-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ଦେଶ ବିଦେଶ

କୁଳମଣି ବିଶ୍ବାଳଙ୍କ କାବ୍ୟ ପ୍ରେମାର୍ଦ୍ଧଶତକ ଉନ୍ମୋଚିତ

28-Jul-2025



ନୂଆଦିଲ୍ଲୀ(ପ୍ରେରଣା ଖବର):ଖ୍ୟାତନାମା କର୍ପୋରେଟ ବିଶାରଦ, କବି ଓ ଚିତ୍ରଶିଳ୍ପୀ ଡ଼ଃ କୁଳମଣି ବିଶ୍ବାଳଙ୍କ ଦ୍ୱାରା ରଚିତ କାବ୍ୟକୃତି "ପ୍ରେମାର୍ଦ୍ଧଶତକ"ର ହିନ୍ଦୀ ଅନୁବାଦ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ ଇନ୍ଷ୍ଟି ଚ୍ୟୁଟ ଅଫ ମାସ କମ୍ୟୁନିକେସନର ପ୍ରେକ୍ଷାଳୟ ଠାରେ ମହାସମାରୋହରେ ଉନ୍ମୋଚନ କରାଯାଇଛି ।ଏହି ପୁସ୍ତକରେ ଡ଼ଃ ବିଶ୍ୱାଳଙ୍କର ୫୦ଟି  ବଛାବଛା କବିତା ଏବଂ ବହୁଚର୍ଚ୍ଚିତ ଚିତ୍ରକଳା ସ୍ଥାନ ପାଇଛି । ପଲ୍ଲୀବାଣୀ ମିଶନ ତରଫରୁ ଆୟୋଜିତ ଏହି ଉତ୍ସବ ଅବସରରେ ସାହିତ୍ୟ ଚର୍ଚ୍ଚା,ସଂଗୀତ ପରିବେଷଣ, ଚିତ୍ର ଅଙ୍କନ ଏବଂ ନୃତ୍ୟ ପ୍ରସ୍ତୁତି ର ଅନନ୍ୟ ଓ ଅବିସ୍ମରଣୀୟ ସମାହାର ଦେଖିବାକୁ ମିଳିଥିଲା ।
ଉନ୍ମୋଚନ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ସାଂସଦ ଗଣ, ସାହିତ୍ୟିକ, ବୁଦ୍ଧିଜୀବୀ, କଳାକାର ତଥା ଶତାଧିକ ସଂଖ୍ୟାରେ ଶ୍ରୀ ବିଶ୍ୱାଳଙ୍କର ବନ୍ଧୁ ଓ ପ୍ରଶଂସକ ମାନେ ଯୋଗ ଦେଇଥିଲେ।
 ବହୁମୁଖୀ ପ୍ରତିଭାର ଅଧିକାରୀ ଡ଼ଃ କୂଳମଣି ବିଶ୍ୱାଳ, ତାଙ୍କର ଜୀବନ ଯାତ୍ରାରେ ବେଶ ପ୍ରସିଦ୍ଧି ଓ ପ୍ରଶସ୍ତି ହାସଲ କରିଛନ୍ତି। ପେଷାରେ ଜଣେ କଷ୍ଟ ଏକାଉଟାଣ୍ଟ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଡ଼ଃ ବିଶ୍ୱାଳ ଏମ.ସି. ଏଲ ଓ ଏନ.ଟି. ପି.ସି ଭଳି ବୃହତ ସରକାରୀ ସଂସ୍ଥାନ ମାନଙ୍କର ବିତ୍ତ ନିର୍ଦେଶକ ଭଳି ଉଚ୍ଚ ପଦବୀ ରେ ଆସୀନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ନିଜର ବୃତ୍ତିରେ ଉଲ୍ଲେଖଯୋଗ୍ୟ ସାଫଲ୍ୟ ଅର୍ଜନ କରିବା ସାଙ୍ଗକୁ ଶ୍ରୀ ବିଶ୍ୱାଳ ଜଣେ ସୃଜନଶୀଳ ସାହିତ୍ୟିକ, ସ୍ଵଭାଵ କବି, ସରସ ଚିତ୍ରକାର ଏବଂ ସୁମଧୁର କଣ୍ଠଶିଳ୍ପୀ ଭାବେ ବେଶ ପ୍ରତିଷ୍ଠା ଅର୍ଜନ କରିଛନ୍ତି।             

ପୁସ୍ତକକୁ ଉନ୍ମୋଚନ କରି ରି ଜଗତସିଂହପୁର ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ , ଓଡ଼ିଆ ସାହିତ୍ୟକୁ ବିଶ୍ୱପଟଳରେ ପ୍ରଚାର କରିବା ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଏହି ପ୍ରୟାସ ଆମ ମାଟି ଓ ମାଆ ପାଇଁ ଏକ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ବର୍ଣ୍ଣନା କରିଥିଲେ। ଓଡ଼ିଶାର ଐତିହାସିକ ପୃଷ୍ଠଭୂମି ଓ କବିତାର ବିଭିନ୍ନ ଯୁଗ- ଆଦିକବି ସାରଳା ଦାସଙ୍କ ଠାରୁ ଆରମ୍ଭ କରି ଗଙ୍ଗାଧର ମେହେରଙ୍କ ପର୍ଯ୍ୟନ୍ତ ରୀତି ଯୁଗର ସମସ୍ତ କବି  ଓ ସେମାନଙ୍କର ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଅମୂଲ୍ଯ ଅବଦାନ ବିଷୟରେ ଶ୍ରୀ ତରାଇ ଉଲ୍ଲେଖ କରିଥିଲେ।
କନ୍ଧମାଳର ସାଂସଦ ସୁକାନ୍ତ ପାଣିଗ୍ରାହୀ ତାଙ୍କ ଭାଷଣରେ, ଓଡ଼ିଆ ଭାଷା ଓ ସାହିତ୍ୟ ଆମ ଜୀବନଶୈଳୀ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ବୋଲି କହି ଓଡ଼ିଶା ବାହାରେ ଏପରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନକୁ ଖୁବ ପସନ୍ଦ  କରିଥିଲେ।

୧୦୦ ରୁ ଅଧିକ ଓଡ଼ିଆ ଓ ଇଂରାଜୀ ପୁସ୍ତକକୁ ହିନ୍ଦୀରେ ଅନୁବାଦ କରିଥିବା ଡ଼ଃ ଦିନେଶ କୁମାର ମାଳୀ ,  "ପ୍ରେମାର୍ଦ୍ଧଶତକ" କୁ ଅନୁବାଦ କରୁଥିବାବଳେ ତାଙ୍କୁ ରୀତିଯୁଗର ସାହିତ୍ୟି ଜଗତରେ ଭ୍ରମଣ କରୁଥିବା ଭଳି ଅନୁଭବ ହେଉଥିବା କହିଥିଲେ। ମୁଖ୍ୟ ବକ୍ତା ଭଞ୍ଜ ସାହିତ୍ୟ ଓ ପରମ୍ପରାର ପ୍ରଖ୍ୟାତ ପ୍ରବକ୍ତା ଏବଂ ପଣ୍ଡିତ ଡ଼ଃ କୃଷ୍ଣ କେଶବ ଷଢଙ୍ଗୀ, ଏହି କାବ୍ୟ ଗ୍ରନ୍ଥ ରୀତିଯୁଗୀୟ ଓଡ଼ିଆ ସାହିତ୍ୟ ରସରେ ପରିପୂର୍ଣ୍ଣ ବୋଲି ଉଲ୍ଲେଖ କରିଥିଲେ । ଶ୍ରୀ ଷଢଙ୍ଗୀ ଅତ୍ୟନ୍ତ ସୁନ୍ଦର ଭାବରେ ରୀତିଯୁଗର କବିମାନଙ୍କର କୃତିକୁ ବର୍ଣ୍ଣନା କରିଥିଲେ। ଡ଼ଃ ଦେବେନ୍ଦ୍ର ମାଝୀ, ଡ଼ଃ ବିଶ୍ବାଳଙ୍କର ସୃଜନଶୀଳତାକୁ ଦିବ୍ୟ ଶକ୍ତିର ଅବତାରଣା ବୋଲି ଦର୍ଶାଇଥିଲେ।

