-+91-9937148622 |
prerana_bgr@rediffmail.com |
Thursday 12th November 2026 |
R.N.I. Regd No. ODIODI/2010/46693
Breaking News
25-Oct-2026
ନୂଆଦିଲ୍ଲୀ(ପ୍ରେରଣା ଖବର): ବିକାଶ ଓ ସହଯୋଗ ଭାରତର ବୈଦେଶିକ ନୀତିର କେନ୍ଦ୍ରୀୟ ସ୍ତମ୍ଭ । ନିରାପଦ ଓ ଶାନ୍ତିପୂର୍ଣ୍ଣ ଆଣବିକ ପ୍ରଯୁକ୍ତି କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ପ୍ରଗତି ଦେଶର ଆଉ ଏକ ବଡ଼ ସଫଳତା ବୋଲି କହିଛନ୍ତି ବଲାଙ୍ଗୀରର ବିଜେପି ସାଂସଦ ସଙ୍ଗୀତା କୁମାରୀ ସିଂଦେଓ । ଜାତିସଂଘ ସାଧାରଣ ସଭା(IAEA)ରେ ଭାରତୀୟ ସଂସଦୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଇ ସାଂସଦ ସିଂଦେଓ ଭାରତ,ଜାତିସଂଘ ବିକାଶ ସହଯୋଗ ପାଣ୍ଠି ଳର ନବମ ବାର୍ଷିକୋତ୍ସବ-୨୦୨୬ ରେ ଯୋଗ ଦେଇ ଏହି ମତ ପ୍ରକାଶ କରିଛନ୍ତି । ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀର ଏକ ଅଂଶ ବୋଲି ଶ୍ରୀମତୀ ସଂଗୀତା ସିଂଦେଓ କହିଛନ୍ତି । ଆନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନସି ରିପୋର୍ଟ ଉପରେ ଉଦବୋଧନ ଦେଇ ଶ୍ରୀମତୀ ସିଂଦେଓ ପରମାଣୁ ବିଜ୍ଞାନର ଶାନ୍ତିପୂର୍ଣ୍ଣ ପ୍ରୟୋଗ ନିମନ୍ତେ ନିୟାମକ ଢାଞ୍ଚା ସମେତ ମାନବୀୟ ଓ ସଂସ୍ଥାଗତ କ୍ଷମତାର ବିକାଶ କରିବା ଦିଗରେ ସଦସ୍ୟ ଦେଶ ଗୁଡିକୁ ସହାୟତା ଯୋଗାଇବାରେ I.A.E.A ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀମତୀ ସିଂଦେଓ କହିଥିଲେ । ଆଣବିକ ବିଜ୍ଞାନର ସୁଫଳ ଏହାକୁ ହାସଲ କରିବାକୁ ଚାହୁଁଥିବା ପ୍ରତ୍ୟେକ ଦେଶ ପାଖରେ ପହଂଚିବା ଉଚିତ ବୋଲି ସେ କହିଥିଲେ । ସଂଗୀତା ସିଂଦେଓ କହିଛନ୍ତି ଯେ, ୨୦୧୭ ରେ ୧୫୦ନିୟୁତ ଡ଼ଲାର ର ପ୍ରତିଶୃତି ସହିତ ଆରମ୍ଭ କରାଯାଇଥିବା ଏହି ପାଣ୍ଠି ଦର୍ଶାଉଛି ଯେ, ଦକ୍ଷିଣ-ଦକ୍ଷିଣ ସହଯୋଗ ଜାତୀୟ ସ୍ତରରେ ସମାଧାନକୁ କିଭଳି ଆଗକୁ ବଢ଼ାଇ ପାରିବ ଏବଂ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରି ପାରିବ । ଶ୍ରୀମତୀ ସିଂଦେଓଙ୍କ ନେତୃତ୍ୱରେ ମନୀଷ ତିୱାରୀ, ଡ. ଆଲୋକ କୁମାର ସୁମନ, ସଞ୍ଜୟ ଦୀନା ପାଟିଲ, ଅରୁଣ ଗୋଭିଲ, ଡ.ହେମନ୍ତବିଷ୍ଣୁ ସାବରା, ଉତ୍କର୍ଷ ବର୍ମା, ଅରୁଣ ଭାରତୀ, ଡ. କମଲଜିତ ସେରାୱତ୍, ରଂଜିତ ରଂଜନ, ସଞ୍ଜୟ କୁମାର ଝା ଏବଂ ଡ. ସୁଧା ମୂର୍ତ୍ତି ଙ୍କୁ ନେଇ ଗଠିତ ସଂସଦୀୟ ପ୍ରତିନିଧି ମଣ୍ଡଳୀ ନିୟୁୱର୍କ ଗସ୍ତ କରିଥିଲେ ।