-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||     

HOME   ଦେଶ ବିଦେଶ

ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ

29-Apr-2026



ନୂଆଦିଲ୍ଲୀ/ନୋଏଡା(ପ୍ରେରଣା ଖବର): ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କର ବିଯୋଗର ଏକାଦଶ ଦିବସରେ ତାଙ୍କର ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ, ଏଠାରେ ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିବା ଜଣାଯାଇଛି। ନୋଏଡାର ସେକ୍ଟର ବାଉନସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ଏହି ଉପଲକ୍ଷେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ସ୍ୱର୍ଗତଃ ସୁଦୀପ୍ତାଙ୍କର ଶତାଧିକ ବନ୍ଧୁବାନ୍ଧବ, ପରିଜନ, ପରିବାରବର୍ଗ, ପ୍ରଶଂସକ, ଶୁଭେଚ୍ଛୁ ତଥା ବିଭିନ୍ନ ସାଂସ୍କୃତିକ  ଓ ସାମାଜିକ ସଙ୍ଗଠନର କର୍ମକର୍ତ୍ତା ବୃନ୍ଦ ଯୋଗଦେଇ ତାଙ୍କର ଅମର ଆତ୍ମାର ଚୀରଶାନ୍ତି କାମନା କରିଥିଲେ।  

ଶ୍ରୀମତୀ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରି ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ତାଙ୍କ ଆଦର୍ଶ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସୁଦୀପ୍ତାଙ୍କର ସ୍ୱାମୀ, ସ୍ୱନାମଧନ୍ୟ ଚାଟାର୍ଡ ଏକାଉଣ୍ଟାଣ୍ଟ ,ଏ.ଟି.ଡି. ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ, ସାମୁଦାୟିକ ବିକାଶ ସମିତିର ସଭାପତି, ୱାର୍ଲ୍ଡ୍ ଓଡ଼ିଶା ସୋସାଇଟି ଉତ୍ତର ପ୍ରଦେଶ ଶାଖାର ମୁଖ୍ୟ ପୃଷ୍ଠପୋଷକ ଏବଂ ନୋଏଡ଼ା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପ୍ରତିଷ୍ଠାତା ଓ ପୁର୍ବତନ ସମ୍ପାଦକ ଡକ୍ଟର ମନୋରଞ୍ଜନ ମହାନ୍ତି ଏବଂ କନ୍ୟା ଆର୍ନି ମହାନ୍ତି, ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପକ୍ଷରୁ ଆଗନ୍ତୁକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସ୍ୱର୍ଗତଃ ସୁଦୀପ୍ତା ମହାନ୍ତି ଜଣେ ଦାୟିତ୍ୱବାନ ଗୃହିଣୀ, ଉତ୍ତମ ପତ୍ନୀ ତଥା ଯତ୍ନଶୀଳ ମା' ଥିଲେ। ଏକାଧାରରେ ଆଧ୍ୟାତ୍ମିକ ଚିନ୍ତକ, ଧର୍ମପରାୟଣା, ସ୍ନେହୀ, ମିଷ୍ଟଭାସି, ଦରଦୀ ଏବଂ ପରୋପକାରୀ ଆଦି ସୁଗୁଣର ଅଧିକାରୀ ଥିବା ,ସୁଦୀପ୍ତାଙ୍କ ବିୟୋଗରେ ଆତ୍ମୀୟ ସ୍ୱଜନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଶୂନ୍ୟତା ସଦା ଅପୂରଣୀୟ ହୋଇ ରହିବ ବୋଲି ତାଙ୍କର ସ୍ୱାମୀ ଡକ୍ଟର ମହାନ୍ତି ପ୍ରକାଶ କରିଥିଲେ।ଏହି ଅବସରରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଶିଳ୍ପୀକା ଜୁନେଜା ସୁମଧୁର ଭଜନ ପରିବେଷଣ କରିଥିଲେ । ସୁଦକ୍ଷ ଉପସ୍ଥାପିକା ପ୍ରତିମା ଶର୍ମା ସମଗ୍ର କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଞ୍ଚାଳନ କରିଥିଲେ।ନୋଏଡାର ଶ୍ରଦ୍ଧାଞ୍ଜଳି ସମାରୋହରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଗୋତମ ବୁଦ୍ଧନଗରର ବିଧାୟକ ପଙ୍କଜ ସିଂହ, ଭାଜପା ନେତା ସଞ୍ଜୟ ବାଲି,  ରାମକୃଷ୍ଣ  ଯାଦବ, ବିଶ୍ୱ ହିନ୍ଦୁ ପରିଷଦର ନେତା ସୁଧାଂଶୁ ପଟ୍ଟନାୟକ, ପ୍ରସିଦ୍ଧ ଜ୍ୟୋତିଷ ଶାସ୍ତ୍ରୀ ଏବଂ ବାସ୍ତୁବିଦ ଆଚାର୍ଯ୍ୟ ଶୈଳେଶ ତିୱାରୀ,  ଅଖିଳ ଭାରତୀୟ ସନାତନ ଗୁରୁକୁଳର ଗୁରୁଜୀ ଗୌତମ ଋଷି,  ଉଦ୍ୟୋଗପତି ନବୀନ ଗୁପ୍ତା ଓ ନମିତ ଗୌତମ,  ଶ୍ରୀ ନୀଳାଚଳ ସେବା ସଙ୍ଘର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ, ଉପ-ସଭାପତି ଗଜେନ୍ଦ୍ର ପ୍ରସାଦ ସାମନ୍ତ, ୱାଲର୍ଡ଼ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ୱାଓସୋର ନୂଆଦିଲ୍ଲୀ ଓ ଏନସିଆର ଶାଖାର ସାଧାରଣ ସମ୍ପାଦକ ସରିତା ମହାପାତ୍ର,  ଓଡ଼ିଶା ପଜିଟିଭ ର ପ୍ରତିଷ୍ଠାତା ଆଇନଜିବୀ ସଞ୍ଜୀବ କୁମାର ମହାନ୍ତି,ସମାଜସେବୀ ଅଜୟ କୁମାର ବେହେରା,ବିଜୟନୀ ଫାଉଣ୍ଡେସନର ସଭାନେତ୍ରୀ ରୀତା ପାତ୍ର, ଭାଜପାର ନୋଏଡା ମହାନଗରର ଉପ-ସଭାପତି ପ୍ରମୋଦ ଭଲ, ଉଦୟ ଇଣ୍ଡିଆର ଗ୍ରୁପ ସମ୍ପାଦକ ଦୀପକ କୁମାର ରଥ,  ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ନେତା ଦିନେଶ ସିଂହ, କଳିଙ୍ଗ ଭାରତୀ ଫାଉଣ୍ଡେସନର ଜାତୀୟ ସଭାପତି ଅକ୍ଷୟ ସାମଲ,  ସଙ୍ଗୀତଜ୍ଞ ଅନିନ୍ଦିତା ଦାସ,  ଆଚାର୍ଯ୍ୟ ଅଭିମନ୍ୟୁ ଓ ସନ୍ତୋଷ ରାଉତ, ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ସଭାପତି ମୀନକେତନ ସାମଲ,  ଉପ-ସଭାପତି ନିତ୍ୟାନନ୍ଦ ରାଉତ, ସମ୍ପାଦକ ଅନିଲ ଜେନା,  ଉତ୍କଳିନୀର ସମ୍ପାଦିକା ଶୁଭ୍ରଲୀନା

