୀ ସୋମୁ ଙ୍କ ସମସ୍ତ ପରିବାର ଏବଂ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ l ଆଜି ସନ୍ଧ୍ୟା ରେ ପୁରୀ ସ୍ଥିତ ସ୍ୱର୍ଗଦ୍ୱାର ରେ ତାଙ୍କ ଶେଷକୃତ୍ୟ ସମ୍ପନ କରାଯାଇଥିଲା l ତାଙ୍କ ପୁତ୍ର ଅଭିନାଶ ମୁଖାଗ୍ନି ଦେଇଥିଲେ l ଏହି ସମୟ ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ତେଲିଗୋଠ ପଡାରେ ସ୍ୱର୍ଗତ
ଅଶ୍ୱିନୀ କୁମାର ମିଶ୍ର ଙ୍କ ଦେହାନ୍ତ ଖବର ପହଂଚିଲା ପରେ ସ୍ଥାନୀୟ ଅଞ୍ଚଳ ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ସ୍ୱର୍ଗତ ମିଶ୍ର ଆଇନଜୀବୀ ସାଙ୍ଗକୁ ଜଣେ ସମାଜସେବୀ ଏବଂ ପରଉପକାରୀ ବ୍ୟକ୍ତି ଥିଲେ l ତାଙ୍କ ଦେହାନ୍ତରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି l