-+91-9937148622 |
prerana_bgr@rediffmail.com |
Sunday 25th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2026
ବଲାଙ୍ଗିର ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ଭାରତୀ ନୀଡ ଆଦର୍ଶ ପଡା, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ସ୍ଥାନୀୟ କଲେଜ ଛକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର କନଫରେନ୍ସ ହଲ୍ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଉଦ୍ଘାଟନୀ ସଭା ସଭାପତି ଗୋଦାବରୀଶ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ବିଇଓ ଲୋକନାଥ ସୁନା ଯୋଗ ଦେଇ ପାରମ୍ପରିକ ଭାରତୀୟ ଜୀବନ ଶୈଳୀକୁ ଆପଣାଇଲେ ଜଣେ ନୀରୋଗ ରହି ପାରିବ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା କୋଶଲ ପ୍ରବାହ ଓ୍ବେବ୍ ଚେନାଲର ପ୍ରତିଷ୍ଠାତା ଆନନ୍ଦ ଚନ୍ଦ୍ର ସାହୁ ଯୋଗ ଦେଇ ରାଜବୈଦ୍ୟ ସ୍ମୃତି ପରିଷଦର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ପ୍ରତିଷ୍ଠାତା ସମ୍ପାଦକ ଡ. ନବକିଶୋର ବେହେରା ସ୍ବାଗତ ସଂଗୀତ ପରିବେଷଣ କରିଥିଲେ ଓ ସଂଗୀତ ରତ୍ନ ସ୍ବୟଂସମ୍ପନ୍ନ ଖମାରୀ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ। ସଦସ୍ୟ ସରୋଜ କୁମାର ନାୟକ ସଭା ସଞ୍ଚାଳନ କରିଥିଲେ। ବୈଦ୍ୟ ଶିରୋମଣି ଝସକେତନ ଗୁରୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଦ୍ବିତୀୟ ଅଧିବେଶନରେ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା। ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଡ. ନବକିଶୋର ବେହେରାଙ୍କ ଲିଖିତ ରାଜବୈଦ୍ୟ ଚିନ୍ତାମଣି ବେହେରାଙ୍କ ଜୀବନୀ ପୁସ୍ତକ ଉନ୍ମୋଚିତ ହୋଇଥିଲା। ମୁଖ୍ୟବକ୍ତା ଭାବେ ବାଗ୍ମୀ ରାଜମଣି ସାହୁ ଯୋଗଦେଇ ପୁସ୍ତକ ସମୀକ୍ଷା କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ବଳରାମ ଖମାରୀ ଯୋଗ ଦେଇଥିଲେ। ରାଜ୍ଯ ସଚିବ ଡ. ହେମନ୍ତ କୁମାର ଦାଶ ମଞ୍ଚାସୀନ ହୋଇ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ସଭା ସଞ୍ଚାଳନ କରିଥିଲେ। ଶେଷରେ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ଯାପକ ପ୍ରଶାନ୍ତ କୁମାର ତ୍ରିପାଠୀ, ଆଶୁତୋଷ ଠାକୁର, ଚରଣ ସା, ସ୍ବରୂପା ରାଣୀ ଠାକୁର ଓ ପୂର୍ଣ୍ଣିମା ବେହେରା ପ୍ରମୁଖ ସହଯୋଗ କରିଥିଲେ।