-+91-9937148622 |
prerana_bgr@rediffmail.com |
Saturday 24th October 2026 |
R.N.I. Regd No. ODIODI/2010/46693
Breaking News
24-Oct-2026
ଡୁଙ୍ଗୁରିପାଲି (ଅରବିନ୍ଦ ମିଶ୍ର ): ଆଜି ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଚିନାଜୁରୀ ସ୍ଥିତ କେନାଲ ଅଫିସ ପ୍ରାଙ୍ଗଣ ରେ ନିତେଇ ପାଲ ଙ୍କ ଆବାହକତ୍ବ ରେ ଅନୁଷ୍ଠିତ ବୈଠକ ରେ ଘନଶ୍ୟାମ ପଧାନ ସଭାପତିତ୍ବ କରିଥିଲେ। ଦୀର୍ଘ ବର୍ଷ ରୁ ଚିନାଜୁରୀ ପଞ୍ଚାୟତ ର କୃଷକ ମାନେ ଡୁଙ୍ଗୁରିପାଲି ପେକ୍ସ ଅଧିନରେ ରହି ଧାନ ବିକ୍ରୟ ଓ କୃଷି ସମ୍ବନ୍ଧିୟ ବିଭିନ୍ନ କାରବାର କରୁଛନ୍ତି, ଯାହାଫଳ ରେ ବିଭିନ୍ନ ସମୟ ରେ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ସବୁ କ୍ଷେତ୍ର କୁ ବିଚାର କରି ଚିନାଜୁରୀ ଠାରେ ଏକ ନୂତନ ପେକ୍ସ ଗଠନ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ପେକ୍ସ ଗଠନ ସମନ୍ଧିୟ ସମସ୍ତ କାଗଜପତ୍ର କାମ ନିତେଇ ପାଲ ବୁଝିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକ ରେ ଅନ୍ଯମାନଙ୍କ ମଧ୍ଯରେ ଜୟଦେବ ସାହୁ, ଅଜିତ ବେହେରା,ରଙ୍କମଣି ଦୀପ, ବେଣୁଧର ଦଣ୍ଡସେନା, ଅନଙ୍ଗ ପଧାନ, ଭ୍ରୁସୁବ ପଧାନ, ଗୋବିନ୍ଦ ନାଏକ, ଯୋଗେଶ୍ବର ନାଏକ, ଯଶୋବନ୍ତ ମଲ୍ଲିକ, ଯୁଧିଷ୍ଠିର ଦଣ୍ଡସେନା,ଲିଙ୍ଗରାଜ ଦଣ୍ଡସେନା,ବେଣୁଧର ସୁନା, ଦେବାଶିଷ ମହାକୁର, ସତ୍ଯନାରାୟଣ ପଧାନ,ମନବୋଧ ସେଠୀ,ଚୁଡ ଚନ୍ଦ୍ର ବାଗ ପ୍ରମୁଖ ବହୁତ ଚାଷୀ ଉପସ୍ଥିତ ଥିଲେ।