ହିନ୍ଦୀ ସାହିତ୍ୟ ଜଗତର ତାରକା ବ୍ୟକ୍ତିତ୍ୱ ଡ଼ଃ ରାମକାନ୍ତ ଶର୍ମା “ଉଦ୍ଭ୍ରାନ୍ତ”, ଏହି ପୁସ୍ତକରେ ଗୁଣାତ୍ମକ ସାହିତ୍ୟର ଭରପୂର ପ୍ରତିଫଳନ ଘଟିଥିବା ସୂଚାଇଥିଲେ। କବିତା ଓ ଚିତ୍ର ଏକାସାଙ୍ଗରେ ରହିଥିବା ଦୃଷ୍ଟିରୁ ସେ ଏହି କାବ୍ୟକୃତିକୁ ବିରଳ ମାନ୍ୟତା ପ୍ରଦାନ କରିଥିଲେ । ଡ଼ଃ ଡି.ପି. ମିଶ୍ର ଏହି କାବ୍ୟ ଗ୍ରନ୍ଥର ରଚନାବଳି କୁ ଭୁୟସୀ  ପ୍ରଶଂସା କରି ଡ଼ଃ ବିଶ୍ବାଳଙ୍କୁ "ଶବ୍ଦ ର ଯାଦୁଗର" ବୋଲି  ସମ୍ବୋଧନ କରିଥିଲେ।ୱାର୍ଲଡ ଓଡିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ l ଉତ୍ସବର ମୁଖ୍ୟ ଆକର୍ଷଣ

ସଂଗୀତ ପରିବେଷଣ ଓ ଚିତ୍ର ଅଙ୍କନର ଯୁଗଳବନ୍ଦୀ ଥିଲା । ସୁନାମଧନ୍ୟ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଡ଼ଃ କୁଳମଣି ବିଶ୍ୱାଳଙ୍କର ରଚନାବଳୀକୁ ଆଧାର କରି ଗୋଟିକ ପରେ ଗୋଟିଏ ପ୍ରେମ କବିତା ସୁମଧୁର ଢଙ୍ଗରେ ଗାନ କରିବା ସହିତ ତାଳ ମିଳାଇ ମଂଚ ଉପରେ ସ୍ୱୟଂ ଡ଼ଃ ବିଶ୍ୱାଳ କାନଭାସ ଉପରେ ତାଙ୍କର ଯାଦୁଗରୀ ତୁଳି ଚାଳନା କରି ଏକ ଅଭିସାରିକା ନାୟିକାର ନିଖୁଣ ଏବଂ ଜୀବନ୍ତ ଚିତ୍ର ଆଙ୍କିବାର ଦୃଶ୍ୟ ବେଶ ହୃଦୟସ୍ପର୍ଶୀ ଥିଲା ।ଏଭଳି ଅଭିନବ ପ୍ରୟାସକୁ  ବିଦଗ୍ଧ ଦର୍ଶକ ମଣ୍ଡଳୀ ଗହ ଗହ କରତାଳି ଧ୍ୱନି ସହିତ ସ୍ୱାଗତ ଜଣାଇଥିଲେ।ସୁଦକ୍ଷ ଉପସ୍ଥାପିକା ପ୍ରତିମା ଶର୍ମା ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂଚାଳନା କରିଥିଲେ ।
ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଆୟୋଜକ ପଲ୍ଲିବାଣୀ ମିଶନ୍ ର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ, ବରିଷ୍ଠ ପ୍ରଶାସକ ସଂଜୀବ ପାଟ୍ଟଯୋଶୀ, ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ  ରବୀନ୍ଦ୍ର ନାଥ ପ୍ରଧାନ, ମୁମ୍ବାଇ ଓଡ଼ିଆ ସମାଜର ସଭାପତି ଡ଼ଃ ବିପିନ ମିଶ୍ର ଓ ଓଡ଼ିଆ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥ। ପ୍ରମୁଖ ଅନ୍ତର୍ଭୁକ୍ତ  ଥିଲେ l  ବରେଣ୍ୟ ଅତିଥି କୋଲ୍ ଇଣ୍ଡିଆର ଅଧ୍ୟକ୍ଷ ପି.ଏମ. ପ୍ରସାଦ, ଚାଟାର୍ଡ ଏକାଉଣ୍ଟାଣ୍ଟ ରବି ପାଣି, ଡି.ସି. ଆର୍ଯ୍ୟା, ଏମ.ଏସ୍.ପି. ରାଓ ମଧ୍ୟ ଡ଼ଃ ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସୁସଂଗଠକ ଗୋବର୍ଦ୍ଧନ ଧଳ, ରୀତା ପାତ୍ର ତଥା ବହୁ ଓଡ଼ିଆ ସଂଗଠନର କର୍ମକର୍ତ୍ତା ମାନଙ୍କର ଭୂମିକା ମହତ୍ତ୍ୱପୂର୍ଣ୍ଣ ଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like