ମହାନ୍ତି ,ଓଡ଼ିଶୀ ନୃତ୍ୟ ଶିଳ୍ପୀ ଡଃ. ଚନ୍ଦନା ରାଉଳ, ମହାକାଂକ୍ଷା ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ପୁଷ୍ପାଞ୍ଜଳି ବାରିକ ଏବଂ ପ୍ରତିଷ୍ଠାତା ବିମଳ ଭଲ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କର ଏକାଦଶାହ ଉପଲକ୍ଷେ ତାଙ୍କର ସ୍ୱାମୀ, ଡକ୍ଟର ମନୋରଞ୍ଜନ ମହାନ୍ତିଙ୍କର ପୈତୃକ ବାସସ୍ଥାନ,ବାସୁଦେବପୁରର ବାଖରପୁର ଗ୍ରାମରେ ପରିବାର ପକ୍ଷରୁ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ଏଠାରେ ମହାନ୍ତି ପରିବାରର ସହସ୍ରାଧିକ ବନ୍ଧୁବାନ୍ଧବ, ପରିବାର ବର୍ଗ, ଶୁଭଚିନ୍ତକ ଓ ପ୍ରଶଂସକମାନେ ଯୋଗଦେଇ ସ୍ୱର୍ଗତଃ ସୁଦୀପ୍ତାଙ୍କର ସ୍ମୃତି ଚାରଣ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ଅଶୋକ ଦାଶ,ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବାଧିକାରୀ ପ୍ରଦ୍ୟୁମ୍ନ ପଟ୍ଟନାୟକ, ପ୍ରାକ୍ତନ ମୁଖ୍ୟ ଯନ୍ତ୍ରୀ ବିବେକାନନ୍ଦ ମହାପାତ୍ର, ସମାଜସେବୀ ବାବାଜୀ ପଟ୍ଟନାୟକ, ଗଦାଧର ଦାସ, ଅଧ୍ୟାପକ ଭାଗିରଥି ପଲେଇ, ଲକ୍ଷ୍ମଣ ବାରିକ, ଡାକ୍ତର ନିଗମାନନ୍ଦ ମହାପାତ୍ର, ପ୍ରଫେସର ପିୟୁଷ ରଞ୍ଜନ ଦାସ, ସୂର୍ଯ୍ୟନାରାୟଣ ଦାସ ଏବଂ ସୁନହଟ ନିବାସୀ ଟୁଟୁ ବାବୁ ପ୍ରମୁଖ ସାମିଲ ଥିଲେ। ଡକ୍ଟର ମହାନ୍ତିଙ୍କର କକା ସୁରେଶ ଚନ୍ଦ୍ର ମହାନ୍ତି ଅତିଥି ଅଭ୍ୟାଗତମାନଙ୍କୁ ଶଙ୍ଖୁଳିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026
  ଜିଲ୍ଲା  
ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   12-Sep-2026
  ଜିଲ୍ଲା  
ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ   12-Sep-2026
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026

You Might Also Like