-+91-9937148622 |
prerana_bgr@rediffmail.com |
Saturday 24th October 2026 |
R.N.I. Regd No. ODIODI/2010/46693
Breaking News
24-Oct-2026
ଲୋଇସିଂହା, (ପ୍ରେରଣା ଖବର) ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଲୋଇସିଂହା ଓ ଆଗଲପୁର ବ୍ଲକ ମିଳିତ ଉଦ୍ୟମ ରେ ନୂଆଁଖାଇ ଭେଟଘାଟ ଲୋଇସିଂହା ଆଦିବାସୀ ଭବନ ଠାରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କ୍ୟାବିନେଟ ମନ୍ତ୍ରୀ ତଥା ରାଜ୍ୟ ସଭାପତି ରବି ନାରାୟଣ ନାଏକ, ମୁଖ୍ୟ ବକ୍ତା ଆର ଏନ୍ ଧ୍ରୁବ, (ଛତିଶଗଡ଼), ସମ୍ମାନନୀୟ ଅତିଥି ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ, ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ହୋମ ସିଂ ମାଝୀ, ଏସ ଡି ସି ଚେୟାରମ୍ୟାନ ବଲାଙ୍ଗୀର ବଲ୍ଲଭ ଧରୁଆ, ଏସ ଡି ସି ଚ୍ୟାରମ୍ୟାନ ନୂଆପଡ଼ା ହୋମ ସିଂ ମାଝୀ, ଲୋଇସିଂହା ତହସିଲଦାର ଟିକିନୁ ପୁଟା, ବିଡିଓ ଅକ୍ଷୟ ପାଣି ଉଡ୍ଡୁ, ସାଂସଦ ପ୍ରତିନିଧି ବାଳକୃଷ୍ଣ ଧରୁଆ, ଆଗଲପୁର ବ୍ଲକ ସଭାପତି ଭୁବନେଶ୍ୱର ଧରୁଆ, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ରୁକ୍ମଣ ଧରୁଆ, ଲଳିତ ମୋହନ ପୁଟା, ସଂକୀର୍ତ୍ତନ ସଲତର, ଗୋବିନ୍ଦ ଭୋଇ, ପ୍ରମୋଦ କୁଅଁର, ଗୋବିନ୍ଦ ପୁଟା, ନରେନ୍ଦ୍ର ପୁଟା, ମାଧବ ଭୋଇ, ଅଶ୍ୱିନୀ ରାୟ, ଗୋପାଳ ପଧାନ, ଶ୍ରୀକର ଭୋଇ, ନାରାୟଣ ଭୋଇ, ସୁବ୍ରନ ଧରୁଆ , ବିଜୟ ଧରୁଆ, ଟିକୁ ଧରୁଆ, ପ୍ରଶାନ୍ତ କଏଣ୍ଡା ମିଲୁ ଧରୁଆ, ଅଙ୍ଗୁର ପୁଟା, ଗୌରାଙ୍ଗ ପୁଟା, ବିଜୟ ପୁଟା ତଥା ଗୋଣ୍ଡ ସମାଜ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମେ ଗୋଣ୍ଡୱାନା ଧ୍ୱଜା ଉତ୍ତୋଳନ ସହ ବଡ଼ଦେଓ ପୂଜାର୍ଚ୍ଚନା ପରେ ହଜାର ହଜାର ପୁରୁଷ ମହିଳା ସହ ଲୋଇସିଂହା ଷ୍ଟାଡିୟମ ଠାରୁ ରାଲି ଆରମ୍ଭ ହୋଇଥିଲା। ରାଲି ସମୟରେ ଆଦିବାସୀ ନୃତ ର ତାଳେ ତାଳେ ଅତିଥି ମାନଙ୍କ ସହ ଆସିଥିଲେ।ସଭା ଆରମ୍ଭ ରେ ଦଶରଥ ଛତ୍ରିଆ ସ୍ୱାଗତ ଅଭିଭାଷଣ ରଖିଥିଲେ। ଅନ୍ୟ ଅତିଥି ମାନ୍ୟଗଣ୍ୟ ବ୍ୟକ୍ତି ଆଦିବାସୀ ସଂସ୍କୃତି ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ।ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ କରକମଳରେ ଗୋଣ୍ଡ ଭବନ ଶିଳାନ୍ୟାସ ହୋଇଥିଲା ।ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମି ଉଠିଥିଲା ନୂଆଁଖାଇ ଭେଟଘାଟ। ବିଭିନ୍ନ ସର୍କଲ ରୁ ଆସିଥିବା ସମସ୍ତ କର୍ମକର୍ତ୍ତା , ଛାତ୍ର ସଂଗଠନ, ସହଯୋଗ ରେ ସଭାକାର୍ଯ୍ୟ ସମାପନ ହୋଇଥିଲା।କାର୍ଯ୍ୟ କୁ ଚନ୍ଦ୍ରଶେଖର କୁଅଁର ପରିଚାଳନା କରିଥିଲେ ଓ ମକୁନ୍ଦ ଧରୁଆ ଧନ୍ୟବାଦ ଜ୍ଞାପନ କରିଥିଲେ l